ଚୀନରେ କରୋନା ରଚୁଛି ତାଣ୍ଡବ: ଘୁଂଚିଲା ଏସିଆନ ଗେମ୍ସ

ବେଜିଂ: ଚୀନରେ କରୋନା ଭାଇରସ ପୁନର୍ବାର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏଠାରେ ହେବାକୁ ଥିବା ଏସିଆନ ଗେମ୍ସ ଆୟୋଜନକୁ ଘଂଚାଇ ଦିଆଯାଇଛି । ଏସିଆନ ଗେମ୍ସ ଆୟୋଜକ କମିଟି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ୧୦ରୁ ୨୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବାକୁ ଥିଲା । ବର୍ତମାନ ୨୬ ସହରକୁ ଲକଡାଉନ କରାଯାଇଛି । ପାଖାପାଖି ୨୧ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି […]

Continue Reading

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ଗଛମୂଳେ ପ୍ରସବ କଲେ ମହିଳା

ଢ଼େଙ୍କାନାଳ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି ।  ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍‌ ନାହାନ୍ତି । ଏମିତିକି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ଥିବା ବେଳେ ସେ ଅଧିକାଂଶ ସମୟ ଛୁଟିରେ […]

Continue Reading

ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ !

ପୁରୀ : ପୁରୀ ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇ ଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି । ଏହି ମୂଲ୍ୟବାନ ତୋରଣକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖୁଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ଜିମାନିମାରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ । […]

Continue Reading

ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ବର: ପ୍ରଫେସର୍ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଚାରିବର୍ଷର ଅବଧି ପାଇଁ ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ଏହା ପୂର୍ବରୁ ଯାହା ଆଦେଶ ଥିବ ସେ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଫକୀର ମୋହନ ବିଶ୍ୱବିଦ୍ୟାଳୟର […]

Continue Reading

ଜାମ୍ମୁ କାଶ୍ମୀରରେ ବାଜିବ ନିର୍ବାଚନ ବିଗୁଲ, ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କଲେ ସୀମା ପୁନଃନିର୍ମାଣ କମିକଶନ

ନୁଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ଗୁରୁବାର ରାଜ୍ୟର ସୀମା ପୁନଃନିର୍ମାଣ କମିଶନ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ୬ ମେ ପର୍ଯ୍ୟନ୍ତ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ଖୋଲିଯାଇଛି । ରାଜ୍ୟରେ ନିର୍ବାଚନ ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଜାମ୍ମୁକାଶ୍ମୀରରେ ସୀମା […]

Continue Reading

“ସଠିକ୍ ଦିଗରେ ଆବଶ୍ୟକୀୟ ପଦକ୍ଷେପ’’, ଆରବିଆଇ ରେପୋ ରେଟ୍ ବୃଦ୍ଧି ଉପରେ କେନ୍ଦ୍ର ଅର୍ଥ ସଚିବଙ୍କ ବୟାନ

ନୁଆଦିଲ୍ଲୀ: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରିଛନ୍ତି । ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତି ନେଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସଚିବ ଟି ଭି ସୋମନାଥ । ଗତ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବା କାରଣରୁ ରିଜର୍ବ ବ୍ୟାଙ୍କ ରେପୋରେଟରେ କୌଣସି ପରିବର୍ତ୍ତନ କରିନଥିଲେ । ବୃଦ୍ଧି ପାଇ ଚାଲିଥିବା ଦରଦାମକୁ […]

Continue Reading

କାଳ ହେଲା କାଳବୈଶାଖୀ: ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ, ୧୦ ଉଦ୍ଧାର

ବାଲୁଗାଁ: ଚିଲିକାରେ ଡଙ୍ଗା ବୁଡ଼ି ୧୧ ଜଣ ଗୁରୁତର ହୋଇପଡ଼ିଛନ୍ତି । ଏବେବି ଜଣେ ଯାତ୍ରୀ ନିଖୋଜ ରହିଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ କାଳିଜାଇ ପୀଠରୁ ଫେରୁଥିବା ବେଳେ କାଳବୈଶାଖୀ ଝଡ଼ରେ ଫସିଯାଇଥିଲା ଡଙ୍ଗା । ଏହି ସମୟରେ ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ଜଣେ ଏବେବି ନିଖୋଜ ରହିଛନ୍ତି । ତେବେ ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ […]

Continue Reading

ଜଡେଜାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର: କହିଲେ ଏହା କେବେ ବି ସହଜ ନୁହେଁ…

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଚେନ୍ନାଇର ପୂର୍ବତନ ଅଧିନାୟକ ଜଡେଜାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏବଂ ଦଳର ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଏହାରି ମଧ୍ୟରେ ଏହି ମାମଲା ଉପରେ ଦଳର ପୂର୍ବତନ କ୍ରିକେଟର ସେନ ୱାଟସନ ମଧ୍ୟ ଏକ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ସେ ଜାଡେଜାଙ୍କୁ ସହାନୁଭୂତି ଦେଖାଇଛନ୍ତି । ଏବଂ ତାଙ୍କର ନିଷ୍ପତ୍ତିକୁ ସେ ସ୍ୱାଗତ ଜଣାଇଛନ୍ତି । ଧୋନୀଙ୍କୁ ଅନୁସରଣ କରିବା […]

Continue Reading

ମନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଚମକିଲେ ଓଡ଼ିଆ ଝିଅ ସ୍ୱାଗତିକା: ରେଲୱେଜକୁ ସିନିୟର ମହିଳା ଟି-୨୦ ଟାଇଟଲ୍

ନୂଆଦିଲ୍ଳୀ: ସିନିୟର ଜାତୀୟ ଟି-୨୦ ଲିଗରେ ଦମଦାର ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଝିଅ ସ୍ୱାଗତିକା ରଥ । ସ୍ୱାଗତିକାର ରଥଙ୍କ ଦମଦାର ବୋଲିଂ ସହିତ ମେଘନା ଏବଂ ହେମଲତାଙ୍କ ଅର୍ଦ୍ଧଶତକ ବଳରେ ମହାରାଷ୍ଟ୍ରକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିନିୟର ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଛି ରେଲୱେଜ୍ । ମହାରାଷ୍ଟ୍ର ଅଧିନାୟିକା ସ୍ମୃତି ମନ୍ଧାନା ୮୪ ରନ୍ କରିଥିବା ବେଳେ ଓଡ଼ିଆ ଝିଅ ସ୍ୱାଗତିକା ରଥ ୩ ୱିକେଟ ଅକ୍ତିଆର କରିଥିଲେ । ଟସ୍ ହାରି […]

Continue Reading

ବାତ୍ୟା ପୂର୍ବରୁ ଆଶ୍ୱସ୍ତି ଦେଲେ ଏସଆରସି: ପରିସ୍ଥିତି ପାଇଁ ଆମେ ରହିଛୁ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟର ସ୍ୱତନ୍ତ ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହା କାଲି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇ ପାରିବ ବୋଲି ଏସଆରସି କହିଛନ୍ତି । ବାତ୍ୟାର ଆଗାମୀ ଭବିଷ୍ୟତକୁ ନେଇ ପାଣିପାଗ ବିଭାଗ ସଠିକ ସୂଚନା ଦେବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଯଦି ବାତ୍ୟା ହୁଏ, ଆମେ ସେଥିପାଇଁ […]

Continue Reading