ଇନୋଭେସନ୍‍ ରାଙ୍କିଂ ୨୦୨୧, କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ବର : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ବବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ବୀକୃତି । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଅଟଳ ରାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏଆରଆଇଆଇଏ-୨୦୨୧ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି […]

Continue Reading

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପାନବରଜ ଦେଇ ୧୪ ବରଜିଙ୍କୁ ମିଳିଲା ୩୦ ଲକ୍ଷ ଟଙ୍କା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜାରି ରହିଛି ପ୍ରଶାସନିକ କାର୍ଯ୍ୟ । ଆଜି ଢ଼ିଙ୍କିଆ ପଞ୍ଚାୟତର ପାଟଣା ଗାଁରେ ୮ଟି ପାନବରଜର ମାପଚୁପ କରାଯାଇଛି । ଢ଼ିଙ୍କିଆରେ ଆଜି ୨ଟି ପାନବରଜ ଭଙ୍ଗା ଯାଇଥିବା ବେଳେ, ଗୋବିନ୍ଦପୁର ଗାଁର ୫ଟି ବରଜ ଭଙ୍ଗା ଶେଷ ହୋଇଛି । କ୍ଷତିପୂରଣ ବାବଦକୁ ଗୋବିନ୍ଦପୁର ଗାଁର ୯ଟି ପାନବରଜ ପାଇଁ ୧୪ ଜଣ […]

Continue Reading

ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୪ ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମୋଡରେ ୧୪ ଟି ସାଇବର ଥାନାର ଉଦଘାଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଢିବାରେ ଲାଗିଛି । ଆଖି ପିଛୁଳାକେ ସାଇବର ଅପରାଧି ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ଏହା ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଭୁବନେଶ୍ୱର ଇମ୍ପୋଭ୍ୟାଲି ଓ ପାହାଳରେ […]

Continue Reading

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ବର : ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆରମ୍ଭ ହେବ ନୂଆବର୍ଷ । ନୂଆବର୍ଷ ପାଳନ କରିବାକୁ ଦେଶବାସୀ ପ୍ରସ୍ତୁତ ଥିବା ବେଳେ, ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ବର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର […]

Continue Reading

ସାଜିଦଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଆହାନ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ତଡପରେ ଧମାକାଦାର ଷ୍ଟାଇଲରେ ବଲିଉଡରେ ପାଦ ଥାପିଥିଲେ ସୁନୀଲ ସେଟ୍ଟୀଙ୍କ ପୁତ୍ର ଆହାନ । ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ର ହିନ୍ଦର ରିମେକ ତଡପ ବ୍ୟବସାୟୀ ଦୃଷ୍ଟିକୋଣରୁ ସେତେଟା ବଡ ହିଟ ହୋଇ ନ ଥିଲେ ମଧ୍ୟ ଆହାନ ପ୍ରଭାବିତ କରିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ତାଙ୍କ ଆଗାମୀ ଫିଲ୍ମରେ ଆହାନଙ୍କୁ ନେବେ ବୋଲି ଘୋଷଣା କରି ସାରିଛନ୍ତି । ପୂର୍ବରୁ ଟାଇଗର ଶ୍ରଫଙ୍କ ବଲିଉଡ କ୍ୟାରିୟରରେ […]

Continue Reading

ଗର୍ଭବତୀଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ

ରାୟଗଡା : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛିା ମହିଳାଙ୍କ ସ୍ୱାମୀ ଲିଙ୍ଗରାଜ ବାଗ ଏପରି ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମରେ ଗର୍ଭବତୀ ମହିଳାଙ୍କ ଅଲଟ୍ରା ସାଉଣ୍ଡ କରିବା ପାଇଁ ତାଙ୍କ ପତି ବହୁ ସମୟ ଧରି ଅପେକ୍ଷା କରିଥିଲେ । ତାଙ୍କ ସ୍ୱାମୀ ଡାକ୍ତର ଜିତେନ୍ଦ୍ର ପାଣିଗ୍ରାହୀଙ୍କୁ ଶିଘ୍ର ଅଲଟ୍ରାସାଉଣ୍ଡ କରିବା ପାଇଁ […]

Continue Reading

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ। ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଷ୍ଟର ଡୋଜ ନେବାବେଳେ ଏପରି ସାର୍ଟିଫିକେଟ୍ ଦେଖାଇବାର କୌଣସି ଆବଶ୍ୟକତା ନାହିଁ। କିଛି ଦିନ ପୂର୍ବରୁ ସରକାର ସ୍ୱାସ୍ଥ୍ୟ କର୍ମୀ ,ଫ୍ରଣ୍ଟଲାଇନ କର୍ମଚାରୀ […]

Continue Reading

ପୁଣି ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ ଡେଟ୍‌

ମୁମ୍ବାଇ: ଶାହିଦ କପୁର ଏବଂ ମୃଣାଲ ଠାକୁର ତାଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅନେକ ଦିନର ଅପେକ୍ଷା ପରେ ଫିଲ୍ମଟି ଡିସେମ୍ବର ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଦେଶରେ ବଢୁଥିବା କୋଭିଡ ଏବଂ ଓମିକ୍ରନ୍ ମାମଲା ହେତୁ ଜର୍ସିର ରିଲିଜ୍ ତାରିଖ ପୁଣି ଥରେ ଘୁଞ୍ଚାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଫିଲ୍ମ ନିର୍ମାତାମାନେ ଏକ ସରକାରୀ ବିବୃତ୍ତି ପ୍ରକାଶ କରିଛନ୍ତି। ଦେଶରେ କୋଭିଡ ଏବଂ ଓମିକ୍ରନ୍ ମାମଲା ବଢିବା ସହିତ କେତେକ […]

Continue Reading

ବରଫ ଚାଦରରେ ସଜାଇ ହୋଇଛି ପର୍ଯ୍ୟଟନସ୍ଥଳି ଔଲି , ଜମୁଛି ପର୍ଯ୍ୟଟକଙ୍କ ଭିଡ

ଉତ୍ତରାଖଣ୍ଡ :ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଔଲି । ଏଠାରେ ଏବେ ତୁଷାରପାତ ଜାରି ରହିଛି । ହେଲେ ଏହି ବରଫ ପାତ ଦେଖିବା ପାଇଁ ବାହାର ରାଜ୍ୟ ସହ ଆଖପାଖ ଅଞ୍ଚଳର ଟୁରିଷ୍ଟ ମାନଙ୍କ ପ୍ରବଳ ଭିଡ ଲାଗିଛି । ପିକନିକ୍ ସିଜିନ ଚାଲିଥିବା ବେଳେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି । ଶୀତ ଦିନ ଆସିଲେ ଔଲି ଅଞ୍ଚଳରେ ସ୍ନୋ ଫଲର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । […]

Continue Reading

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ କହୁଛୁ, ଛେଳି ପାଖରୁ ମଣିଷ ସନ୍ତାନ ଭଳି ଦେଖାଯାଉଥିବା ଛୁଆକୁ ଜନ୍ମ ଦେଇଛି । ବିଶ୍ୱାସ […]

Continue Reading