IPS ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ପ୍ରତୀକ ସିଂ

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି କଟକ ଓ ଭୁବନେଶ୍ୱର ଡିସିପି । କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱରର ଡିସିପି ହୋଇଛନ୍ତି ପ୍ରତୀକ ସିଂ । ସେହିପରି ମନୋଜ କୁମାର ଛାବ୍ରା ହୋଇଛନ୍ତି ଜେଲ ବିଭାଗର ଡିଜି । ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା […]

Continue Reading

ବାପା ଫଳ ଓ ପରିବା ବିକି ପରିବାର ଚଳାଉଥିଲେ, ପୁଅ ସଂଘର୍ଷ କରି ଆଇପିଏଲରେ ଦେଖାଇଲା ବୋଲିଂର ଯାଦୁ

ନୂଆଦିଲ୍ଲୀ: କୁହାଯାଏ ପାଖରେ ପ୍ରତିଭା ଥିଲେ ଅର୍ଥ ବାଧକ ସାଜିବ ନାହିଁ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟର କଷାଘାତରେ ସଂଘର୍ଷ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି । ସେପରି ଏକ ବିରଳ ଉଦାହରଣ ହେଉଛନ୍ତି ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ଟିମ୍ ପକ୍ଷରୁ ଖେଳୁଥିବା ଉମରାନ ମଲିକ । ଉମ୍ରାନ ଚଳିତ ଆଇପିଏଲ ସିଜିରେ ନିଜର ଶାନଦାର ପ୍ରଦର୍ଶନ ବଳରେ କ୍ରୀଡ଼ାପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ତେଣୁ ଏସିଆ କପ୍ […]

Continue Reading

୫ରେ ଲଘୁଚାପ! କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା: IMD

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର, ଯାହାଫଳରେ ତାତିରୁ ମିଳିପାରିବ ନିସ୍ତାର । ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେଇପାରେ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ […]

Continue Reading

ତାତିରେ ସିଝୁଛି ଓଡ଼ିଶା: ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୯.୬, ସମ୍ବଲପୁରରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି […]

Continue Reading

ମେ’ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି ଓ ଆଉ ଗୋଟିଏ ଦିନ ପରେ ମେ’ ମାସ ଆରମ୍ଭ ହୋଇଯିବ । ମେ’ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ଅଛି, ତେବେ ଛୁଟି ଲିଷ୍ଟ ଅବଶ୍ୟ ଦେଖନ୍ତୁ । ଫଳରେ ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି । ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ […]

Continue Reading

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ! ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ, ଏହା ବିଶ୍ୱାସ ନହେଲେ ବି ସତ । ନିକଟରେ ନାସା ଦ୍ୱାରା ଏମିତି ଏକ ଫଟୋ ସେୟାର କରାଯାଇଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି କୌତୁହଳପୂର୍ଣ୍ଣ ଫଟୋ ସେୟାର କରିଛି । ଏହି ସ୍ପେସ୍ ଏଜେନ୍ସିର ଇନ୍ସାଇଟ୍ ରୋଭର ଦ୍ୱାରା ଉକ୍ତ ଦୃଶ୍ୟର ଫଟୋକୁ କଏଦ କରାଯାଇଛି । ମଙ୍ଗଳଗ୍ରହରେ ସୂର୍ଯ୍ୟୋଦୟର ଏକ ଅଦ୍ଭୁତ ଫଟୋ କ୍ଲିକ୍ କରିବାରେ ସଫଳ […]

Continue Reading

ଆଜିଠାରୁ ପଶ୍ଚିମଦ୍ୱାରରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜିଠାରୁ ପଶ୍ଚିମଦ୍ୱାରରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଉଭୟ ପଟେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଅନୁମତି ମିଳିଛି । ଆଜିଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ତେବେ ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ ପାଇଁ ପଶ୍ଚିମଦ୍ୱାରରେ ସ୍ଥାୟୀ ସେଡ ନିର୍ମାଣ ଆରମ୍ଭ ହୋଇଛି । ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାରକୁ ଏହି ସେଡ୍ ସଂଯୋଗ କରିବାକୁ ଲକ୍ଷ୍ୟ […]

Continue Reading

କଲବଲ ହେବେ ଲୋକେ! ରାଜ୍ୟରେ ଆଉ ୫ ଦିନ ପ୍ରଚଣ୍ଡ ତାତି: IMD ଡିଜି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକେ କଲବଲ ହେଉଛନ୍ତି । ଏହାରି ମଧ୍ୟରେ ଖରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ତାଙ୍କ କହିବା ମୁତାବକ, ‘ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢ଼ିପାରେ । ମାତ୍ର ଦକ୍ଷିଣ ଓ ଉପକୂଳ […]

Continue Reading

କିଏ କହୁଛି ଖାକିର ମାନବିକତା ନାହିଁ, ଗାଡ଼ି ନ ମିଳିବାରୁ ୭୫ ବର୍ଷୀୟ ବୃଦ୍ଧଙ୍କ ଶବକୁ କାନ୍ଧେଇ ଅଢ଼େଇ କିମି ଚାଲିଲେ ପୋଲିସ ଭାଇ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଅଧିକାଂଶ ସମୟରେ ଗରିବଙ୍କ ଉପରେ ପୋଲିସର ଜୁଲମ ଦେଖିବାକୁ ମିଳିଥାଏ । ତେଣୁ ସାଧାରଣରେ ପୋଲିସ ପ୍ରତି ସମସ୍ତଙ୍କର ନକାରାତ୍ମକ ଭାବନା ରହିଥାଏ । ତେବେ ଏପରି କିଛି ପୋଲିସ ଅଧିକାରୀ ରହିଛନ୍ତି ଯେଉଁମାନଙ୍କଠାରେ କି ମାନବିକତା ରହିଛି ଏହା ନିକଟରେ ପ୍ରମାଣିତ ହୋଇଛି ଉତ୍ତରପ୍ରଦେଶରେ । ଜଣାପଡ଼ିଛି ଯେ, ମହାରାଜଗଙ୍ଗ ଜିଲ୍ଲା ପୋଲିସ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣେ ବୃଦ୍ଧାଙ୍କୁ କାନ୍ଧରେ ବୋହିଛନ୍ତି । ବୃଦ୍ଧାଙ୍କର ଶବକୁ ନେବା ପାଇଁ […]

Continue Reading

ତାତିରୁ ନାହିଁ ତ୍ରାହି: କାଲିଠାରୁ ୟୁଜି/ପିଜି କ୍ଲାସ ରୁମ୍ ପାଠପଢ଼ା ବନ୍ଦ, ଜାଣନ୍ତୁ କେତେ ଦିନ?

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ଯୋଗୁଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ହୋଇଥିବା ଆସନ୍ତାକାଲିଠାରୁ ୟୁଜି/ପିଜି କ୍ଲାସ ରୁମ ପାଠପଢ଼ା ବନ୍ଦ । କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ୟୁଜି/ପିଜି ପାଠପଢ଼ା ବନ୍ଦ ରହିବ ବୋଲି ଜଣାପଡ଼ିଛି । ପ୍ରଚଣ୍ଡ ଗୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ କଲେଜ ଓ ବିଶ୍ୱବିଦ୍ୟାଳୟ […]

Continue Reading