ସୁରକ୍ଷା ବଳଙ୍କୁ ବଡ ସଫଳତା: ପୁଲିସ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ

ଭୁବନେଶ୍ୱର: ମାଓ ସଂଗଠନ ଗୁଡିକର ମୂଳଉତ୍ପାଟନ କରିବା ପାଇଁ ଛତିଶଗଡ ଓ ଓଡ଼ିଶା ପୋଲିସ୍ ଅଣ୍ଟାଭିଡିଥିବା ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୂସାରେ ଛତିଶଗଡର ବସ୍ତର ଓ ବିଜାପୁର ଜିଲ୍ଲାରେ ଜାବେଲି ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଏହି ଅପରେସନ୍ କରାଯାଉଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଗତକାଲି ବିଳମ୍ବିତ ରାତିରୁ […]

Continue Reading

‘ଆଜି ଦୁନିଆ କାନ ଖୋଲି ଶୁଣୁଛି ଭାରତ କ’ଣ କହୁଛି’: ୟୁକ୍ରେନ ସଙ୍କଟକୁ ନେଇ କହିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପି ବୋରିଆରେ ନିର୍ବାଚନୀ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବିଜେପି ସରକାରର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯଦି ୟୁପି ବିକାଶ ଚାହୁଛନ୍ତି ତେବେ ପୁଣିଥରେ ଭାଜପା ସରକାର ଆସିବା ଦରକାର, ସେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ପ୍ରତିକ୍ରିୟ କରିଛନ୍ତି ଏବଂ କହିଛନ୍ତି ଯେ ଏବେ ଭାରତ କଥା ସମସ୍ତେ କାନ ଖୋଲି ଶୁଣୁଛନ୍ତି […]

Continue Reading

ଘଟିବ ଯୁଦ୍ଧର ପରିସମାପ୍ତି: ରୁଷିଆ ସହ ଆଲୋଚନା ପାଇଁ ୟୁକ୍ରେନ ରାଜି, ମାତ୍ର ବେଲାରୁସରେ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା ପାଇଁ ଅଗ୍ରାହ୍ୟ କରିଥିବା ବେଳେ ଏବେ ଏନେଇ ସହମତି ପ୍ରକାଶ କରିଛନ୍ତି । ବେଲାରୁସର ରାଜଧାନୀ ମିନସ୍କରେ ରୁଷ ସହିତ ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ୟୁକ୍ରେନ ରାଷ୍ଟ୍ରପତି ମିନସ୍କରେ ଆଲୋଚନା ପାଇଁ ରାଜି ନଥିବା ଜଣାପଡ଼ିଛି । ଆଜି ଜେଲେନସ୍କି ଏକ ଭିଡିଓ […]

Continue Reading

ଭାରତୀୟ ରିଜର୍ଭ ବ୍ୟାଙ୍କରେ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞପ୍ତି: ୯୫୦ ପଦବୀ ପଡିଛି ଖାଲି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିବାକୁ ଇଚ୍ଚୁକ ଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ RBIର ଅଫିସିଆଲ ୱେବସାଇଟ rbi.gov.in ମାଧ୍ୟମରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ଜଈଓର ଏହି ପଦଗୁଡିକ ପାଇଁ ମୋଟ ୯୫୦ […]

Continue Reading

ଋଷ ସୈନ୍ୟଙ୍କୁ ମିଳିବ କଡା ଜବାବ: ହତିଆର ଉଠାଇଲେ କିଭର ସାଧାରଣ ନାଗରିକ

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ଯୁଦ୍ଧ । କିଭ ଅଧିକାର କରିବା ପାଇଁ ଋଷ ସେନାବାହିନୀ ନିକଟତର ହେବାକୁ ଲାଗିଛି । ଏହା ମଧ୍ୟରେ ହତିଆର ଉଠାଇଛନ୍ତି କିଭର ସାଧାରଣ ନାଗରିକ । ଋଷର ସୈନ୍ୟ ଯଦି କିଭ୍ ଅଧିକାର କରନ୍ତି ତେବେ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଜବାବ ମିଳିବ । ୟୁକ୍ରେନର ସାଧାରଣ ଲୋକ ହତିଆର ଉଠାଇବାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସାଧାରଣ […]

Continue Reading

କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆସନ୍ତାକାଲିରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି। ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲାମାନେ […]

Continue Reading

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି । ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାଁଁନ୍ତି ବୋଲି […]

Continue Reading

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା ଦେଖିବାକୁ ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ବିଜେଡ଼ି ବହୁତ ଆଗରେ ରହିଛି । ବିଭିନ୍ନ ଜୋନ୍ ଗୁଡିକରେ ବିଜେଡ଼ି ଆଗକୁ ଆଗକୁ ବଢି ଚାଲିଛି । […]

Continue Reading

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି […]

Continue Reading

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର ବିଜେଡି ୧୪ ଓ ବିଜେପି ୧୩ଟି ଜିତିଥିଲେ । କଂଗ୍ରେସ ୫ଟି ଜୋନରେ ଜିତିଥିଲା । ସିପିଆଇ, ସିପିଏମ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ […]

Continue Reading