ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା ଲାଗି ପୁଟିନଙ୍କ ଘୋଷଣା ପରେ ଏଭଳି ସ୍ଥିତି ଉପୁଜିଛି । ନିକଟସ୍ଥ ଆର୍ମେନିଆ, ଜର୍ଜିଆ, ଆଜରବାଇଜନ ଓ କାଜାଖସ୍ତାନ ଆଦି ସ୍ଥାନକୁ […]

Continue Reading

ମାତୃଭାଷା ଓଡ଼ିଆରେ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖି ଓପିଏସସିକୁ ଅବଗତ କରାଯାଇଛି। ୨୦୧୭ରୁ ଓପିଏସସି ପରୀକ୍ଷା ଓଡ଼ିଆରେ ଦେବାକୁ ନିୟମ ରହିଥିଲେ ବି ଅନେକ କ୍ଷେତ୍ରରେ ଇଂରାଜୀ ବ୍ୟବହାର ହେଉଥିଲା। ଏବେ କିନ୍ତୁ ଉଭୟ ପ୍ରିଲିମ୍, ମେନ୍ ଏବଂ ଇଣ୍ଟରଭ୍ୟୁ ଓଡ଼ିଆରେ ଦେଇପାରିବେ। ପରୀକ୍ଷାରେ ଜଣେ କେଉଁ […]

Continue Reading

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ ଓ ସୋସିଆଲ୍ ମିଡିଆରେ ଦିଆଯାଉଛି । ଆମ ଦେଶ କେଉଁଆଡ଼େ ଗତି କରୁଛି ? ଟିଭି ଆଙ୍କରଙ୍କ ବଡ଼ ଦାୟିତ୍ୱବୋଧ ରହିଛି । କିନ୍ତୁ ଟିଭି ଆଙ୍କର […]

Continue Reading

୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସିବିଆଇ ଶ୍ରୀ ଅଗ୍ରୱାଲଙ୍କ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଥିଲା। ଆଇପିସିର ବିଭିନ୍ନ ଦଫା […]

Continue Reading

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର ଉପକୂଳରେ ଥିବା ପୁରୀରେ ବାରମ୍ବାର ବାତ୍ୟା ତାଣ୍ଡବ ରଚୁଥିବା ବେଳେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି । ୨୦୧୯ରେ […]

Continue Reading

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଭାରତୀୟଙ୍କ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଓ ଶ୍ୱାସ ଜନିତ ମୃତ୍ୟୁ ନେଇ ଆସିଲା WHOର ଭୟଙ୍କର ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଭାରତ ସହିତ ସାରା ବିଶ୍ୱରେ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଜନିତ ମୃତ୍ୟୁ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଳସ୍ୟ କାରଣରୁ ଏହି ସବୁ ଭୟଙ୍କର ରୋଗ ଲୋକଙ୍କୁ ଶିକାର କରୁଛି । ଯେଉଁମାନେ ଏକ ସପ୍ତାହରେ ୧୫୦ ମିନିଟର ବ୍ୟାୟାମ କରନ୍ତି ନାହିଁ ବା ୭୫ ମିନିଟ ପର୍ଯ୍ୟନ୍ତ ଠିକ୍ ଭାବେ କସରତ କରନ୍ତି ନାହିଁ […]

Continue Reading

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ ଗିରଫ କରିଥିବା ବେଳେ ତା’ଠାରୁ ଜବତ ହୋଇଛି ୨୯୭ ଗ୍ରାମ୍ ବ୍ରାଉନସୁଗାର । ବ୍ରାଉନସୁଗାର ସହ ଅଭିଯୁକ୍ତ ଠାରୁ ୧ ଲକ୍ଷ […]

Continue Reading

ନକଲି ଔଷଧ ମାମଲା: ରାଜ୍ୟ ବାହାରକୁ ଗଲା ତଦନ୍ତକାରୀ ଟିମ୍, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ନକଲି ଔଷଧ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୁଲିସ। ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି। ନକଲି ଔଷଧ ପ୍ରସ୍ତୁତ ଓ ଓଡ଼ିଶାକୁ ଚାଲାଣ କରୁଥିବା ଫାର୍ମ ବାବଦରେ ଏହି ଟିମ୍ ସୂଚନା ଏକାଠି କରିବ। ଏନେଇ ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ଟିମ୍ ନକଲି ଔଷଧ ତିଆରିର ମୂଳ ଜାଗାରେ ପହଞ୍ଚିବାକୁ ଚେଷ୍ଟା କରିବ। ଏଠାରୁ ଆଉ […]

Continue Reading

କଂଗ୍ରେସ ସଭାପତି ନିର୍ବାଚନ : ଦିଗବିଜୟ କହିଲେ ଲଢ଼ିବାକୁ ଆଗ୍ରହ ଅଛି

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପୂର୍ବରୁ ଏବେ ଜଣଙ୍କ ପରେ ଜଣଙ୍କ ନାମ ସଭାପତି ପାଇଁ ଚର୍ଚା ହେଉଛି । ଏବେ କଂଗ୍ରେସ ସଭାପତି ଦୈାଡ଼ରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଶଶୀ ଥରୁର, ଅଶୋକ ଗେହଲୋଟଙ୍କ ପରେ ଦିଗବିଜୟ ସିଂହ ମଧ୍ୟ ସଭାପତି ନିର୍ବାଚନରେ ଭାଗ ନେବା ପାଇଁ ଇଚ୍ଛୁକ ଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମରେ ଅଶୋକ […]

Continue Reading

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ବିନିକା: ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା। ନବଜାତଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୩ କନ୍ୟା ରହିଛନ୍ତି। ଓଜନ କମ୍‌ ଥିବାରୁ ଶିଶୁମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗଙ୍କ ପତ୍ନି କୁନି ସୁନା ଏହି ୪ ଶିଶୁ ଜନ୍ମ ଦେଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତ ଶିଶୁଙ୍କୁ […]

Continue Reading