ବାହା ହେଲେ ଅଭିନେତ୍ରୀ ସାନା ଶାୟାଦ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ସାନା ସାୟାଦ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା କଲେଜ ବନ୍ଧୁ ଇମାଦ୍ ଶାମସିଙ୍କୁ ବିବାହ କରିଛନ୍ତି। ଗତକାଲି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାନା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନିକାର କିଛି ସୁନ୍ଦର ସ୍ମୃତି ସେୟାର କରିଥିଲେ। ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାନା ଅନେକ ଟେଲି ଧାରାବାହିକରେ ଅଭିନୟ କରିଛନ୍ତି। ଲକ୍‌ଡାଉନ୍‌ କୀ ଲଭ୍‌ ଷ୍ଟୋରୀ, ଦିବ୍ୟାଦୃଷ୍ଟି ଭଳି ହିଟ୍‌ […]

Continue Reading

ଟିକା ଯୋଗାଣ ଅନୁପାତ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫ ପ୍ରତିଶତ ହାରରେ ଟିକା କମ୍ପାନିଠାରୁ କିଣିପାରିବେ। ଏବଂ ୨୫ ପ୍ରତିଶତ ଟିକା ରାଜ୍ୟର ଘରୋଇ ହସପିଟାଲ କିଣିପାରିବେ। କିନ୍ତୁ ରାଜ୍ୟରେ ଲୋକ ଅନୁପାତରେ ସେତିକି ଘରୋଇ ହସପିଟାଲ ନାହିଁ। ଫଳରେ ରାଜ୍ୟକୁ ମିଳିବାକୁ […]

Continue Reading

ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ ଦୁଇଟି କାର ପୋଲିସ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ […]

Continue Reading

ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଟିକା ଦେଇପାରୁନାହାନ୍ତି। ଆଗକୁ ଡେଲ୍ଟା ପ୍ଲସ ଭାଇରସ ଅଧିକ କ୍ଷତିଗ୍ରସ୍ତ କରିବାର ଆଶଙ୍କା ଥିବା ବେଳେ ଗରିବ ଦେଶରେ ଟିକାକରଣ ନ ହେବା ବିଶ୍ଵସ୍ତରରେ କରୋନା ମୁକାବିଲାକୁ ପ୍ରଭାବିତ କରିବ। ସେଥିପାଇଁ ଗରିବ ଦେଶଗୁଡ଼ିକୁ ଟିକା ଦେବା ପାଇଁ ‘ହୁ’ର ମୁଖ୍ୟ କହିଛନ୍ତି। ଏମିତି […]

Continue Reading

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପ ଆରମ୍ଭ ପୁନଃ ଆରମ୍ଭ ପରେ ଏବେ ଦେଶକୁ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିକଟକ୍ ଦେଶରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ […]

Continue Reading

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ନୟାଗଡ଼ ଜିଲ୍ଲା । ଏସବୁ ଜିଲ୍ଲାରେ ଜୁଲାଇ […]

Continue Reading

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ କାମ ହେବ ନାହିଁ। ଏହିପରି ଭାବେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ କାମ ହେବ ନାହିଁ। ୪ ଜୁଲାଇ ୨୦୨୧ – ରବିବାର ୧୦ […]

Continue Reading

ନାଗ ସାପକୁ ଗିଳିଲା ନାଗ

ଭୁବନେଶ୍ୱର: ନାଗ ସାପ ଉଦ୍ଧାର ପାଇଁ ଅନୁରୋଧ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ ଆପାର୍ଟମେଂଟରେ ନାଗ ସାପ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିବା ବେଳକୁ ସାପଟି ଆଉ ଦେଖା ଯାଉ ନଥିଲା । ଶ୍ରମିକ ମାନେ ଯେଉଁ ସ୍ଥାନରେ ପ୍ରଥମେ ସାପଟିକୁ ଦେଖିଥିଲେ […]

Continue Reading

ନକଲି ଟିକା ନେଇ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

କୋଲକାତା: ନକଲି ଟିକା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ। ଏକ ଶିବିରରେ ନକଲି କରୋନା ଟିକା ନେବା ପରେ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନକଲି ଟିକାକରଣର ଚାରି ଦିନ ପରେ ସାଂସଦ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପ୍ରାରମ୍ଭିକ ଯାଞ୍ଚ ପରେ ସାଂସଦଙ୍କୁ ଘରେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ କୁହାଯାଇଛି।

Continue Reading

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍ ଭାରିଆଏଣ୍ଟ ଵିଶେଷ ଘାତକ ନୁହେଁ । ଘାତକ ହୋଇଥିଲେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାଆନ୍ତା । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ […]

Continue Reading