ରୁଷକୁ ବିରୋଧ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାଙ୍କ ଅଭିନବ ପ୍ରତିବାଦ

ମସ୍କୋ: ରୁଷକୁ ବିରୋଧ କରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୟୁକ୍ରେନର ଜଣେ ମହିଳା ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଉକ୍ତ ମହିଳାଜଣଙ୍କ ସମ୍ପୂର୍ଣ୍ଣ ଶରୀରରେ ୟୁକ୍ରେନ ପତାକା ଚିତ୍ରରେ ନିଜକୁ ରଙ୍ଗେଇ ସେଠାରେ ପଂହଚିଥିଲେ । ତେବେ ରେଡ କାର୍ପେଟ ଆଡକୁ ଯିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ । ରୁଷ ସେନା ୟୁକ୍ରେନର ଯେଉଁ ଅଂଚଳକୁ କବଜା କରିଛନ୍ତି ସେଠାରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏପରିକି ସେମାନେ ମହିଳାମାନଙ୍କୁ ଦୁଷ୍କର୍ମ […]

Continue Reading

ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ୩୨ ଲକ୍ଷ ଟଙ୍କା ଠକେଇ:୨ ଗିରଫ

ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି  ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ […]

Continue Reading

ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଆହତ

ମୟୂରଭଞ୍ଜ : ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା । ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ସେଠାର […]

Continue Reading

କେଉଁଠୁ ଆସିଲା କଟା ଗୋଡ଼ ? ଭୟଭୀତ ଲୋକେ

ଯାଜପୁର  : ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜଙ୍ଗଲରୁ ଏହି କଟା ଗୋଡ଼ ଉଦ୍ଧାର ହୋଇଛି। ମଙ୍ଗଳପୁର ନିକଟ ଜଙ୍ଗଲରେ କଟା ଗୋଡ଼ ପଡ଼ିଥିବା ନେଇ ସ୍ଥାନୀୟ ଲୋକ […]

Continue Reading

୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ ଅନଟନରେ ପରିବାର ଚଳୁଥିବା ବେଳେ ବୃଦ୍ଧ ମାଆ ପାଲଟିଛି ରୋଜଗାରର ମାଧ୍ୟମ। ପରିଣତ ବୟସରେ ଯାହାକିଛି ରୋଜଗାର କରୁଛନ୍ତି ସେଥିରେ […]

Continue Reading

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମନ୍ତେ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉତ୍ତରୀୟ , ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ଶ୍ରୀ […]

Continue Reading

ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର : ବ୍ରହ୍ମପୁର ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଦଶମ ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ୨୦୨୨ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୋମନାଥ ସାହୁ, ସ୍ମୃତି ପଟ୍ଟନାୟକ, ମମତା ଶତପଥି ଏବଂ ସୁଶ୍ରୀ ନିହାରିକା ସାହୁ, ପ୍ରମୋଦ କୁମାର ପଣ୍ଡା, ସତ୍ୟମ୍ ଆଚାରୀ , ଜ୍ଞାନେନ୍ଦ୍ର ପଣ୍ଡା , ଦୀପିକା ଦାଶ, ଆର ସୁନନ୍ଦା ଚୈ।ଧୁରୀ (ସାହୁ), ବିଦ୍ୟୁତ ଲତା ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମହୋତ୍ସବରେ ପ୍ରଦୀପ ଷଡଙ୍ଗୀଙ୍କ “ଅବସର ଅଭିନନ୍ଦନୀକା” […]

Continue Reading

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ କରାଯାଇଛି । ଆରଆରଆରରେ ଏନଟିଆରଙ୍କ ଅଭିନୟ ସମସ୍ତଙ୍କ ମନ ଜିଣିଥିବା ବେଳେ କେଜିଏଫ ୨ରେ ପ୍ରଶାନ୍ତଙ୍କ ନିର୍ଦ୍ଦେଶନା ସମସ୍ତଙ୍କୁ […]

Continue Reading

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ ଓଡିଆ ଭାଷାରେ ଭଳିକିଭଳି ମନୋରଂଜକ କାର୍ଯ୍ୟକ୍ରମ ତଥା ଫିଲ୍ମ ଦେଖିବାକୁ ସୁଯୋଗ ପାଇବେ । ଷ୍ଟାର୍ କିରଣକୁ ଉଭୟ ଷ୍ଟାଣ୍ଡାର୍ଡ ଡେଫିନେସନ୍ (SD) […]

Continue Reading

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି ଅକାନେ ୟାମାଗୁଚିଙ୍କୁ ସେ ୨୧-୧୫, ୨୦-୨୨ ଓ ୨୧-୧୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ସିନ୍ଧୁ ଜିତିବା ପରେ ୟାମାଗୁଚି ଜବରଦସ୍ତ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ସେଟ ହାତେଇଥିଲେ । ତେବେ ନିର୍ଣ୍ଣାୟକ ମୁକାବିଲାରେ ବାଜି ମାରିଥିଲେ ସିନ୍ଧୁ । […]

Continue Reading