ଓଡ଼ିଶାରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧କୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୭୭ଟି ଦେଶରେ ଯୋଗସନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଥିମ୍ ରହିଛି ମାନବିକତା ପାଇଁ ଯୋଗ। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ। ଯୋଗ କରିବା ଦ୍ୱାରା ମନୁଷ୍ୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥାଏ। ସାରା ଦେଶରେ ୭୫ଟି ଐତିହ୍ୟ ସ୍ଥଳରେ ଯୋଗାସନ କାର୍ଯ୍ୟକ୍ରମ […]

Continue Reading

‘ଅଗ୍ନିପଥ’ ଯୋଜନରେ ରେଜିମେଣ୍ଟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଅନେକ ଦ୍ୱନ୍ଦ ଏବଂ ଆଶଙ୍କା ଲାଗି ରହିଛି । ସେ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ହେଉଛି ରେଜିମେଣ୍ଟ ବ୍ୟବସ୍ଥାର ଉଚ୍ଛେଦ । ଏକ ଗୁଜବ ଆଲୋଚନା ହେଉଛି ଯେ, ଭାରତୀୟ ସେନାରୁ ରେଜିମେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଉଛି । ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ରେ ଏହି ବ୍ୟବସ୍ଥା ରହିବନି ବୋଲି ଆଲୋଚନା ହେଉଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା […]

Continue Reading

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମରେ ପହଁଚି ଭ୍ରମଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଥମେ  ପିଆଜା ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ସେ  ଅନୁପ୍ରାଣିତ ହୋଇଛନ୍ତି । ଏପରିକି 2018 ରେ, ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ […]

Continue Reading

ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି । ଏଥିପାଇଁ ପୁରୀରେ ବିମାନ ବନ୍ଦର […]

Continue Reading

SDJMଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍: ଅନୁଭବଙ୍କ ଘରେ ରହିବେ ବର୍ଷା

ଭୁବନେଶ୍ୱର :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ।  ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଛନ୍ତି। ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିପାରିବେ । ଜୁଲାଇ ୪ ତାରିଖରେ ମାମଲାର […]

Continue Reading

ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

ଭୁବନେଶ୍ବର: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ […]

Continue Reading

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ କରାଯିବା ଉଚିତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କରାଯାଇଥିବା ସମ୍ବେଦନଶୀଳ ଓ ଗୋପନୀୟ କାର୍ଯ୍ୟକଳାପକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାମକୁ ଭିଜିଲାନ୍ସ ବିଭାଗ ସାର୍ବଜନୀନ କରିବାକୁ ରାଜ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ […]

Continue Reading

କରତ କଳରେ ଚଢ଼ାଉ, ୨୨ ଲକ୍ଷର କାଠ ଜବତ

ଭଦ୍ରକ: କରତ କଳରେ ରେଡ୍ । ବନ ବିଭାଗର ଭିଜିଲାନ୍ସ ୱିଙ୍ଗ ବେଆଇନ୍ ଭାବେ ଚାଲୁଥିବା କରତ କଳରେ ଚଢ଼ାଉ କରିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ମୁଲିଆ ସାହି ଓ ଦକ୍ଷିଣ କାଞ୍ଜିପାଳରେ ଚାଲିଥିବା ୨ଟି ବେଆଇନ୍ କରତ କଳରେ ଚଢ଼ାଉ କରାଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି । ଭଜିଲାନ୍ସ ୨ଟି କାଠ ବୋଝେଇ ଗାଡ଼ି ଜବତ କରିଛି । ବେଆଇନ୍ କରତ କଳରୁ ପ୍ରାୟ ୨୨ ଲକ୍ଷ ଟଙ୍କାର ସାମଗ୍ରୀ […]

Continue Reading

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

କେନ୍ଦୁଝର: ବିପଦରେ ଗଜରାଜ । ମାଲବାହୀ ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଂଶପାଣି ବେହେରା ହାଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ଆଜି ଆହତ ଆଉ ୨ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଗତକାଲି ରାତିରେ ୨୨ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍ ପାର ହେଉଥିଲେ । ଏତିକିବେଳେ ସେମାନଙ୍କୁ ଧକ୍କା ଦେଇଥିଲା ମାଲବାହୀ […]

Continue Reading

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ନୂତନ ଜିଲାପାଳ ପରିଡ଼ାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ କୁଲାଙ୍ଗେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ଆଗାମୀ ଦିନରେ ସେଗୁଡ଼ିକର ସଫଳ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯିବ […]

Continue Reading