ଏସପି ସମର୍ଥନରେ କପିଳ ସିବଲ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: କପିଳ ସିବଲ ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଛାଡିବା ପ୍ରସଙ୍ଗରେ ସେ କହିଥିଲେ, ମୁଁ ମେ୧୬ରୁ ଦଳ ଛାଡି ସାରିଛି । ବିରୋଧୀ ଦଳରେ ରହି ନରେନ୍ଦ୍ର ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିବା ଭଳି ମେଂଟ ଗଠନ କରିବାକୁ ଚାହୁଁଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ଅବସରରେ କପିଳଙ୍କୁ ସ୍ୱାଗତ କରିଥିଲେ । ଏସପି ସମର୍ଥନରେ ସେ ରାଜ୍ୟସଭା […]

Continue Reading

୧୦ ଦଫା ଦାବି ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ର ପ୍ରଭାବ ସାମାନ୍ୟ ଭାବେ ପରିଲକ୍ଷିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ କାଁ ଭାଁ ଦୋକାନ ବଜାର ଏବଂ ବସ ଟ୍ରକକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ମଧ୍ୟ ଟ୍ରକ […]

Continue Reading

ଅମାନିଆ ଗାଡି ଚାଳକ ସାବଧାନ ! ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ଭୁବନେଶ୍ୱର : ରଙ୍ଗରୁଟରେ ଗାଡ଼ି ଚଳାଉଥିଲେ ସାବଧାନ । ମୋଟା ଅଙ୍କର ଜରିମାନା ସହ ସିଲ ହୋଇପାରେ ଆପଣଙ୍କ ଗାଡ଼ି । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ । ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି । ସ୍ପେଶାଲ ଡ୍ରାଇଭ ସହ ଲୋକଙ୍କୁ ସଚେତନ କରୁଛି କମିଶନରେଟ ପୋଲିସ । ୭ ଦିନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର […]

Continue Reading

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ କଥା ଏସିିସି ଚିନ୍ତା କରିବା ଆରମ୍ଭ କରିଛି । ଭାରତ ଓ ପାକିସ୍ତାନ ପୂର୍ବରୁ ଏଥିରୁ ଓହରି ଯାଇଛନ୍ତି । ଫଳରେ ବାଂଲାଦେଶ […]

Continue Reading

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ ଦର୍ଶାଇଥାଏ । ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ୱାରା ଡିଜାଇନ୍ କରାଯାଇଛି । ଏହାଦ୍ୱାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, […]

Continue Reading

ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା : ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା । ବୁଧବାର ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ […]

Continue Reading

ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି।  ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସସସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି। ସେମାନଙ୍କ ଉପରେ ସ୍ବାସ୍ଥ୍ୟ […]

Continue Reading

କେଦାରନାଥରେ ସୁଶାନ୍ତଙ୍କ ନାମରେ ହେବ ସେଲଫି ପଂଏଟ

ମୁମ୍ବାଇ: ଆରପାରିରେ ଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଉତରାଖଣ୍ଡ ସରକାର ଏକ ସେଲଫି ପଂଏଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା ଏହି ସୂଚନା ଦେଇଛନ୍ତି । ଫଟୋଗ୍ରାଫି ପଂଏଟରେ ତୀର୍ଥଯାତ୍ରୀମାନେ ଫଟୋ ଉଠାଇପାରିବେ । ଏହା ତାଙ୍କ ପାଇଁ ଆମର ଶ୍ରଦ୍ଧାଞ୍ଜଳୀ ବୋଲି ସେ କହିଛନ୍ତି । ୨୦୧୩ରେ […]

Continue Reading

କ୍ଷତିପୂରଣ ଦାବିରେ ଜମିହରା କ୍ଷତିଗ୍ରସ୍ତଙ୍କ ଧାରଣା

ପାରାଦୀପ : ପିପିଏଲ ସାର କାରଖାନା ସମ୍ମୁଖରେ ଧାରଣା ଦେଲେ  ଜମିହରା । କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଗେଟ୍ ରେ ତାଲା ପକାଇ ଦେଇଛନ୍ତି । କାରଖାନା ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।  ଦିର୍ଘ ୪୨ ବର୍ଷ ହେଲା ପିପିଏଲ ସାର କାରଖାନା ପାଇଁ ଜମି ହରାଇଥିବା ଚାଷୀ ପରିବାରଙ୍କୁ କମ୍ପାନୀ କତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । କମ୍ପାନୀରେ ବାହାର ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ […]

Continue Reading

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ । ତେଣୁ ଏମାନଙ୍କୁ ସକ୍ରିୟ ଭାବେ ଦଲାଲି କରିବା ଭାରି ସହଜ ହେଉଥିଲା । ପୂର୍ବରୁ ଅଭିଯୋଗ ପାଇ ମଙ୍ଗଳବାଗ ଥାନା ଏହି ୫ଜଣ ଦଲାଲଙ୍କୁ […]

Continue Reading