ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏହାର ପୁନରୁଦ୍ଧାର ପାଇଁ ଇଲଣ୍ଡର କାରଲକ୍ କ୍ୟାପିଟାଲ ଓ ୟୁଏଇର ଉଦ୍ୟୋଗପତି ମୁରାରୀଲାଲ ଜଲାନଙ୍କ କନସୋର୍ଟିୟମ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବକୁ ଏନସିଏଲଟି ମଞ୍ଜୁରି ଦେବା ସହ ଜେଟ୍ ଏୟାରଓ୍ଵେଜକୁ ଉଡାଣର […]

Continue Reading

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ କନ୍ଧମାଳ ଡିଭିଏଫର ମିଳିତ ଟିମ୍ କୁମ୍ଭହାରୁ ଜଙ୍ଗଲରେ ୨୦ ତାରିଖରୁ କମ୍ବିଂ ଅପରେସନ ଚଳାଇଥିଲା। ତେବେ ଆଜି ସକାଳେ ଅପରେସନ ଚାଲିଥିବା ୨୦ରୁ ୨୫ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ତେବେ ପୁଲିସବାହିନୀ ସେମାନଙ୍କୁ […]

Continue Reading

ରାହୁଲ ପରାସ୍ତ: ଆଜାଦ ପୁନର୍ବାର ରାଜ୍ୟସଭା ଆସନ ପାଇବେ !

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ, ଯେତେବେଳେ ବି କଂଗ୍ରେସ ଦଳର ପୁରୁଣା ଏବଂ ଯୁବ ନେତାଙ୍କ ମଧ୍ୟରେ କ୍ଷମତା ହାସଲପାଇଁ ସଂଘର୍ଷ ହୋଇଛି, ରାହୁଲ ଗାନ୍ଧୀଙ୍କ ଅପାରଗ ନେତୃତ୍ୱ ଯୋଗୁଁ ପୁରୁଣା ନେତାମାନେ ବିଜୟୀ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦୋଷ ଯାହା ବି ହୋଇପାରେ, ଅନ୍ତତଃ ପକ୍ଷେ ପୁରୁଣା ନେତାମାନେ ଯୁବ ନେତାଙ୍କ ବିରୁଦ୍ଧରେ ବିଜୟୀ ହୋଇ କଂଗ୍ରେସ ଦଳକୁ ବାରମ୍ବାର ପୁନର୍ଜୀବିତ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଦଳର ପୁରୁଣା ନେତାମାନଙ୍କୁ […]

Continue Reading

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ପୁରୀ: ଦିନେ ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତାପୂର୍ବରୁ ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପରମ୍ପରା ଅନୁସାରେ, ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶୀ ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି । ଏଥିସହ ଆଜି ଶ୍ରୀମନ୍ଦିରରେ ବାହୁଟ କଣ୍ଟ ବନ୍ଧା ନୀତି ହେଉଛି । ଆସନ୍ତାକାଲି ସେନାପଟା ବନ୍ଧା ଯିବ । ଗୁରୁବାର ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି  ଅନୁଷ୍ଠିତ ହେବ । ତାପୂର୍ବରୁ […]

Continue Reading

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Continue Reading

କାନପୁରରୁ ବିଶ୍ୱର ପ୍ରଥମ ଅପ୍ଟିକ୍ ନ୍ୟୁରାଇଟିସ୍‌ ରୋଗୀ ଚିହ୍ନଟ

କାନପୁର: ବ୍ଲାକ୍‌ ଫଙ୍ଗସରୁ ଅପ୍ଟିକ୍ ନ୍ୟୁରାଇଟିସ୍‌ର ପ୍ରଥମ ରୋଗୀ କାନପୁର ସହରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ହାଲେଟ୍ ହସ୍ପିଟାଲ ପକ୍ଷରୁ ରିପୋର୍ଟ କରାଯାଇଛି। ଏହି ଅପ୍ଟିକ୍ ନ୍ୟୁରାଇଟିସ୍ କାରଣରୁ ରୋଗୀଙ୍କ ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରୋଗୀର ଆଖି ନଷ୍ଟ ହୋଇଯାଏ। ଅପ୍ଟିକ୍ ନ୍ୟୁରାଇଟିସ୍ ବ୍ଲାକ୍‌ ଫଙ୍ଗସର ଏକ ନୂଆ ରୂପ। ଦାବି ହେଉଛି ଏହା କେବଳ ଦେଶରେ ନୁହେଁ ବରଂ ଦୁନିଆରେ ପ୍ରଥମ ମାମଲା। ଡାକ୍ତରମାନେ ମଧ୍ୟ ଉକ୍ତ ରୋଗୀଙ୍କ ଉପରେ […]

Continue Reading

ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା […]

Continue Reading

ମୁମ୍ବାଇ ମନ୍ତ୍ରାଳୟ ଉପରକୁ ବୋମା ମାଡ ଧମକ

ପୁଣେ: ସୋମବାର ଦିନ ପୁଣେରେ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ମନ୍ତ୍ରାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଧମକ ନକଲି ବୋଲି ଜଣାପଡିଛି। ଏ ନେଇ ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୁଣେର ଘୋରପାଣ୍ଡି ଅଞ୍ଚଳରେ ଉକ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। […]

Continue Reading

ମନ୍ତ୍ରୀଙ୍କ ନୂଆ ଘୋଷଣା; ଅଧିକ ସନ୍ତାନ ଥିଲେ ମିଳିବ ଲକ୍ଷେ ଟଙ୍କା

ଆଇଜଲ୍: ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମିଜୋରାମ ମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିଶୁ ପଲିସି କରାଯାଉଥିବା ବେଳେ ମିଜୋରାମର ଜଣେ ମନ୍ତ୍ରୀଙ୍କର ଏହି ପଦକ୍ଷେପର ଚର୍ଚ୍ଚାରେ ରହିଛି। କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଭିଆ ରୋଏଟ୍ ଏହି ପ୍ରୋତ୍ସାହନ ରାଶି ଲାଗି ସର୍ବନିମ୍ନ ଶିଶୁ ସଂଖ୍ୟା କେତେ ରହିବ ସେନେଇ ଉଲ୍ଲେଖ କରି ନାହାଁନ୍ତି। ରବିବାର ଦିନ ପିତୃ ଦିବସ ଅବସରରେ ମନ୍ତ୍ରୀ […]

Continue Reading

‘ଯୋଗ’ ଭାରତର ନୁହେଁ ନେପାଳର; ପିଏମ୍‌ କେ.ପି ଓଲି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରୁ ଆସିଛି। ସେ କହିଥିଲେ ଯେ ଭାରତ ପୂର୍ବରୁ ତାଙ୍କ ଦେଶରେ ପ୍ରଥମେ ଯୋଗ ଅଭ୍ୟାସ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ସେ ଏହାପୂର୍ବରୁ ପିଏମ୍‌ ଅଲି କହିଥିଲେ ଯେ ହିନ୍ଦୁ ଦେବତା ରାମ ମାଡି ଅଞ୍ଚଳରେ ତଥା ନେପାଳର ଚିତୱାନ ଜିଲ୍ଲାର ଅଯୋଧ୍ୟାପୁରୀରେ ଜନ୍ମ ହୋଇଥିଲେ ଏବଂ ଭାରତର ଅଯୋଧ୍ୟାରେ ନୁହେଁ। “ରାଷ୍ଟ୍ର ଭାବରେ ଭାରତର ବହୁ ପୂର୍ବରୁ […]

Continue Reading