ସଂଘର୍ଷ ପରେ ସୀମାରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତ-ଚାଇନା ସଂଘର୍ଷ ପରେ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ କ୍ର୍ୟୁମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟାସଗତ ଉଡ଼ାଣ କରିଥିଲା। ତେବେ ନିକଟରେ ତୱାଙ୍ଗରେ ଦୁଇ ଦେଶ ମଧ୍ୟରେ ଘଟିଥିବା ସଂଘର୍ଷ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି। […]

Continue Reading

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ । ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳି ପାରିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପାରିପାର୍ଶ୍ୱିକ ସ୍ଥିତିର ଆଧାରରେ ଭ୍ରଷ୍ଟାଚାରୀଙ୍କୁ ଦଣ୍ଡ ବି ମିଳି ପାରିବ […]

Continue Reading

ଭକୁଆ ହେଲେ ସାଇବର ଲୁଟେରା, ଭୁଆଁ ବୁଲାଇ ଦେଲେ ମହିଳା

ବ୍ରହ୍ମପୁର: ସାଇବର ଲୁଟେରାଙ୍କୁ ଭୁଆଁ ବୁଲାଇଲେ ମହିଳା। ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଜାଲ ବିଛାଇ ସାରିଥିଲେ ସାଇବର ଲୁଟେରା। ହେଲେ କିଛି ବି ହାସଲ କରି ପାରିଲେନି। ଓଲଟା ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଜି ବ୍ରହ୍ମପୁର ସହରରେ ଘଟିଛି। ସାଇବର ଠକଙ୍କ କବଳରୁ ବର୍ତ୍ତି ଯାଇଥିବା ମହିଳାଜଣକ ହେଲେ ବ୍ରହ୍ମପୁରର କଳ୍ପନା ସେନାପତି । କଳ୍ପନାଙ୍କର ଭୁବନେଶ୍ୱରରେ ଏକ ଘର ଥିବା […]

Continue Reading

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଉନ୍ନାଉର ସଫିପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କାନପୁରରେ ଜଣେ ଯୁବକଙ୍କ ସହ ଯୁବତୀଙ୍କର ବିବାହ […]

Continue Reading

କମ୍ବଳ ବଣ୍ଟନ ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି: ବିଜେପି

କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା ଜଣେ ବିଜେପି ନେତା […]

Continue Reading

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଯାଜପୁର : ବୈାଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୈାଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୈାଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ମହତ୍ସୋବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ଯାଜପୁରର ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ, ମୁଖ୍ୟବକ୍ତା ଭାବେ ଭାରତୀୟ ମହାବୋଧି […]

Continue Reading

ଓଡ଼ିଶା ବିକାଶର ସଂକଳ୍ପ – ୨୦୩୬(୧)

ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ପୁନର୍ଗଠିତ ଭୌଗୋଳିକ ସ୍ଥିତି ୧୯୩୬ରେ ପ୍ରକାଶିତ ହେଲା। ତଥାପି ଏହାର ଏକ ବିରାଟ ଅଂଶ ସ୍ୱୟଂ ଶାସିତ ରାଜ୍ୟ ଭାବେ (ଗଡ଼ଜାତ ରାଜ୍ୟ) ରହିଥିଲା। ଏହା ବିଖଣ୍ଡିତ ହୋଇ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ବିଚାର ଦୃଷ୍ଟିରୁ ରୁଗ୍ଣ ଓ ଅସ୍ତିତ୍ୱହରା ହୋଇଯାଇଥିଲା। ଦିଲ୍ଲୀ ବାଦ୍‌ଶାହା ହୁଅନ୍ତୁ ବା ପରବର୍ତ୍ତୀ ଇଂରେଜ ଶାସନ ହେଉ, ସେ ସମୟରେ ଭୂଖଣ୍ଡଟି ଏକପ୍ରକାର ଅବହେଳିତ ଓ ଶୋଷଣର ଶୀକାର ହେବା ଯୋଗୁଁ ଏହାର ଆର୍ଥିକ ଅବସ୍ଥା […]

Continue Reading

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୫ ତାରିଖ ସକାଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଦିଗରେ ଶ୍ରୀଲଙ୍କା ଉପକୂଳକୁ ଗତି କରିବ । ଏହା […]

Continue Reading

ଋତୁସ୍ରାବ କାଳରେ ମହିଳାଙ୍କୁ ମାସକୁ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ: ଗେହଲଟ୍

ଜୟପୁର: ମାସିକ ଋତୁସ୍ରାବ କାଳରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବେ ରାଜସ୍ଥାନ ସରକାର। ଋତୁସ୍ରାବ ଜନିତ ସମସ୍ୟାରେ ଶିକାର ହେଉଥିବା ମହିଳାଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଅଶୋକ ଗେହଲଟ ଏକ ସାମ୍ବାଦିକ ସମ୍ମିଳିନୀ କରି କହିଛନ୍ତି ଯେ, ଋତୁସ୍ରାବ ସମୟରେ ମହିଳାମାନେ ଯନ୍ତ୍ରଣାରେ ଶୀକାର ହେଉଥିବା ବେଳେ ସେମାନେ କାହିଁକି ନିରବ ରହୁନ୍ତି। ଋତୁସ୍ରାବକୁ ନେଇ ସମାଜରେ […]

Continue Reading

ବଢିଲା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ; ମିଳିବନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ବଢିଲା ଅଡ଼ୁଆ । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ହାଇକୋର୍ଟ। ଅନ୍ୟପକ୍ଷେ ଜେରାବେଳେ ଶ୍ରଦ୍ଧାଞ୍ଜଳି ଇଡିକୁ ସହଯୋଗ କରୁ ନ ଥିବା ମଧ୍ୟ ଇଡି କହିଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି। ହେଲେ ପୁଣି ଥରେ ହାଜର ହେବା ପାଇଁ […]

Continue Reading