ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ : ୩୮ ଓଡିଆ ଶ୍ରମିକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ୍ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକମାନେ […]

Continue Reading

୧୦୦ତମ ଟି-୨୦ ମ୍ୟାଚରେ ଟସ ଜିତିଲେ କାଏରନ ପୋଲାର୍ଡ: ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭର୍ତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ । ଆଜିର ମ୍ୟାଚ ପୋଲର୍ଡଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ । ତେବେ ଏହାର ରହିଛି ଦୁଇଟି କାରଣ । ଆସନ୍ତୁ ଜାଣିବା କଣ ସେହି କାରଣ । ଏହି ମ୍ୟାଚ ସହ ପୋଲାର୍ଡ ନିଜର ୧୦୦ ତମ ଟି-୨୦ ମ୍ୟାଚ ଖେଳିବାକୁ […]

Continue Reading

ଡାକ୍ତରଙ୍କୁ RSS ଏଜେଣ୍ଟ କହିଲେ ଅଖିଳେଶ: ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ନୂଆଦିଲ୍ଲୀ: ନିକଟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅଖିଳେଶ ଜଣେ ଡାକ୍ତରଙ୍କୁ ବିଜେପି ଓ ଆରଏସଏସ ଏଜେଣ୍ଟ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି । ଏହା ସହିତ ସମ୍ପୂର୍ଣ୍ଣ ଭିଡିଓଟି ମଧ୍ୟ ସାମ୍ନାକୁ ଆସିଛି । ଭିଡିଓଟି ଜାନୁୟାରୀ ୧୪ ତାରିଖରେ ଶୁଟିଂ କରାଯାଇଥିଲା । କନୌଜରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ […]

Continue Reading

ହାର୍ଟ ଇମୋଜୀ ଶେୟାର କଲେ ଜେଲ ଓ ୨୦ ଲକ୍ଷ ଜୋରିମାନା: ଜାଣନ୍ତୁ କେଉଁଠି ରହିଛି ଏମିତି ଅଜବ ବ୍ୟବସ୍ଥା

ନୂଆଦିଲ୍ଲୀ: ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍‌ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ ଦେବାକୁ ହୋଇଥାଏ। ବାସ୍ତବରେ, ସାଉଦି ଆରବରେ ଯଦି ଆପଣ ହ୍ଵାଟସ୍‌ଆପରେ ଲାଲ୍ ରଙ୍ଗର ହାର୍ଟ ଇମୋଜି କାହାକୁ ପଠାଇବାର […]

Continue Reading

୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ । କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଛି । ୧୫୬୪ ଗ୍ରାମ ପଞ୍ଚାୟତରେ ନିର୍ବାଚନ […]

Continue Reading

ଓଡ଼ିଶାରେ ନିର୍ବାଚନୀ ହିଂସା: କେଉଁଠି ଭୋଟ୍ ବାକ୍ସ ନେଇଗଲେ ତ ଆଉ କେଉଁଠି ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କେଉଁଠି ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି ତ ଆଉ କେଉଁଠି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ […]

Continue Reading

କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବଡ଼ ସୁଯୋଗ: ଓଡ଼ିଶାର ଏହି ସବୁ ସ୍ଥାନରେ ହେବ ଇଣ୍ଟରଭ୍ୟୁ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ ଦେଶ ତମାମ କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ଆବେଦନ କରିପାରିବେ । ୱାକ୍ ଇନ ଇଣ୍ଟରଭ୍ୟୁ ଦ୍ୱାରା ଏହି […]

Continue Reading

ରାଜେଶ ଧୂପରଙ୍କ ଲଢୁଆ ଅର୍ଦ୍ଧଶତକ: ପ୍ରଥମ ଇନିଂସରେ ଆଗୁଆ ଓଡ଼ିଶା

ଭୁବନେଶ୍ୱର: ରଣଜୀ ଟ୍ରଫିର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଓଡ଼ିଶା । ଦଳ ଗୋଆ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ୱିକେଟ କିପର ରାଜେଶଶ ଧୂପର ଲଢୁଆ ବ୍ୟାଟିଂ କରିବା ସହିତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଅପରାଜିତ ୭୧ ରନ କରିଥିବା ରାଜେଶଙ୍କ ଇନିଂସ ବଳରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ୮ ରନର ଅଗ୍ରଣୀ ହାସଲ କରିଥିଲା । ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ […]

Continue Reading

ରାଜଧାନୀରୁ ଗିରଫ ହେଲେ ନକଲି ପୋଲିସ୍: ଦାଦାବଟି ମାଗି ଲୋକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର: ଆଜିକାଲି ଲୁଟ ଏକ ସାଧାରଣ କଥା ପାଲଟି ଗଲାଣି । ଯିଏ ଯେଉଁଠି ଚାହିଁଲା ଲୁଟ କଲା । ଆଜି ଜଣେ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ନିରିହ ଯୁବକଙ୍କ ଠାରୁ ଲୁଟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ୍ ପରିଚୟ ଦେଇ ଯୁବକଙ୍କ ଠାରୁ ଟଙ୍କା ଲୁଟି ଥିବାରୁ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ୨ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅବସରପ୍ରାପ୍ତ ପୋଲିସ୍ ଏଏସ୍ଆଇ ଜ୍ଞାନ ରଞ୍ଜନ ମହାନ୍ତି । […]

Continue Reading

ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥଳ : ଗଭର୍ଣ୍ଣର ହାଉସରେ ନୁହେଁ, ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି

ପୁରୀ : ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହଣି ସ୍ଥଳ  । ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ରାଷ୍ଟ୍ରପତିଙ୍କ ରହଣି ସ୍ଥଳରେ ପରିବର୍ତ୍ତନ କରାଯାଇଛି ।ରାଷ୍ଟ୍ରପତି ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହେଟୋଲରେ ରହିବେ । ରାଷ୍ଟ୍ରପତିଙ୍କ ପ୍ରୋଟକଲ ଅନୁସାରେ ଗଭର୍ଣ୍ଣର ହାଉସରେ ଆବଶ୍ୟକତା ଆବଶ୍ୟକ ଏକମୋଡେସନ ବ୍ୟବସ୍ଥା ଓ ବ୍ଲୁ ବୁକ୍ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲରେ ରାଷ୍ଟ୍ରପତି ରହିବେ ବୋଲି ଜଣାପଡିଛି […]

Continue Reading