ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୧୯୮୮ ରୋଡ୍ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନବଜୋତ ସିଂହ ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ଏକ ହଜାର ଟଙ୍କାର ଜୋରିମାନା ଲଗାଇ ମୁକ୍ତ କରିଥିଲେ। ଏବେ ଏହି ଆଦେଶ ବିରୋଧରେ ପୀଡିତ ପରିବାର ରିଭ୍ୟୁ ପିଟିସନ ଦାଖଲ […]

Continue Reading

ଅଟଳ ବଳଦେବଜିଉଙ୍କ ଚନ୍ଦନଯାତ୍ରା ମହୋତ୍ସବ : ଚନ୍ଦନ ପୁଷ୍କରିଣୀରେ ଜିଉଙ୍କ ନୌକାବିହାର

ଜଗତସିଂହପୁର : ଶ୍ରୀଜିଉଙ୍କ ଚାଲିଛି ଚାପଖେଳ। ଚନ୍ଦନ ପୁଷ୍କରିଣୀରେ ନୌକାବିହାର କରୁଛନ୍ତି ଜିଉ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ପଳାଷୋଳ ଗାଁରେ ଅଟଳ ବଳଦେବଜୀଉଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି।କରୋନା ଯୋଗୁ କିଛି ବର୍ଷ ହେଲା ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବେଶ ଜାକଜମକରେ ହେଉଛି ଚନ୍ଦନଯାତ୍ରା। ସଂଧ୍ୟାରେ ଶ୍ରୀଜିଉଙ୍କ ଚାପଖେଳ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗୁଛି। […]

Continue Reading

ହାତ ପାର୍ଟି ଛାଡିବା ପରେ ପଦ୍ମ ପୋଖରୀରେ ବୁଡ଼ ପକାଇଲେ ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ଅଫିସରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଦଳରେ ସେ 50 ବର୍ଷ ରହିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର। ତାଙ୍କ ବାପା ବଳରାମ ଜାଖର ମଧ୍ୟ ଜଣେ କଂଗ୍ରେସ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କ ପୁତୁରା ସନ୍ଦୀପ ଜାଖର ଯିଏକି ଅବୋହରରୁ […]

Continue Reading

କାନ୍ସ ରେଡ୍‌ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍‌ କାର୍ପେଟ୍‌ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ ଏହି ମହୋତ୍ସବରେ ସମ୍ମାନିତ ସଦସ୍ୟ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରୁଛି । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ୧୧ ଜଣ ଭାରତୀୟ ଚଳଚ୍ଚିତ୍ର ଜଗତର ତାରକା ଏଥିରେ ସାମିଲ ହୋଇଥିଲେ […]

Continue Reading

IPLରୁ ବିଦା ହେଲେ ଅଜିଙ୍କ୍ୟା ରାହାଣେ: ଇଂଲଣ୍ଡ ଗସ୍ତରେ ଫେରିବାକୁ ନେଇ ମଧ୍ୟ ଆଶଙ୍କା

ମୁମ୍ବାଇ: ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ୨୦୨୨ । କିନ୍ତୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ବି ବିଭିନ୍ନ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟା ରାହାଣେ ଏବେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାର୍ମଷ୍ଟ୍ରିଙ୍ଗ ଜନିତ ଆଘାତ ସମସ୍ୟା ସହତ ଲଢୁଥିଲେ । ଫଳରେ ପରେ ସେ ଫିଲଡିଂ କରିବା ପାଇଁ ମଧ୍ୟ ପଡିଆକୁ ଆସିନଥିଲେ । […]

Continue Reading

ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟକୁ ଜଗନ୍ନାଥ ସେନାର ଟାର୍ଗେଟ: ଆଣିଲା ଏମିତି ସଙ୍ଗୀନ ଅଭିଯୋଗ

ପୁରୀ: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ସୁପରିଟେଣ୍ଡେଣ୍ଟ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନଥିବା ନେଇ ଜଗନ୍ନାଥ ସେନା ଅଭିଯୋଗ କରିଛି । ଏହା ସହିତ ବିନା ଅନୁମତିରେ ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ କିପରି ବେଆଇନ ଭାବେ ଖନନ କରାଗଲା, ସେ ନେଇ ପ୍ରଶ୍ନ କରିଛି । ପୁଣି ତେଜିଛି ପୁରୀ ଜଗନ୍ନାଥ ସେନା । ଏତର ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟଙ୍କୁ ଟାର୍ଗେଟ କରିଛି । ନିଜ […]

Continue Reading

ଟିପିଏସ୍ଓଡିଏଲ୍ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’

ଭୁବନେଶ୍ୱର : ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ୱାନ୍ ଷ୍ଟପ୍ ସଲ୍ୟୁଶନ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଅଧିନରେ କମ୍ପାନୀ ପ୍ରତ୍ୟେକ ସବ୍-ଡିଭିଜନରେ ଗ୍ରାମାଂଚଳ ସ୍ତରୀୟ କ୍ୟାମ୍ପ ସ୍ଥାପନ କରିବା ଏବଂ ଗ୍ରାହକଙ୍କୁ ଏକାଧିକ ସେବା ପ୍ରଦାନ କରିବାକୁ ଯୋଜନା ରଖିଛି । ଏହି ପଦକ୍ଷେପକୁ ଗ୍ରାମାଂଚଳର […]

Continue Reading

ଆଣ୍ଟାର୍କଟିକାରେ ଏବେ ଚାରିଆଡ଼େ କେବଳ ଅନ୍ଧାରର ରାଜୁତି: ଆସନ୍ତା ଅକ୍ଟୋବର ମାସରେ ଦେଖିବାକୁ ମିଳିବ ସୂର୍ଯ୍ୟ କିରଣ

ନୂଆଦିଲ୍ଲୀ: ଆଣ୍ଟାର୍କଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏହି ମହାଦେଶରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିବ ନାହିଁ । ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇ ସାରିଥିବାରୁ ଆସନ୍ତା ଛଅ ମାସ ସେଠାରେ କେବଳ ଅନ୍ଧାର ହିଁ ଅନ୍ଧାର ଦେଖିବାକୁ ମିଳିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁନିଆର ପ୍ରତ୍ୟେକ ସ୍ଥାନରେ ସୂର୍ଯ୍ୟ ଉଦୟ ହେବେ, ମାତ୍ର ଆଣ୍ଟାର୍କଟିକାରେ ଅନ୍ଧାରର ରାଜୁତି ଦେଖିବାକୁ ମିଳିବ । ଯେଉଁ ସମୟରେ ଆପଣମାନେ […]

Continue Reading

OPTCL ଡିଜିଏମଙ୍କୁ ୫ ବର୍ଷ ଜେଲଦଣ୍ଡ, ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଲାଞ୍ଚ ମାମଲା ବଢ଼ି ଚାଲିଥିବା ବେଳେ ବହୁସଂଖ୍ୟାରେ ସରକାରୀ ଅଧିକାରୀ ଏଥିରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ (ଓପିଟିସିଏଲ)ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ)ଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ୫ ବର୍ଷ ପୂର୍ବେ ଏକ ଲାଞ୍ଚ କାରବାରକୁ ନେଇ ଓପିଟିସିଏଲର ଡିଜିଏମଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଉକ୍ତ ମାମଲାରେ ଏବେ କୋର୍ଟ ତାଙ୍କୁ […]

Continue Reading

କରୋନାର କୌଣସି ବି ଭାରିଆଣ୍ଟ ସହ ଲଢି ପାରିବେ ଓମିକ୍ରନରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ଷ୍ଟଡିରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟକୁ ନେଇ ଆତଙ୍କ ଜାରି ରହିଛି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଓମିକ୍ରନ ଭାରିଆଣ୍ଟକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ସମସ୍ତଙ୍କ ଭୟରେ କମାଇବା ଭଳି ଏକ ତଥ୍ୟ ମିଳିଛି । ଯେଉଁମାନେ କୋଭିଡ ଭ୍ୟାକ୍ସିନର ୨ଟି ଟୀକା ନେଇ ସାରିଥିବେ, ସେମାନଙ୍କ ଦେହରେ ବୁଷ୍ଟର ଡୋଜ ତୁଳନାରେ ଓମିକ୍ରନ ସଂକ୍ରମଣ ଅଧିକ ଇମ୍ୟୁନିଟି ଉତ୍ପନ୍ନ କରିଥାଏ । […]

Continue Reading