ଗଣତନ୍ତ୍ର ଦିବସ ହିଂସା: ‘ମୋଷ୍ଟ ୱାଣ୍ଟେଡ୍’, ମନିନ୍ଦର ସିଂ ମୋନି ଗିରଫ

ନୂଆଦିଲ୍ଲୀ: ଲାଲ୍‌ କିଲ୍ଲା ହିଂସା ମାମଲାରେ ‘ମୋଷ୍ଟ ୱାଣ୍ଟେଡ୍’, ମନିନ୍ଦର ସିଂ ମୋନିଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଦିଲ୍ଲୀରୁ ଗିରଫ କରାଯାଇଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ଦୁଇଟି ଖଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି।ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲା ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ର ଏକ ଦଳ ମଙ୍ଗଳବାର ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାନୁଆରୀ ୨୬ରେ ଘଟାଇଥିବା ହିଂସାକାଣ୍ଡର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ […]

Continue Reading

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ ହୋଇନାହିଁ । ନାବାଳକମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଘଟଣାଟି ସମ୍ବେଦନ ଶୀଳ ହୋଇଥିବାରୁ ଏହାର ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।ଚୋର ସନ୍ଦେହରେ ୪ […]

Continue Reading

ଅଭିନେତା ରଣବୀର ଶୋର‌େ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ଶୋର‌େ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ରଣବୀର ନିଜେ ସୋସିଆଲ୍‌ ମିଡିଆରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ସେ କୋଭିଡ୍‌-୧୯ ପଜିଟିଭ୍ ପଜିଟିଭ୍‌ ରିପୋର୍ଟ ଆସିଛି। ୪୮ ବର୍ଷୀୟ ଅଭିନେତା କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି ଏବଂ ବିଏମସି ପ୍ରୋଟୋକଲ୍ ଅନୁଯାୟୀ ସେ ସଙ୍ଗରୋଧରେ ରହିଛନ୍ତି।ଟ୍ୱିଟରରେ ତାଙ୍କର ଅପଡେଟ୍ ପରେ ତାଙ୍କର ଅନେକ ପ୍ରଶଂସକ ଏବଂ ଅନୁସରଣକାରୀ ତାଙ୍କ ଶୀଘ୍ର ଆରୋଗ୍ୟ […]

Continue Reading

ଭୁବନେଶ୍ୱରରୁ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ।ସୂଚନା ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ଚଢ଼ାଉ କରି ଏତେ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ ।

Continue Reading

କାଶ୍ମୀର ଫେରିବାକୁ ସଜବାଜ ହେଲାଣି ବଲିଉଡ୍‌

ନୂଆଦିଲ୍ଲୀ: ପୁଣି ଭାରତୀୟ ଚଳଚ୍ଚିତ୍ର ଜଗତରେ ଦିଶିବ କାଶ୍ମୀରର ସୌନ୍ଦର୍ଯ୍ୟ। ଏହା ଚଳଚ୍ଚିତ୍ର ନିର୍ମାତା ଏବଂ ଦର୍ଶକଙ୍କ ପସନ୍ଦଯୋଗ୍ୟ ଏକ ଗନ୍ତବ୍ୟସ୍ଥଳ। ଖୁବ୍ ଶୀଘ୍ର କଶ୍ମୀର ଭ୍ୟାଲିରେ ବଲିଉଡ୍‌ ପରଦାରେ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦର୍ଶକ ଦେଖିପାରିବେ। ରବିବାର ଦିନ ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା ମୁମ୍ବାଇରେ ଅନ୍ୟମାନଙ୍କ ମଧ୍ୟରେ ଏକତା କପୁର, ଦୀନେଶ ଭିଜାନ୍‌, ଇମତିଆଜ ଅଲି, ଅଶ୍ୱିନୀ ଆୟର ତିୱାରୀ ଏବଂ ନୀତେଶ ତିୱାରୀଙ୍କ ସହ ବଲିଉଡ ଚଳଚ୍ଚିତ୍ର ନିର୍ମାତାଙ୍କୁ ଭେଟିଛନ୍ତି। ସେ […]

Continue Reading

ମହିଳା ପୁରୋହିତ କଲେ ବଲିଉଡ୍ ଅଭିନେ‌ତ୍ରୀ ଦିଆ ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ସୁନ୍ଦରୀ ଦିଆ ମିର୍ଡା ଓ ତାଙ୍କ ପ୍ରେମିକ ବୈଭବ ରେଖୀ । ଏହା ଦିଆଙ୍କ ଦ୍ୱିତୀୟ ବିବାହ । ତେବେ ବିବାହ ବେଳେ ଜଣେ ମହିଳା ପୁରୋହିତ ସେମାନଙ୍କର ବିବାହ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ସୋମବାର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କେବଳ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ […]

Continue Reading

ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ସୂଚନା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ଟା ୩୦ମି.ରେ ‌ବୈଠକ ବସିବାକୁ ଥିବା ବେଳେ ବିରୋଧି ଦଳ ଉପନେତା […]

Continue Reading

ବରଗଡରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୭ ଆହତ

ବରଗଡ଼: ବିଜେପୁର ସର୍ନାପାଲି ବ୍ରିଜରୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ବରଯାତ୍ରୀମାନେ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଅଟୋଟି ସ୍ୱର୍ଣ୍ଣ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର […]

Continue Reading

‘ବନକଲାଗି ନୀତି’ ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ […]

Continue Reading

ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ “ଶ୍ରୀ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିରାପତ୍ତା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି । ଏନେଇ ଆୟୋଜିତ […]

Continue Reading