ମନୀଷ ଅନୁରାଗ ହତ୍ୟା ମାମଲା: ବନ୍ଧା ହେଲେ ନିଲମ୍ବିତ କନେଷ୍ଟବଳ

ଭୁବନେଶ୍ୱର: ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ହତ୍ୟା ମାମଲା  । ସାଉଥ ସିଟି ବାର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ତଦନ୍ତ କରୁଥିବା କମିଶନରେଟ୍ ପୋଲିସ । ଗିରଫ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଛି । ସାଉଥ ସିଟି ବାର ମ୍ୟାନେଜରଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାକୁ ଗିରଫ କରିଛି ପୋଲିସ । ପ୍ରସନ୍ନ […]

Continue Reading

ପ୍ରଭାସଙ୍କ ବର୍ଥ ଡେ’ ରେ ରିଲିଜ ହେଲା “ରାଧେ ଶ୍ୟାମ” ର ଟିଜର

ମୁମ୍ବାଇ : ଆଜି ହେଉଛି ସାଉଥ ସୁପରଷ୍ଟାର ଓ ବାହୁବଳୀ ଫେମସ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନ । ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ପ୍ରଭାସ । ଏନେଇ ପ୍ରଭାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପଟେ ତାଙ୍କ ଜନ୍ମ ଦିନକୁ ସ୍ପେଶାଲ କରିବା ପାଇଁ ଆଜି ତାଙ୍କ ଅପକମିଂ ମୁଭି “ରାଧେ ଶ୍ୟାମ”ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମର ଟିଜରକୁ ଫ୍ୟାନ ମାନେ ଖୁବ୍ ପସନ୍ଦ କରିଛନ୍ତି । ପ୍ରଭାସଙ୍କ […]

Continue Reading

IPL ଟିମ୍ କିଣିବେ ବଲିଉଡ଼ ଷ୍ଟାର ଦମ୍ପତି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନ୍‌ରେ ମୈଦାନରେ ଷ୍ଟାର ଦମ୍ପତିଙ୍କ ଦବଦବା ଦେଖିବାକୁ ମିଳିବ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ । ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର […]

Continue Reading

ମର୍ମନ୍ତୁଦ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗାଁ କାଜୁ ଜଙ୍ଗଲ ନିକଟରେ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି ।ମୃତ ଶିକ୍ଷକ ଜଣକ ହେଉଛନ୍ତି ତରାଜଙ୍ଗ ଗାଁ ର ପ୍ରକାଶ କୁମାର ସେଠୀ।ପ୍ରକାଶ କଙ୍କଡାହାଡ କେରେଜୋଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ସେ ଆଜି ନିଜ ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ଏକ କାର […]

Continue Reading

୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍। ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର ପୋଲିସ ଚଢ଼ାଉ କରିଥିଲା। ଏତେ ପରିମାଣରେ ମଦ କେଉଁଠୁ ଆସିଲା ଏବଂ କୁଆଡ଼େ ଯାଉଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ। ତେବେ […]

Continue Reading

୧୩୦ପେଟି ବିଦେଶୀ ନକଲି ମଦ ଜବତ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ ଅତର୍କିତଭାବେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ୱ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଦୁଇଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୫ଜଣିଆ ଟିମ ଆସି […]

Continue Reading

ମମିତା ହତ୍ୟା ଘଟଣା ,ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ସିପିଆଇଏମ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିିଛି । ରାଜସ୍ୱ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ଘଟଣାର ଏସଆଇଟି ତଦନ୍ତ କରିବା ପାଇଁ ସିପିଆଇଏମ ପକ୍ଷରୁ ଦାବି କରାଯାଇଛି ।ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ଦିଆଯାଇଛି। ଅନ୍ୟପଟେ ଲୋମହର୍ଷଣକାରୀ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ: ‘ସ୍ମାର୍ଟ’ ଯୁଗର ମହାବିପ୍ଲବ

ମୟୂରଭଞ୍ଜ : ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ  ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ […]

Continue Reading

ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା

ନରସିଂହପୁର : ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରଚାପାଟ ଗାଁ ରେ ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି । ସେମାନେ ହେଉଛନ୍ତି ମନୋଜ ନାୟକ ,ରଞ୍ଜନ ସାମନ୍ତରାୟ, ଲିପୟ ବଳବନ୍ତରାୟ ସିଂ । ବିନା କାରଣରେ ୩ ଜଣ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି।ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା […]

Continue Reading

ଏଥର ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଟିଂ

ଭୁବନେଶ୍ୱର: ଆଗାମୀ ପଂଚାୟତ ନିର୍ବାଚନରେ ଏଥର ସେଂଟ୍ରାଲ କାଉଟିଂ ହେବ ବୋଲି ଘୋଷଣା ହୋଇଛି । ଗୁରୁବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫେରେନ୍ସି ମାଧ୍ୟମରେ ଏ ନେଇ ଆଲୋଚନା କରିଥିଲେ । ୱାର୍ଡ ଏବଂ ପଂଚାୟତରେ ଭୋଟର ଲିଷ୍ଟ ପାଇଁ ଗାଇଡଲାଇନ ଜାରି କରାଯିବ ବୋଲି ସେ କହିଛନ୍ତି । ବ୍ଲକ ସ୍ତରରେ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରାଯିବ । ଯାହା ଫଳରେ ଭୋଟ ସରିବା ପରେ […]

Continue Reading