ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଶୀତ ବଢ଼ିବା ସହ ଆସନ୍ତା ୨ ଦିନ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ । ୨୨ […]

Continue Reading

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ବିଜୁଳି ବେଗରେ କାହିଁକି ଇସିଙ୍କୁ ଦିଆଗଲା ନିଯୁକ୍ତି?

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ କେନ୍ଦ୍ରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ଗୋଏଲଙ୍କୁ କାହିଁକି ତରବରିଆ ଓ ଆତୁର ଭାବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଗଲା? ବିଜୁଳି ବେଗରେ ବା ୨୪ ଘଣ୍ଟା ଭିତରେ କେମିତି ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟର ୫ […]

Continue Reading

ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଲତବି ରହିଲା ବିଧାନସଭା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିବେଶନ ଆରମ୍ଭରେ ଗୃହର ନେତା ମୁଖ୍ୟମନ୍ତ୍ରୀ ୨ ଜଣ ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ଉପନେତା ଏବଂ ୩ ଜଣ ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ । ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ଗୋଲକ ବିହାରୀ ନାୟକ ଏବଂ ବିରୋଧୀ […]

Continue Reading

ଫେସବୁକ୍ ବଢୁଛି, ଟ୍ୱିଟର୍ କମୁଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବ୍ୟବହାର ଏବେ ଦିନକୁ ଦିନ ଖୁବ୍ ବଢ଼ି ଚାଲିଛି। ବର୍ତ୍ତମାନ ଏହାକୁ କେତେ ଲୋକ ବ୍ୟବହାର କରୁଛନ୍ତି, କେଉଁ ସୋସିଆଲ ନେଟଓ୍ୱାର୍କ ବେଶୀ ଲୋକପ୍ରିୟ ଅର୍ଥାତ୍ କେଉଁ ସୋସିଆଲ ନେଟଓ୍ୱାର୍କକୁ ଅଧିକ ଲୋକେ ବ୍ୟବହାର କରୁଛନ୍ତି, ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି।

Continue Reading

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ କମ୍ପାନୀ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । […]

Continue Reading

ଆନନ୍ଦ ଟପ୍ପୋ ହତ୍ୟା ମାମଲା: ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ

କଟକ: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ହକି ତାରକା ବୀରେନ୍ଦ୍ର ଲାକ୍ରା। ଏନେଇ ଇନ୍‌ଫୋସିଟି ଥାନାରେ ଏତଲା ହୋଇଛି କି ନାହିଁ, ସେ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଆଜି ଭର୍ଚୁଆଲ୍‌ରେ ଉପସ୍ଥିତ ରହିଥିଲେ ଇନଫୋସିଟି ଥାନା ଅଧିକାରୀ। ମୋ’ ପାଖରେ ଏଫଆଇଆର ପହଁଚି ନଥିବା ସେ କୋର୍ଟଙ୍କୁ କହିଥିଲେ। ଏହା ପରେ ଏତଲା ହୋଇଛି କି […]

Continue Reading

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା କରି ପୁଣି ପଳାଉଥିଲା । ହେଲେ ବୁଧବାର ନିର୍ଲଜ ସ୍ୱାମୀ ସାମସନ କୁମାର ସବୁ […]

Continue Reading

ଖାଦ୍ୟ ପ୍ରସଙ୍ଗରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା କୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ: ଜେଲରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ଧାର୍ମିକ ଭାବନା ଅନୁସାରେ ଉପଯୁକ୍ତ ଖାଦ୍ୟ ପୂର୍ବଭଳି ପାଇବେ। ତାଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟରେ କୌଣସି ରୋକ ଲାଗି ପାରିବ ନାହିଁ ବୋଲି ଆଜି ଦିଲ୍ଲୀର ଗୋଟିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜୈନଙ୍କୁ ପୂର୍ବଭଳି ଜେଲରେ ଉପଯୁକ୍ତ ଖାଦ୍ୟ ମିଳିବ। ଜୈନ ଅଭିଯୋଗ କରିଥିଲେ ଯେ ତାଙ୍କ ଧାର୍ମିକ ଭାବନା ଅନୁସାରେ ତାଙ୍କୁ ଖାଦ୍ୟ ମିଳୁନାହିଁ। ଏଥିସହ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉପଯୁକ୍ତ […]

Continue Reading

ରାଜ୍ୟରେ ବ୍ୟାନ ହେବ ଅନଲାଇନ୍‌ ଗେମ୍‌, ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ପ୍ରସ୍ତାବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଗେମ୍ ଉପରେ ଲାଗିବ ପ୍ରତିବନ୍ଧକ। ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗୃହ ବିଭାଗ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବରିଷ୍ଠ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଅନଲାଇନ୍ ଗେମରେ ଖେଳିବା ପାଇଁ ପିଲାମାନଙ୍କର ଇଚ୍ଛା ବଢୁଛି । ଯାହାକି ତାଙ୍କ ମାନସିକ ସ୍ଵାସ୍ଥ୍ୟ ପାଇଁ ବହୁତ ଖରାପ ପ୍ରଭାବ ପକାଇବ। ଅନଲାଇନରେ ଗେମ୍‌ […]

Continue Reading

ରାହୁଲ ଗାନ୍ଧି ଏବେ ସଦାମ ହୁସେନ ଭଳି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସଦାନ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ, ଜବାହରଲାଲ ନେହରୁ କିମ୍ବା ମହାତ୍ମା ଗାନ୍ଧିଙ୍କ ଭଳି କଲେ ଭଲ ବୋଲି ମଧ୍ୟ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ରାହୁଲ ଗାନ୍ଧି ଭାରତ […]

Continue Reading