୪ ରାଜ୍ୟର ଫଳାଫଳ ପରେ ବିଜେପିର ବିଜୟ ଉତ୍ସବ: କର୍ମୀଙ୍କୁ ଏମିତି ବାର୍ତ୍ତା ଦେଲେ ମୋଦୀ

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜୟ ପରେ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ । ଏହି ଅବସରରେ […]

Continue Reading

ଅନ୍ଧବିଶ୍ୱାସକୁ ହରାଇବା ସହିତ କ୍ଷମତାକୁ ଫେରିଲେ ଯୋଗୀ: ଭାଙ୍ଗିଲେ ଏହି ସବୁ ରେକର୍ଡ

ନୂଆଦିଲ୍ଲୀ : ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଅନେକ ନୂଆ ରେକଡର଼୍ ସୃଷ୍ଟି କରିଛନ୍ତି । ୧୯୫୨ରୁ ଏଯାବତ ୭୦ ବର୍ଷ ମଧ୍ୟରେ ୨୧ ଜଣ ନେତା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି । ଖାଲି ସେତିକିନୁହେଁ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଭାବେ ସେ ଦ୍ୱିତୀୟ ପାଳି ସରକାର ଗଢ଼ିବେ […]

Continue Reading

ପୁଣି ଧୋନୀ ସାଜିଲେ ମେଣ୍ଟର: U-19 କ୍ରିକେଟରଙ୍କୁ ଦେଲେ ଲମ୍ବ ଲମ୍ବା ଛକା ମାରିବାର ଟିପ୍ସ

ନୂଆଦିଲ୍ଳୀ: ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୨ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହାରି ମଧ୍ୟରେ ସୁରଟରେ ଲିଗ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଧୋନୀବାହିନୀ । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ରବିନ ଉତ୍ଥାପା, ଅମ୍ବାତି ରାୟୁଡୁ ଏବଂ ସାଥୀ ଖେଳାଳିମାନେ ଖୁବ ପ୍ରାକ୍ଟିସ ଜାରି ରଖିଛନ୍ତି । ତେବେ ପ୍ରାକ୍ଟିସ ସେସନର ଏକ ଭିଡିଓ ଏବେ ସୋଶଲ […]

Continue Reading

ରକେଟ୍-ବୋମାମାଡ଼ ପରେ ଏବେ କେମିକାଲ୍ ଆଟାକ୍ କରିପାରେ ରୁଷ, ଆମେରିକା ଦେଲା ଚେତାବନୀ

ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ହମଲା ଜାରି ରହିଛି । ଦୁଇ ସପ୍ତାହ ଧରି ହମଲା ଜାରି ରହିଛି । ରୁଷ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ ମଧ୍ୟ ପଛକୁ ହଟି ନାହିଁ । ଏହା ଭିତରେ ଆମେରିକା ଚେତାବନୀ ଦେଇଛି ଯେ, ୟୁକ୍ରେନ ଉପରେ ଏବେ ରୁଷ କେମିକାଲ୍ ଆଟାକ୍ କରିପାରେ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ରୁଷ, ୟୁକ୍ରେନ ଉପରେ ଏବେ ବାୟୋଲଜିକାଲ୍ […]

Continue Reading

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଲାଲକୁଆଁ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ବଡ଼ ଟକ୍କର । ଏହାରି ମଧ୍ୟରେ ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନରେ ହାରିଛନ୍ତି । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି । ସେହପରି ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହାରିଛନ୍ତି । ପଟିଆଲା କ୍ୟାପଟେନଙ୍କୁ ହରାଇଛନ୍ତି ଆପର ଅଜିତ ପଲ କୋହଲି । ପ୍ରାୟ ୧୩ ହଜାରରୁ […]

Continue Reading

ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଛି ଅନୁମତି । ଦେଶରେ କରୋନା ସଂକ୍ରମଣ ହ୍ରାସ ସ୍ଥିତିକୁ ଦେଖି ନିର୍ବାଚନ କମିଶନର ନିଷ୍ପତ୍ତି ନେଇଛନ୍ତି । ଭୋଟ ଗଣା ଓ ଜିତିବା ପରେ ବିଜୟ ଶୋଭାଯାତ୍ରା କରିପାରିବେ ପ୍ରାର୍ଥୀ । ଏଥିପାଇଁ କଟକଣା କୋହଳ ସହ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ । ତେବେ ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି […]

Continue Reading

ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତ୍ ହାସଲ କଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ । ହେନଗାଙ୍ଗ ଆସନରୁ ପ୍ରାୟ ୧୮ ହଜାର ଭୋଟରେ ଜିତିଛନ୍ତି ବୀରେନ୍ । ସେ କଂଗ୍ରେସ ପ୍ରାର୍ଥୀ ପି ଶରତଚନ୍ଦ୍ରଙ୍କ ଠାରୁ ୧୭,୭୮୨ ଭୋଟ୍ ରେ ଜିତ୍ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସ୍ଥିତିକୁ ନଜର ରେ ରଖି ନିର୍ବାଚନ କମିଶନ ଏହି […]

Continue Reading

ୟୁକ୍ରେନକୁ ଆମେରିକାର ଝଟକା: ମିଗ୍-୨୯ ଫାଇଟର୍ ଜେଟ୍ ଦେବାକୁ ମନା କରିଦେଲେ ବାଇଡେନ୍ ସରକାର

ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ଦିନ ଧରି ଯୁଦ୍ଧ ଲାଗିରହିଛି । ୟୁକ୍ରେନ ବର୍ତ୍ତମାନ ମାଟିରେ ମିଶିବା ପରିସ୍ଥିତିରେ ଆସି ପହଞ୍ଚିଛି । ଏହା ଭିତରେ ୟୁକ୍ରେନକୁ ଆମେରିକା ଏକ ବଡ଼ ଝଟକା ଦେଇଛି । ଏହି କ୍ରମରେ ପୋଲାଣ୍ଡର ୨୮ ମିଗ୍-୨୯ ଫାଇଟର୍ ଜେଟ୍ ଦେବା ଅଫର୍ କୁ ମନା କରିଦେଇଛି । ଆମେରିକୀ ପ୍ରତିରକ୍ଷା ମନ୍ତ୍ରାଳୟ ପୋଲାଣ୍ଡ୍ ର ମିଗ୍-୨୯ ଫାଇଟର୍ ଜେଟ୍ କୁ ଜର୍ମାନୀରେ ଆମେରିକା ବାୟୁସେନା ଆଡ୍ଡାକୁ ଟ୍ରାନ୍ସଫର୍ କରିବା […]

Continue Reading

ଦେବେନ୍ଦ୍ର ଫଡନାଭିିସଙ୍କୁ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ଏନସିପି ନେତା ନୱାବ ମଲିକଙ୍କ ଇସ୍ତଫା ଦାବୀରେ ଆଜାଦ ମୈଦାନରୁ ବିଜେପି ପକ୍ଷରୁ ଫଡନାଭିସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ପୋଲିସ ସେମାନଙ୍କୁ ମେଟ୍ରୋ ଜଙ୍କସନରୁ ଉଠାଇ ନେଇଥିଲା । ନୱାବଙ୍କୁ ଇଡି ମନି ଲଣ୍ଡ୍ରଂ ମାମଲାରେ ଗିରଫ କରିଛି । ଏପରିକି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସମ୍ପର୍କୀୟଙ୍କ ସହ ତାଙ୍କର ସମ୍ପର୍କ ଥିବା ଇଡି ପକ୍ଷରୁ […]

Continue Reading

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା : ୩୨ ବର୍ଷ ପରେ ପେରାରିଭଲନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ୩୨ ବର୍ଷ ପରେ ଦୋଷୀ ପେରାରିଭଲନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଟାଡା ଅଦାଲତ ଏବଂ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ପରେ ଏହାକୁ ଆଜୀବନ ଦଣ୍ଡାଦେଶରେ ପରିଣତ କରାଯାଇଥିଲା । ତାମିଲନାଡୁ ସରକାର ପେରାରିଭଲନଙ୍କ ଦଣ୍ଡାଦେଶକୁ ସମାପ୍ତ କରିବା ପାଇଁ ଏକ ପ୍ରସ୍ତାବ ପାସ କରିଥିଲେ । ଗଭର୍ଣ୍ଣର ଏବଂ ରାଷ୍ଟ୍ରପତିଙ୍କ […]

Continue Reading