ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ତାଙ୍କ ବାପା ଦେବରାଜ ନାୟକଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ଏକ ଗ୍ୟାସ ଏଜେନ୍ସିରେ ଅଶୋକ ଏବଂ ତାଙ୍କ ଭାଇ ଦୈତାରି ସିଲିଣ୍ଡର ବିତରଣ କର୍ମଚାରୀ ଭାବେ କାର୍ଯ୍ୟ […]

Continue Reading

ତାଇଓ୍ୱାନ ବିବାଦ ଭିତରେ ଜିନ୍ ପିଙ୍ଗ ଏବଂ ବାଇଡେନ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଜିନପିଙ୍ଗ ଗୁରୁବାର ପଞ୍ଚମ ଥର ପାଇଁ ବାଇଡେନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ଅର୍ଥନୀତିକ ଏବଂ ରାଜନୀତିକ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା […]

Continue Reading

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ଏବେ ୧୭ ବର୍ଷରେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ ହୋଇପାରିବ !

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏବେ ଯୁବକମାନେ ୧୭ ବର୍ଷ ବୟସ ପରେ ହିଁ ଭୋଟର ତାଲିକା ପାଇଁ ଆବେଦନ କରିପାରିବେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ ବର୍ଷର ଯୁବକମାନେ ଜାନୁଆରୀ ୧ ରେ ୧୮ ବର୍ଷ ବୟସ ପାଇବାକୁ ପୂର୍ବ-ଆବଶ୍ୟକୀୟ ମାନଦଣ୍ଡକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ଆୟୋଗ […]

Continue Reading

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରତିବର୍ଷ ପରି […]

Continue Reading

ଆସନ୍ତା ଜନଗଣନା ହେବ ଡିଜିଟାଲ; ମୋବାଇଲ ଆପରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଡିଜିଟାଲ ହେବ । ଆଉ କାଗଜ, କଲମ, ଖାତା ବହି ବ୍ୟବହାର ହେବନି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଜିଟାଲ ଜନଗଣନା ହେବ ବୋଲି ସଂସଦକୁ ସୂଚନା ଦେଇଛନ୍ତି । ୨୦୨୧ ମସିହାରେ ଯୋଜନା କରାଯାଇଥିବା ଜନଗଣନା କୋଭିଡ୍ ପାଇଁ ଘୁଞ୍ଚାଯାଇଛି । ୨୮ ମାର୍ଚ୍ଚ ୨୦୧୯ ମସିହାରେ ଆସନ୍ତା […]

Continue Reading

ଅଦ୍ଭୂତ ସଂଯୋଗ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ; ଗାର୍ଡ ଅଫ୍ ଅନର ନେତୃତ୍ୱ ନେଲେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ପୁରା ଭାରତ ଜଣେ ମହିଳା ଆଦିବାସୀ ଓଡ଼ିଆଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉତ୍ସବ ମନାଇଛି । ସେହି ମୁହୂର୍ତ୍ତରେ ଆଉ ଜଣେ ଓଡ଼ିଆ ଅଫିସରଙ୍କ ନେତୃତ୍ୱରେ ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସେ ହେଉଛନ୍ତି ଶିଖ୍ ରେଜିମେଣ୍ଟ ଷଷ୍ଠ ବାଟାଲିଅନର କର୍ଣ୍ଣେଲ ଷ୍ଟାଲିନ ମହାନ୍ତି । ସୋମବାର ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । […]

Continue Reading

ଗାଁକୁ ଗାଁ ବ୍ୟାପୁଛି ହଇଜା: ଗୋଟିଏ ଦିନରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା: କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ। ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ମୁହାଁ ହୋଇଛି। ଏବେର ସଦ୍ୟ ରିପୋର୍ଟ ଅନୁଯାୟୀ ରାୟଗଡା କାଶୀପୁର ବ୍ଲକର ୨୦ଟି ଗାଁକୁ କବଳିତ କରିସାରିଲାଣି ହଇଜା । ଏବେ ସୁଦ୍ଧା ୨୮୧ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ରିପୋର୍ଟ କହୁଛି। ଦୂଷିତ ଜଳ ହଇଜା ବ୍ୟାପିବା ମୁଖ୍ୟ କାରଣ […]

Continue Reading

କାରଗିଲ ବିଜୟ ଦିବସ। ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦିଲ୍ଲୀ : କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଥାକୁ ମନେପକାଇ ଆଖିରୁ ଲୁହ ଗଡାଉଛି । ୧୯୯୯ ମସିହା ଆଜିର ଦିନରେ […]

Continue Reading

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ଏକ ପ୍ରକାର ଥୟ ଥିଲା। କିନ୍ତୁ ଏହି ପଦରେ ବସିବାକୁ ଏକ ନିର୍ବାଚନ ପ୍ରକ୍ରିୟାକୁ ସାମ୍ନା କରିବାକୁ ଥିଲା। ଦ୍ରୌପଦୀଙ୍କ ବିରୋଧରେ ମିଳିତ ବିରୋଧୀ […]

Continue Reading

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ । ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି । ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି ଘୋଷଣା କରିଛି । ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ […]

Continue Reading