ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ ‘ପାହାଡ଼ ରାଣୀ’ ଓ ଦିବଂଗତ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ବାଇଁଙ୍କ ଆଲୋଚନା ଗ୍ରନ୍ଥ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡା. ପ୍ରଫୁଲ୍ଲ ଚନ୍ଦ୍ର […]

Continue Reading

ପିପିଲି ଉପନିର୍ବାଚନ ପାଇଁ ଜାରି ହେବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ଥରେ ପ୍ରାର୍ଥୀ ଦେବ କଂଗ୍ରେସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନକୁ ରିଟର୍ଣ୍ଣିଂ ଅଫିସର ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ତାରିଖ […]

Continue Reading

ଦେଢ଼ ଦିନ ଯିବ ଗଚ୍ଛିତ ଭ୍ୟାକ୍ସିନ୍, ବୁଧବାର ୧୦ ଜିଲ୍ଲାରେ ବନ୍ଦ ଥିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଓ ଭ୍ୟାକ୍ସିନ୍ ଷ୍ଟକ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଗତକାଲି ବୁଧବାର ରାଜ୍ୟର ୫୫୬ଟି ଟିକାକରଣ କେନ୍ଦ୍ରରେ ୭୧ ହଜାର ୪୭୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୫୬ ହଜାର ୪୫୦ ଡୋଜ୍ ଟିକା ଦିଆଯାଇଛି । ସବୁ ସ୍ଥାନରେ ଟୀକାକରଣ ଚାଲିଛି । ଆଜି ପ୍ରାୟ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଛି । ଗତକାଲି ୧୦ ଜିଲ୍ଲାରେ […]

Continue Reading

ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବାଲେଶ୍ବର: ସିମୁଳିଆ ରେଳ ଷ୍ଟେସନ ନିକଟରେ ଗୁରୁବାର ସକାଳେ ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିବା ନଜରକୁ ଆସିଥିଲା। ସୂଚନାନୁସାରେ, କୋଚ୍ ନଂ ଡି-୬ ନିକଟରେ ଥିବା ଏକ ଡଷ୍ଟବିନରୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଟ୍ରେନ୍ କର୍ମଚାରୀଙ୍କୁ ଜଣାଇବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ କର୍ମଚାରୀ। ତେବେ କେହି ବେପରୁଆ ଭାବେ ଡଷ୍ଟବିନରେ ସିଗାରେଟ୍ ଫିଙ୍ଗି ଦିଆଯାଇଥିବା ଯୋଗୁଁ […]

Continue Reading

ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ, ରାସ୍ତାରୋକ

ପୁରୀ: କୋର୍ସ ସରିନି ପରୀକ୍ଷା ହେବ A। ଏହାକୁ ବିରୋଧ କରି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଲେଜର ମୁଖ୍ୟ ଫାଟକରେ ଭଙ୍ଗାରୁଜା ହୋଇଛି । ପୋଲିସ ଓ ଆନ୍ଦୋଳନରତ ଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଯୁକ୍ତ ତିନି […]

Continue Reading

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକଟା ମାଟିଆ ଅଞ୍ଚଳରେ ଘଟିଛି । ସୂଚନା ମୁତାବକ  ଚିଟିକା ମାଟିଆର କାର୍ତ୍ତିକ […]

Continue Reading

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ କଳାହାଣ୍ଡି ଓ କେନ୍ଦୁଝରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟ ଘଟିଥିବା ସୁତ୍ରରୁ ପ୍ରକାଶ। ଅଧିକ ପଢନ୍ତୁ- ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୮୯ […]

Continue Reading

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ପରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଏବଂ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଜୁନ୍ ୧ ରେ ସ୍ଥିତିର ସମୀକ୍ଷା କରାଯିବ। ଏହାପରେ ସଂଶୋଧିତ ତାରିଖ ଘୋଷଣା କରାଯିବ। କରୋନା ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। […]

Continue Reading

ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ପିଜିଟିଭ୍ ବାହାରିଛନ୍ତି । ଏକାଥରେ ଏତେ ସଂଖ୍ୟାରେ IAS ଅଧିକାରୀ ପଜିଟିଭ୍ ବାହାରିବା ଚିନ୍ତାର କାରଣ ପାଲଟିଛି । ରାଜସ୍ୱ ପରିଷଦର ଅଧ୍ୟକ୍ଷ ଦୀପକ ତ୍ରିବେଦୀ, କୃଷି ବିଭାଗର ପ୍ରମୁଖ […]

Continue Reading

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ନିବେଦନ କରିଛନ୍ତି । ସୂଚନା ଅନୁସାରେ, କରୋନା ଯୋଗୁ କ୍ୟାଣ୍ଟାନକୁ ବନ୍ଦ ରଖାଯାଇଛି । ଅବିଳମ୍ବେ ଖୋଲିବା ସାଙ୍ଗକୁ ସର୍ବସାଧାରଣଙ୍କୁ ଏଠାରେ ଖାଇବା […]

Continue Reading