ରାଉରକେଲାରେ ବାଣିଜ୍ୟିକ ବିମାନ ସେବା

ଭୁବନେଶ୍ୱର:ଏବେ ଆଷ୍ଟ୍ରୋଟର୍ଫ ଉପରେ ହକି ବଲ ତୀବ୍ରଗତିରେ ଗଡ଼ିଲା ଭଳି ରାଉରକେଲା ବିମାନ ବନ୍ଦରର ବାକି ରହିଯାଇଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦିଆସରିଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (SAIL) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ମଧ୍ୟରେ ନୂଆଦିଲ୍ଲୀରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ରାଉରକେଲା ବିମାନ ବନ୍ଦରକୁ ବ୍ୟାବସାୟିକ ବ୍ୟବହାର କରିବା ପାଇଁ କାର୍ଯ୍ୟ ଓ ପରିଚାଳନା (O&M) ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଫଳରେ ଉଡ଼ାନ ଯୋଜନାରେ ରାଉରକେଲା ଇସ୍ପାତ କାରଖାନା […]

Continue Reading

ଚୀନକୁ ଚାଲେଞ୍ଜ ଦେଲେ ଅମିତ ଶାହ, କହିଲେ ‘ମୋଦି ସରକାରରେ ଇଞ୍ଚେ ବି ଜମି ନେଇ ପାରିବନି’

ନୂଆଦିଲ୍ଲୀ: ଭାରତର ଇଞ୍ଚେ ବି ଜମି କାହାକୁ ଦେବୁନି । ମୋଦି ସରକାର ସମୟରେ ଶତ୍ରୁପକ୍ଷ ଚାହିଁଲେ ବି ଗୋଟିଏ ଇଞ୍ଚ ଜମି ନେଇ ପାରିବେ ନାହିଁ । ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ସାହ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହେବାର ଚିତ୍ର ସାଟେଲାଇଟ ଫୁଟେଜରୁ ସାମ୍ନାକୁ ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।   ଜିନପିଙ୍ଗ୍ […]

Continue Reading

ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଏଲ୍ଇଡି ଲାଇଟ୍‌ ବନ୍ଦ ହେଲା। ASI ସର୍କଲ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍‌। ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା। ଏଲ୍ଇଡି ଲାଇଟ୍‌କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିରୋଧ କରୁଥିଲେ। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣ ନାଁରେ ଏହି ପ୍ରାଚୀନ ଐତିହ୍ୟକୁ ଏଏସଆଇ ବିକୃତ କରିଥିବା ଅଭିଯୋଗ ଆଣି ଟ୍ୱିଟ୍‌ କରିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା […]

Continue Reading

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ ପୋଡିବା ପରେ ସମସ୍ତ ପ୍ରମାଣ ନଦୀରେ ଭସାଇଥିବା ସ୍ବୀକାର କରିଛନ୍ତି। ହେଲେ ଏହାରି ଭିତରେ ଅନ୍ୟତମ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ସୂଚନା […]

Continue Reading

ଜ୍ୟାକଲିନ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା ଅଭିଯୋଗ କଲେ ନୋରା ଫତେହି

ମୁମ୍ବାଇ: ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼। ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ କରିଛନ୍ତି ମାନହାନୀ ମକଦ୍ଦମା। କେବଳ ଜ୍ୟାକଲିନ୍‌ ନୁହଁ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା। ଅଭିନେତ୍ରୀ ନୋରାଙ୍କୁ ବଦନାମ ଉଦ୍ଦଶ୍ୟରେ ଜ୍ୟାକଲିନ ତାଙ୍କ ବିରୋଧରେ […]

Continue Reading

ଆସନ୍ତାବର୍ଷ ତିନୋଟି ଜି-୨୦ ବୈଠକର ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ତିନିଟି ଜି-୨୦ ବୈଠକର ଆୟୋଜନ କରିବେ ଓଡ଼ିଶା ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି ଯେ ରାଜ୍ୟରେ ଶକ୍ତି, ଶିକ୍ଷା ଏବଂ ସଂସ୍କୃତି ଉପରେ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୧ରେ ଭାରତ ଜି -୨୦ ର ସଭାପତି ହେବା ପରେ ଓଡିଶା ସମେତ ଅନେକ ରାଜ୍ୟରେ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ବସିଥିବା ଶିଖର ସମ୍ମିଳନୀରେ ଦେଶର ୫୫ […]

Continue Reading

ମିିଳିଲା ଜାମିନ କିନ୍ତୁ ଜେଲ୍‌ରୁ ମୁକୁଳିବେନି ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ନିଜ କ୍ଷମତାର ଅପବ୍ୟବହାର ମାମଲାରେ ଜେଲ୍‌ରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌. କର୍ଣ୍ଣିକ୍‌ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କିନ୍ତୁ ଜାମିନ ମିଳିବା ସତ୍ତ୍ୱେ ସେ ଜେଲ୍‌ରୁ ଏବେ ମୁକୁଳିପରିବେ ନାହିଁ। ଦୁର୍ନୀତି ମାମଲାର ତଦନ୍ତ କରୁଥିବା […]

Continue Reading

ଶପଥ ନେଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ପଦ ଓ ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ ପ୍ରଥମେ ନିଜ ଶ୍ୱଶୁର ଘରକୁ ଯାଇ ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ । ପରେ ବାଚସ୍ପତି […]

Continue Reading

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଅମ୍ବାପାଲିର ଶ୍ରେୟସ ସପ୍ତମ ଶ୍ରେଣୀର ଛାତ୍ର । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ଚୟନ ହୋଇଥିବାରୁ ସେ ବେଶ୍ ଖୁସି […]

Continue Reading

ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ !

କୋରାପୁଟ:  ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ ! ଏଠାକାର ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ପ୍ରତିଷ୍ଠା କରିଥିଲେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମେଡିକାଲ କଲେଜ ଓ ହସ୍ପିଟାଲ। ଯାହାକୁ ୫ ବର୍ଷ ବିତିଲା। ହେଲେ ଏଠାରେ ଭିତ୍ତିଭୂମି ନାହିଁ, କି ଯନ୍ତ୍ରପାତି ନାହିଁ। ଆଦିବାସୀ ଓ ଗରିବ ରୋଗୀମାନେ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ପାଠ୍ୟକ୍ରମ ଖୋଲି ଆବେଦନ ପ୍ରକ୍ରିୟା ଚାଲୁରହିଛି। ଏବେବି ସବୁ ପାଠ୍ୟକ୍ରମରେ […]

Continue Reading