ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଦେବାକୁ କହିବାରୁ ବିଏମସି କର୍ମଚାରୀଙ୍କୁ ପିଟିଲେ ମହିଳା

ନୂଆଦିଲ୍ଲୀ:ଗୋଟିଏ ପଟେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କୁ ଏହି ନିୟମ କଡାକଡି ପାଳନ କରିବାକୁ ସଚେତନ କରାଉଥିବା ବେଳେ ମୁମ୍ବାଇର ଜଣେ ମହିଳା ମାସ୍କ ନ ପିନ୍ଧି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି। ଏହି ଅଭିଯୋଗରେ ମହିଳାଙ୍କୁ ବିଏମସି ପକ୍ଷରୁ ଜୋରିମାନା ଲାଗୁ କରାଯାଇଛି। ତେବେ ମହିଳା ଜଣଙ୍କ ଜୋରମାନା ଦେବା ବଦଳରେ (ବିଏମସି) ର […]

Continue Reading

ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦,୯୫୩; ୧୮୮ ମୃତ

ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨.୮ ଲକ୍ଷ ଅତିକ୍ରମ କରିସାରିଲାଣି। ଶନିବାର ଦିନ ମୋଟ ୧୧,୫୫୫,୨୮୪ରେ ପହଞ୍ଚିଛି। ସେଥିମଧ୍ୟରୁ ସକ୍ରିୟ ମାମଲା ରହିଛି ୨.୩୬ […]

Continue Reading

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ବିଦେଶ ଫେରନ୍ତା ପଜିଟିଭ୍ ଅଛନ୍ତି । କ୍ୱାତାର ଓ ୟୁକ୍ରେନରୁ ଫେରିବା ପରେ ଯଥାକ୍ରମେ ମାର୍ଚ୍ଚ ୫ ଓ ମାର୍ଚ୍ଚ […]

Continue Reading

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟା ସମୟରେ ଗହଣା ବ୍ୟବସାୟୀଙ୍କୁ ଦାଣ୍ଡହରିପୁରର ସୁମନ୍ତ ମଲ୍ଲିକ ଗହଣା ପାଇଁ ଫୋନ୍ କରିଥିଲେ । ଏହା […]

Continue Reading

କଟକରେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ସ୍କୁଲରୁ ୧୭ ସଂକ୍ରମିତ ଚିହ୍ନଟ

କଟକ: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । କଲେଜ ପରେ ସ୍କୁଲରେ କାୟା ମେଲାଉଛି କରୋନା । କଟକ ସହରରେ ୨ ଦିନ ଭିତରେ ଏକ ଘରୋଇ କଲେଜ ହଷ୍ଟେଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବିଦ୍ୟାଳୟରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଶିକ୍ଷାନୁଷ୍ଠାନରେ କରୋନା […]

Continue Reading

ଆଜି ଲୋକାର୍ପିତ ହେବ ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ସଙ୍କଳନ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଅମରେଶ ବିଶ୍ୱାଳଙ୍କ ରଚିତ ଗଳ୍ପ ସଙ୍କଳନ ‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଆଜି ସ୍ଥାନୀୟ ନ୍ୟାସନାଲ ଆର୍କାଇଭସରେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ,ଡକ୍ଟର ଗୌରହରି ଦାସ ମୁଖ୍ୟବକ୍ତା , କୃପାସାଗର ସାହୁ ବିଶିଷ୍ଟ ଅତିଥି , ଡକ୍ଟର ଅଜୟ ସ୍ୱାଇଁ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି […]

Continue Reading

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୯ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ୬୫୪ ଜଣ ସୁସ୍ଥ ହୋଇଛନ୍ତି।  ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍ ଭ୍ୟାକସିନ୍ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ଓ ଭାରତକୁ ଧନ୍ୟବାଦ ଜଣାଇଛନ୍ତି କ୍ରିସ ଗେଲ୍ । କାରାବେଆନ୍ ଦେଶକୁ ଭାରତ କୋଭିଡ୍ ଭ୍ୟାକସିନ୍ ପହଞ୍ଚାଇଥିବାରୁ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ […]

Continue Reading

ସୂର୍ଯ୍ୟକୁମାରଙ୍କୁ ନେଇ ୧୦ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା

ମୁମ୍ୱାଇ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ଧୂଆଁଧାର ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରି ଚୟନ କମିଟିର ଭରସା ଜିତିଛନ୍ତି । କିନ୍ତୁ ୧୦ ବର୍ଷ ତଳେ ସୂର୍ଯ୍ୟକୁମାରଙ୍କୁ ନେଇ ଏମିତି କିଛି ଭବିଷ୍ୟବାଣୀ କରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ୨୦୧୧ ମସିହା ଡିସେମ୍ୱର ୧୦ ତାରିଖରେ ସେ ଗୋଟିଏ ଟ୍ୱିଟ୍ କରିଥିଲେ […]

Continue Reading

ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଲୋକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ । ଦୁଇ ଜଣଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କାରରେ ୪ ଜଣ ପିଲା ଚୋରି କରିବାକୁ ଆସିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା । ଆକ୍ରମଣ ପରେ କାର୍ ଛାଡ଼ି ଦୁଇ ଜଣ ଫେରାର୍ ହୋଇ ଯାଇଥିଲେ […]

Continue Reading