ଦୋହାରେ ଭାରତୀୟ ନୌସେନାର ୮ ଅବସରପ୍ରାପ୍ତ ଅଧିକାରୀ ଅଟକ, କାରଣ ଅସ୍ପଷ୍ଟ

ଦୋହା: କତାରର ଦୋହାରେ ଭାରତୀୟ ଦୌସେନାର ୮ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । କେଉଁ କାରଣ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ଏମାନେ ସମସ୍ତେ ଏମିରୀ ନେଭିରେ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିବା କମ୍ପାନୀରେ କାର୍ଯ୍ୟରତ ଥିଲେ । ଦୋହାରେ ଥିବା ଭାରତୀୟ ଦୂତାବସ ଏ ସମ୍ପର୍କରେ ଜଣାଇଛି । ମୀତୁ ଭାର୍ଗବ ନାମକ ଜଣେ ମହିଳା ଏ ସମ୍ପର୍କରେ ଟୁଇଟ କରିବା ପରେ ସମ୍ପୂର୍ଣ୍ଣ […]

Continue Reading

ଦରବୃଦ୍ଧି ଚିନ୍ତା: ଧାର୍ଯ୍ୟ ସମୟ ପୂର୍ବରୁ ମୁଦ୍ରା ନୀତି କମିଟିର ବୈଠକ ଡାକିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟିର ସ୍ୱତନ୍ତ୍ର ବୈଠକ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ଏମପିସି ସମିତିର ଏହି ଅତିରିକ୍ତ ବୈଠକ ସମୟ ସମୟରେ ଅନୁଷ୍ଠିତ ହୋଇଥାଏ। ନିୟମିତ ସମୟଠାରୁ ଏହା ଭିନ୍ନ ସମୟରେ ହୋଇତାଏ। ଦେଶରେ ଜାରୀ ରହିଥିବା ମହଙ୍ଗା ମାଡ଼ ମଧୟରେ ଆରବିଆଇ ଏହି ସ୍ୱତନ୍ତ୍ର ବୈଠକ ଡାକିଛି। ୧୨ ଅକ୍ଟୋବରରେ ପ୍ରକାଶିତ ଖାଉଟି ମୁଦ୍ରାସ୍ପିତି ହାର(ସିପିଆଇ) ୭.୪୧% ରହିଥିଲା। ଯାହା ଗତ ତିନି ତ୍ରୈମାସିକରେ ସର୍ବାଧିକ ରହିଛି। […]

Continue Reading

ସ୍କୁଲ୍‌ରେ ପଡ଼ିଲା ତାଲା, ଗେଟ୍‌ ଆଗରେ ବସିଲେ ଅଭିଭାବକ ଓ ପିଲା

କେନ୍ଦୁଝର: ସ୍କୁଲ୍‌ରେ ପଡ଼ିଛି ତାଲା। ଖରାରେ ଗେଟ୍‌ ଆଗରେ ବସିଛନ୍ତି ପିଲା। ସ୍ମାର୍ଟ ଯୁଗରେ ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତାଲା କଥା ବୁଝିବାକୁ ଆସି ଏବିଓ ହେଲେ ଝାଳନାଳ। ଆଉ କହିଲେ, ମୁଁ ନୂଆକରି ଆସିଛି। ସମସ୍ୟା ସମାଧାନ କରିବା ପାଇଁ ମୋତେ ପଠାଯାଇଛି। କିନ୍ତୁ କିଏ ପଠାଇଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଏବିଓ ସିଧାସିଧା କିଛି ନକହି କଥା ଗୋଳାଇଥିଲେ ଏବିଓ। ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ସରକାରୀ ଉଚ୍ଚ […]

Continue Reading

ଏଥର ଘାଣ୍ଟିବ ଇଡି, ଅର୍ଚ୍ଚନା ନାଗ ବିରୋଧରେ ହୋଇଥିବା ୨ଟି FIR କପି ହସ୍ତାନ୍ତର କଲା ପୋଲିସ୍

ଭୁବନେଶ୍ୱର: ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆର୍ଥିକ ଦେଣନେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି କାହାଠପ କେତେ ଟଙ୍କା ଆଣିଛନ୍ତି, କେଉଁଠି ଖର୍ଚ୍ଚ କରିଛନ୍ତି । ଏବେ ଇଡି ଏସବୁର ଛାନଭିନ୍ ଆରମ୍ଭ କରିବ । ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାର FIR କପିକୁ କମିଶନରେଟ୍ ପୋଲିସ ଇଡିକୁ […]

Continue Reading

କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଲେ ବିରାଟ କୋହଲି

ସିଡ୍‌ନୀ: ଚଳିତ ଟି-୨୦ ବିଶ୍ୱକପରେ ରନ ମେସିନ ବିରାଟ କୋହଲିଙ୍କ ବ୍ୟାଟ ଜବରଦସ୍ତ ଚାଲିଛି। ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମ୍ୟାଚ୍‌ ଅପରାଜିତ ୮୨ ରନ କରିଥିବା ବିରାଟ ଆଜି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ୪୨ ବଲରେ ଅପରାଜିତ ୬୨ ରନର ଇନିଂସ ଖେଳି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ବିରାଟ, ଅଧିନାୟକ ରୋହିତ ଶର୍ମା ଓ ବିସ୍ଫୋରକ ସୂର୍ଯ୍ୟ କୁମାର ଯାଦବଙ୍କ […]

Continue Reading

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ। ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର […]

Continue Reading

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହାପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି […]

Continue Reading

ଟି-୨୦ ବିଶ୍ୱକପ: ସୁପର ୧୨ରେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ସୁପର ୧୨ରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ। ଗ୍ରୁପ୍‌ ଏରେ ୪ଟି ଦଳ ଥିବା ବେଳେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନଦେରଲ୍ୟାଣ୍ଡସ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିବା ନାମିବ୍ୟା ଆଜି ୟୁଏଇ ଠାରୁ ପରାସ୍ତ ହୋଇଛି। ଏଥିପାଇଁ ଦଳ ସୁପର ୧୨ରୁ ବଞ୍ଚିତ ହୋଇଛି। ସେହିପରି ୟୁଏଇର କୌଣସି ବିଶ୍ୱକପରେ ଆଜି ତା’ର ପ୍ରଥମ ବିଜୟ ହାସଲ କରିଛି। […]

Continue Reading

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ନାଡେଲା। ଆସନ୍ତା ଜାନୁଆରୀ ମାସରେ ଭାରତ ଗସ୍ତରେ ନାଡେଲା ଆସିବାର ଯୋଜନା ରଖିଥିବା ସୂଚନା ରହିଛି। ‘ପଦ୍ମ ଭୂଷଣ’ ସମ୍ମାନ ମିଳିବା ପରେ ନାଡେଲା କହିଛନ୍ତି, ଏହା […]

Continue Reading

ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ କଳାକାର ଚୟନ କରାଯିବ। ଏ ନେଇ ବିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ କଳାକାର ଚୟନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ […]

Continue Reading