ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି। ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ଦ୍ବାରା ରଣନୈତିକ ଭୁଲ ନିଷ୍ପତ୍ତି ହେତୁ ଆମେରିକା-ଚୀନ୍ ସମ୍ପର୍କର ସମସ୍ୟା ହ୍ରାସ ପାଇଛି। କିନ୍ତୁ ଯଦି […]

Continue Reading

ଓଡ଼ିଶାରେ ପଶିଲା ଓମିକ୍ରନ; ଚିହ୍ନଟ ହେଲେ ୨ ଆକ୍ରାନ୍ତ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣ ସଂକ୍ରମିତ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା […]

Continue Reading

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଘର ଯୋଗାଇଦେବା ସମ୍ପର୍କରେ ଆଲୋଚନା କରିଥିଲେ ସାଂସଦମାନେ । ବାସହରା ଲୋକଙ୍କୁ ଘର ଯୋଗାଇଦେବାକୁ ବିଜେଡି ସାଂସଦମାନେ ଦାବି କରିଥିଲେ […]

Continue Reading

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ ଲିଙ୍କ୍ କରାଯିବ । ହେଲେ ସଂଯୋଗୀକରଣ ପକ୍ରିୟାକୁ ଆଇଆଇଏମ୍ , ବିପିଏସ୍ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ […]

Continue Reading

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ ନିଜ ମାଟିର ପନ୍ତଙ୍କୁ କ୍ରୀଡା ଏବଂ ସ୍ୱାସ୍ଥ୍ୟକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛୁ । ବ୍ରାଣ୍ଡ ଆମ୍ବାସାଡର କରାଯାଇଥିବାରୁ […]

Continue Reading

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍ ଆଣ୍ଟିବଡି ସ୍ତରକୁ ପୂର୍ବ-ବୃଦ୍ଧି ସ୍ତର ତୁଳନାରେ ୮୩ ଗୁଣ ବଢାଇଥାଏ। “ଏହି ତଥ୍ୟଗୁଡିକ ଦର୍ଶାଉଛି ଯେ ବର୍ତ୍ତମାନର ସ୍ବୀକୃତପ୍ରାପ୍ତ ମଡର୍ନା କୋଭିଡ୍-୧୯ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ  ପୂର୍ବ-ବୃଦ୍ଧି ସ୍ତରଠାରୁ ୩୭ ଗୁଣା […]

Continue Reading

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି ଗୁଜରାଟ ଯୋଗୀ

ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ ‘ଗୁଜୁରାଟର ଯୋଗୀ’ ବୋଲି କହୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗୀ ଦେବନାଥଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଯୋଗୀ ଦେବନାଥ ନିଜେ ମଧ୍ୟ ନିଜ ଟ୍ୱିଟରରେ ବହୁତ ସକ୍ରିୟ ଅଛନ୍ତି ଏବଂ କ୍ରମାଗତ ଭାବରେ ସମସ୍ତ ପୋଷ୍ଟ […]

Continue Reading

ପିପିଲିରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ

ପିପିଲି : ପିପିଲିରେ ବିଜେଡିର ମିଶ୍ରଣ ପର୍ବ । ପୁରୀ ଜିଲ୍ଲା ପିପିଲିରେ ବିଜେଡିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କର୍ମୀମାନେ ବିଜେଡିରେ ସାମିଲ ହୋଇଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦଳକୁ ଆହୁରୀ ମଜବୁତ କରୁଛି ବିଜେଡି । ଦୁର୍ଗାଦାସପୁର , ମଙ୍ଗଳପୁର ପଞ୍ଚାୟତର ପୂର୍ବତନ କଂଗ୍ରେସ […]

Continue Reading

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ । ସେମାନେ କହିଛନ୍ତି, ରବିବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ମିଳିତ ଅପରେସନରେ ହେରୋଇନ ଜବତ କରାଯାଇଛି । ଗୁଜୁରାଟ ପ୍ରତିରକ୍ଷା ଜନସମ୍ପର୍କ ୟୁନିଟ୍(ପିଆରଓ) ଏକ ଟୁଇଟରେ […]

Continue Reading

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ଜିଲ୍ଳାପାଳ

ନବରଙ୍ଗପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲାର ୧୦ଟି ବ୍ଲକ ସମେତ ୨ଟି ପୌରପାଳିକାର ନିଯୁକ୍ତି ଆଶାୟୀ ଯୁବବର୍ଗ ଯୋଗ ଦେଇଥିଲେ । ୫୦୦ରୁ ଉର୍ଦ୍ଧ୍ବ ବେକାର ଯୁବକ ଯୁବତୀ ଆସି ଏଠାରେ ପଞ୍ଜିକୃତ କରିଥିଲେ । ଏହି ମେଳାରେ ୭ଟି ତାଲିମ ଦାତା ଓ ୧୭ଟି ନିଯୁକ୍ତି ଦାତା ସଂସ୍ଥା ଅଂଶଗ୍ରହଣ କରିଥିଲେ । ୧୮ ବର୍ଷରୁ ଉର୍ଦ୍ଧ୍ବ […]

Continue Reading