ଅସହ୍ୟ ହେଲାଣି ଗ୍ରୀଷ୍ମପ୍ରବାହ: ଏବେ ଏହି ଦିନରୁ ପିଲାଙ୍କ ପାଇଁ ପୁଣି ସକାଳୁଆ ହେବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ରୁ ଅଧିକ ସହରର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଏଣିକି ସ୍କୁଲ ପିଲାଙ୍କ ପାଇଁ ସକାଳୁଆ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଘୋଷଣା […]

Continue Reading

ମହିଳା ବିଶ୍ୱକପ୍: ଦମଦାର ବିଜୟ ସହିତ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ଚଳିତ ମହିଳା ବିଶ୍ବକପରେ ଅଷ୍ଟ୍ରେଲିଆ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ଅପରାଜେୟ ଭାବରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା କଙ୍ଗାରୁ ଦଳ ପ୍ରଥମ ସେମିରେ ୱେଷ୍ଟ ଇଣ୍ଡିଜକୁ ୧୫୭ ରନରେ ପରାସ୍ତ କରିଛି । ଏହା ସହିତ ପ୍ରଥମ ଦଳ ଭାବରେ ଫାଇନାଲ ବର୍ଥ ସୁରକ୍ଷିତ କରି ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୩ ୱିକେଟରେ ୩୦୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ୍ର ୧୪୮ରେ […]

Continue Reading

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ, ସିସିଟିଭି କ୍ୟାମେରା ଓ ସୁରକ୍ଷା ବାରିକେଡ୍ ଭାଙ୍ଗିଲା: ସିସୋଦିଆ କହିଲେ ବିଜେପି ଗୁଣ୍ଡାମାନେ କରିଛନ୍ତି ଏହି କାରନାମା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବାସଭବନ ଉପରେ କିଛି ବିଜେପି କର୍ମୀ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା ପାଇଁ ରହିଥିବା ବାରିକେଡ୍ ଭାଙ୍ଗିଯାଇଛି । ଏଥିସହିତ ଗେଟ୍ ଆଗରେ ଲାଗିଥିବା ବୁଗ୍ ବ୍ୟାରିୟରକୁ ମଧ୍ୟ ନଷ୍ଟ କରିଦିଆଯାଇଛି । ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହି କାରନାମା ବିଜେପି ଗୁଣ୍ଡାମାନେ ଭିଆଇଛନ୍ତି । ବିଜେପିର ପୋଲିସ ଦୁର୍ବୃତ୍ତମାନଙ୍କୁ […]

Continue Reading

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ବଡ଼ ଉପହାର: ୩ % ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଡିଏକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଶେଷ ନିଷ୍ପତ୍ତି ନିଆସରିଛି । ଏବେ କର୍ମଚାରୀ ଓ ପେନସନଭୋଗୀଙ୍କୁ ୩୪ […]

Continue Reading

ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ନମ୍ବର ୧

ଭୁବନେଶ୍ୱର: ଓଡ଼ିଶାରେ ଅଚଳ ହୋଇ ପଡିଛି ୯୭ଟି ଶୀତଳ ଭଣ୍ଡାର । ରାଜ୍ୟରେ ଥିବା ୧୨୩ଟି ଶୀତଳ ଭଣ୍ଡାରରୁ ୯୭ଟି ଅଚଳ ହୋଇ ପଡିଛି ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି […]

Continue Reading

ଆସିଗଲା ଦେଶର ପ୍ରଥମ ହାଇଡ୍ରୋଜେନ କାର, ଏହି ଗାଡ଼ିରେ ବସି ସଂସଦ ଆସିଲେ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରାଜରାସ୍ତାରେ ହାଇଡ୍ରୋଜେନ କାର ଗଡ଼ିବ । ବହୁପ୍ରତୀକ୍ଷିତ ଦେଶର ପ୍ରଥମ ହାଇଡ୍ରୋଜେନ କାରର ଯାତ୍ରା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ଏହି କାରରେ ବସି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି । ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ଜନସାଧାରଣଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଟୟୋଟୋ କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ତିଆରି କରାଯାଇଛି । […]

Continue Reading

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ : କାଲିଠୁ ୨ ଦିନ ଭାରତ ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛି। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ ଓ Banking Laws Amendment Bill କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡ଼ିକ ଏହି […]

Continue Reading

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି ମୁକାବିଲାର ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତର ଏଚଏସ ପ୍ରଣୟ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ଭେଟିବେ । ୫ ବର୍ଷ ପରେ ସେ […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ଏହି ରୋମାଂଚକ ମୁକାବିଲାରେ ଶେଷ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ […]

Continue Reading

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼  : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ହୋଇଛି । ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ […]

Continue Reading