ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା : ବୁଣାକାର ମାନଙ୍କ ପାଇଁ ପ୍ରଶାସନର ନିଆରା ପ୍ରୟାସ

ସୁବର୍ଣ୍ଣପୁର  :  ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଜିଲ୍ଲାରେ ପ୍ରାୟ ୫ ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେଶ୍ ଆଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ଏକ ନିଆରା ପ୍ରୟାସ । ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀମାନେ ପ୍ରତି ସୋମବାର ଅଭିଯୋଗ ଶୁଣାଣିକୁ […]

Continue Reading

ଶ୍ୟୋକ ନଦୀକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ: ୭ ମୃତ, ୧୯ ଆହତ

ଲେହ: ଲଦାଖ ନିକଟବର୍ତୀ ତୁରତୁକ ସେକ୍ଟରରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ ଶ୍ୟୋକ ନଦୀକୁ ଖସି ପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥୋଇସ ନିକଟରେ ଥିବା ପରତାପୁର ଟ୍ରାଜିଂଟ କ୍ୟାମ୍ପରୁ ୨୫ କିଲୋମିଟର ଦୂରରେ ସେକ୍ଟର ହନୀଫକୁ ଯାଉଥିବା ବେଳେ ବସଟି ଘାଟିରୁ ତଳକୁ ଖସି ପଡିଥିଲା । ସେନାର ଉଦ୍ଧାରକାରୀ […]

Continue Reading

ପୁରୀ ପରିକ୍ରମା ପ୍ରକଳ୍ପ : ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସୁବ୍ରମଣ୍ୟମ ସ୍ୱାମୀ

ପୁରୀ :ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ । ସାଙ୍ଗରେ ଅଛନ୍ତି ପରିବାର ସଦସ୍ୟ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି । ବିଭିନ୍ନ ଧାର୍ମିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେଇଛି । ଶ୍ରୀମନ୍ଦିର ପ୍ରକଳ୍ପ ବିଷୟରେ ଅବଗତ ଥିବା କହିଲେ ସୁବ୍ରମଣ୍ୟମ । ଆଇନଗତ ବାଧା ଯୋଗୁ ପ୍ରକଳ୍ପ କାର୍ଯ୍ୟ ବିବାଦରେ […]

Continue Reading

ଏନସିବି ପକ୍ଷରୁ ଆର୍ଯ୍ୟନଙ୍କୁ କ୍ଲିନଚିଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ କ୍ଲିନ ଚିଟ ମିଳିଛି । ଶୁକ୍ରବାର ଏନସିବି ପକ୍ଷରୁ ସ୍ପେଶାଲ କୋର୍ଟରେ ଜାରୀ କରାଯାଇଥିବା ଚାର୍ଜଶିଟରେ ଆର୍ଯ୍ୟନଙ୍କ ନାମ ନାହିଁ । କ୍ରୁଜରେ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ନିଶା ସାମଗ୍ରୀ ମିଳିଥିଲା । ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନ ମିଳିବାରୁ ମାମଲା ରୁଜୁ କରାଯାଇ ନ ଥିଲା । ଏନସିବି […]

Continue Reading

ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆୟଠାରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ହ୍ୟାଲି ରୋଡ, ଗୁରୁଗ୍ରାମ ଜନପ୍ରତିନିଧି, ପଂଚକୁଲା ଓ ଆସୋଲାରେ ଥିବା ତାଙ୍କର ସମ୍ପତିକୁ ଜବତ କରାଯାଇଛି । ଚୌତାଲାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ […]

Continue Reading

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡ଼ିଆରେ ଉଭୟ ଦେଇପାରିବେନି କୌଣସି ମନ୍ତବ୍ୟ

ଭୁବନେଶ୍ୱର : ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ହାଇକୋର୍ଟଙ୍କ ତାଗିଦ । ସୋସିଆଲ ମିଡ଼ିଆରେ କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ତାଗିଦ କରିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି ।  ଏହାଛଡା ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଅନୁଭବ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଚରିତ୍ର ସଂହାର କରୁଥିବା କହି ହାଇକୋର୍ଟର ଆଶ୍ରୟ ନେଇଥିଲେ ବର୍ଷା […]

Continue Reading

ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଗୁରୁତର

ଢେଙ୍କାନାଳ : ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ ୨୦ ଆହତ ୫ ଜଣ ଗୁରୁତର  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ […]

Continue Reading

ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦେହ ବ୍ୟବସାୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ । ଏହାକୁ ପେଶା ଭାବେ ଦେଖିବାକୁ ପଡିବ । ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ସମ୍ମାନର ସହ ବଂଚିବା ଅଧିକାର ସମସ୍ତଙ୍କର ରହିଛି । ସେମାନଙ୍କ ବ୍ୟକ୍ତଗତ ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ସମ୍ବିଧାନର ଧାରା ୨୧ ଅନୁଯାୟୀ […]

Continue Reading

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ ଏ ନେଇ ଖୁବ୍ ଶୀଘ୍ର ସଂଶୋଧିତ ବିଲ ଉପସ୍ଥାପନ କରାଯିବ । ଗୁରୁବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବସୁ ଏହି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ […]

Continue Reading

ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ । ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନଙ୍କୁ ଆଜ୍ଞା ମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ […]

Continue Reading