ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ କଳା ଟଙ୍କା ବୃଦ୍ଧି ହେବା କଥା ସତ ନୁହେଁ’: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ବାସିନ୍ଦାଙ୍କ ଅଘୋଷିତ ଆୟ ବୃଦ୍ଧି ହେବାର କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ନାହିଁ ଏବଂ ଏ କଥା ସତ ନୁହେଁ ବୋଲି କହିଛନ୍ତି ସରକାର। ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତି ପ୍ରଦାନ କରିଛି। ସରକାର ସ୍ୱିସ୍ କର୍ତ୍ତୃପକ୍ଷଙ୍କୁ ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ସହିତ ପ୍ରଯୁଜ୍ୟ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଶନିବାର କହିଛି। ରିପୋର୍ଟରେ ମନ୍ତ୍ରଣାଳୟ ପ୍ରକାଶ କରିଛି […]

Continue Reading

ମୋଦିଙ୍କ ବିରୋଧରେ ବିଦେଶୀ ଧନୀକଙ୍କ ପସନ୍ଦ ପି.ଚିଦାମ୍ବରମ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଏକ ଦୃଢ଼ ବିରୋଧୀ ଚେହେରା ଖୋଜିବା ପାଇଁ ଗତ ସାତବର୍ଷ ଧରି କସରତ ଚାଲିଛି । ଯେଉଁ ରାଜ୍ୟର ନିର୍ବାଚନରେ ବିଜେପି ପରାଜିତ ହେଉଛି, ବିଜେତା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି । ନିକଟରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ଏକ ଦୃଢ଼ ଚେହେରାଭାବେ ବିବେଚନା କରାଯାଉଛି । ଏହା ବ୍ୟତୀତ “ଦି […]

Continue Reading

ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ‘ୱାଫଲ୍ସ‌’ ଖାଇଲେ ବ୍ୟକ୍ତି

ୱାଶିଂଟନ: ଜଣେ ଆମେରିକୀୟ ବ୍ୟକ୍ତି ନିଜ ଫାଣ୍ଟାସି ଫୁଟବଲ ଲିଗରେ ହାରିଯାଇଥିବାରୁ ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ୱାଫଲସ୍‌ ଖାଇଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଆମେରିକା ମିସିସିପିର ଜଣେ ସାମ୍ବାଦିକ ତାଙ୍କ ଫାଣ୍ଟାସି ଫୁଟବଲ ଲିଗରେ ହାରିଯିବା ପରେ ୱାଫଲ ହାଉସ ରେଷ୍ଟୁରାଣ୍ଟରେ ୨୪ ଘଣ୍ଟା ବିତାଇଥିଲେ। ଲି ସାଣ୍ଡର୍ଲିନ୍ ନାମକ ଜଣେ ବ୍ୟକ୍ତି […]

Continue Reading

କୋଭିଡ ନିୟମ ଉଲ୍ଲଂଘନ; ୨୪ ଘଣ୍ଟାରେ ୨୨ ଲକ୍ଷ ଫାଇନ, ୧୫ ଗିରଫ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨,୨୦,୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୨୪ଟି ଗାଡି ଜବତ କରାଯାଇଛି। ଏନେଇ ଓଡିଶା ପୋଲିସ ଶନିବାର ଟୁଇଟ୍ କରି ସୂଚନା ଦେଇଛି। ଏହାବ୍ୟତୀତ, ସମାନ ଘଟଣାରେ ଆଉ ଦୁଇଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ଉଲ୍ଲେଖଯୋଗ୍ୟ, କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ […]

Continue Reading

ଚିଡିଆଖାନାରେ କରୋନା ସଂକ୍ରମିତ ୪ ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ଠାବ

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି । ଭଣ୍ଡାଲୁରୁ ଚିଡ଼ିଆଖାନର ୧୧ ସିଂହଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ICAR-NIHSADକୁ ପଠାଯାଇଥିଲା । ଏହାପରେ ଜୁନ୍ ୩ ତାରିଖରେ ୯ ସିଂହଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା […]

Continue Reading

ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ହେଉଛି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବାରମ୍ବାର ଲୋକଙ୍କୁ ଏହି ବାର୍ତ୍ତା ଦେଇ ଆସୁଛନ୍ତି। ତେବେ ମାସ୍କ ଓ ସାମାଜିକ ଦୂରତା କରୋନା ଭୂତାଣୁଠୁ ଦୂରେଇ ରହିବା ପାଇଁ ଜରୁରୀ ହୋଇଥିଲେ ସୁଦ୍ଧା ଏହା ପିଲାମାନଙ୍କ ‌ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରୁଛି। ଏମିତି ଏକ ଦାବି ଆଣିଛନ୍ତି ଇଂଲଣ୍ଡର ବିଶେଷଜ୍ଞମାନେ। ସେମାନଙ୍କ କହିବାନୁସାରେ, […]

Continue Reading

ମିଲଖା ସିଂଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ୯୧ ବର୍ଷ ବୟସରେ ମିଲଖା ସିଂହଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ। ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ କହିଛନ୍ତି ଯେ, ଫ୍ଲାଇଂ ଶିଖ୍ ମିଲଖା ସମସ୍ତ କ୍ରୀଡାବିତ ଓ ଆଗାମୀ ଭବିଷ୍ୟତ ପିଢି ମାନଙ୍କ ପାଇଁ ଜଣେ ଆଦର୍ଶ। ତାଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ […]

Continue Reading

ଦୁଇଶହ ବର୍ଷ ତଳର ଗଛ ପାଇଁ ଡାକ୍ତର

ମୁମ୍ବାଇ: କେବଳ ପୁରୁଣା ସ୍ଥାପତ୍ୟ, ମନ୍ଦିର କଳାକୀର୍ତ୍ତି କି କୋଠାବାଡ଼ି ଐତିହ୍ୟ ନୁହେଁ। ବେଳେ ବେଳେ ଅନେକ ଗଛ ବି ଗୋଟେ ଅଞ୍ଚଳର ଇତିହାସକୁ ମନେରଖିଥାଏ। ବର୍ଷବର୍ଷ ଧରି ରହିଥିବା ଗଛ କେତେବେଳେ ଗୋଟିଏ ଅଞ୍ଚଳ ପାଇଁ ଲ୍ୟାଣ୍ଡମାର୍କ ହୋଇଯାଏ ଜଣାପଡ଼େନାହିଁ। ବିନା ଯତ୍ନରେ ବଢ଼ିବଢ଼ି ଶହେ, ଦୁଇଶହ ବର୍ଷ ପୂରଣ କରିଥିବା ଗଛଗୁଡ଼ିକର ଯତ୍ନ ଆବଶ୍ୟକ। ଏଥିପାଇଁ ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ ପକ୍ଷରୁ ଏଭଳି ଗଛଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରାଥମିକ ଭାବେ ଗଛଗୁଡ଼ିକୁ […]

Continue Reading

ବିନା ମାସ୍କରେ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ କରୁଥିଲେ । ତହସିଲଦାର ମ୍ୟାଡାମଙ୍କ ଭିଡିଓ ଭାଇରାଲ୍ ହେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଜୁନ୍ […]

Continue Reading

ଅକ୍ଟୋବର ସୁଦ୍ଧା ଭାରତ ଛୁଇଁପାରେ କରୋନାର ତୃତୀୟ ଲହର; ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ

ବେଙ୍ଗାଲୁରୁ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତକୁ ଛୁଇଁପାରେ କରୋନାର ତୃତୀୟ ଲହର। ଏହାକୁ ନେଇ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହା ଦ୍ବିତୀୟ ଲହର ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ ଏବଂ ଏହାର ୧୦ ପ୍ରତିଶତ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ। ରିପୋର୍ଟ ଅନୁଯାୟୀ ଏହା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ରହିବ ବୋଲି ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହା ଦ୍ବିତୀୟ ଲହରଠାରୁ ଅଧିକ ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଅଲ୍ […]

Continue Reading