ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଲାଗିରହିଛି । ଆଜି ଅପରାହ୍ଣରେ କଟକ-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡାଠାରେ ସର୍ବାଧିକ ୩୩ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ବର୍ଷା ଓ ପବନ ସହ କୁଆପଥର ମାଡ଼ ହେବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ମାହାଙ୍ଗା ଅଞ୍ଚଳର ୨୦ଟି […]

Continue Reading

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ ସ୍ଥଗିତ ନେଇ ଦିଲ୍ଲୀର କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ରାଜ୍ୟ ବିଜେପି […]

Continue Reading

E-Reading Room:ରାଜ୍ୟରେ ପ୍ରଥମଥର ପାଇଁ ଖୋଲିଲା ଡିଜିଟାଲ୍ ରିଡିଂ ରୁମ୍, ଅଡିଓ ବୁକ୍ ଶୁଣିପାରିବେ ଆଉ ପାଠ ମନେରଖିବେ ଛାତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଏଥିରେ ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରିଡିଂ ରୁମ୍ ର ଉଦ୍ଘାଟନ କରିଛନ୍ତି । ଏହି ରୁମ୍ ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ଅଛି । ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ […]

Continue Reading

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା । ମମତା ବାନାର୍ଜୀଙ୍କ ମହାପ୍ରଭୂଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ। ପ୍ରୋଟୋକଲ ଅନୁସାରେ ପଶ୍ଚିମବଙ୍ଗ ପୋଲିସ […]

Continue Reading

ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ

ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ ଏହି ଦାବି କରାଯାଇଥିବା ବେଳେ ପିକେଟିଂ ସହ ସ୍ଥାନେ ସ୍ଥାନେ ଚକ ଅଖ ବନ୍ଦ କରିଛି କୁଡୁମୀ ସେନା । ସୂଚନା ଅନୁସାରେ, କୁଡୁମୀ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବା ଦାବି ନେଇ ଆଜି ୬ […]

Continue Reading
Annie Sprinkle and Beth Stephens married the Earth in 2008

ପ୍ରେମ ପାଇଁ ଗଛ ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା

ପ୍ରେମ, ଏପରି ଏକ ଶବ୍ଦ ଯାହା ବିଶ୍ଵାସର ଅନ୍ୟ ଏକ ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରେମ ପାଇଁ କିଏ ନଦୀ ଡେଇଁ ଯାଏ ଆଉ କିଏ ପାହାଡ ପାର ହେଇଯାଏ। ପ୍ରେମରେ ପଡିଲେ କଣ ଠିକ୍ କଣ ଭୁଲ୍ ତାହା ଜଣା ପଡେ ନାହିଁ। ପ୍ରେମ ଥରେ ହେଲେ ତାହା ଲୁଚି ରୁହେ ନାହିଁ। ଯାହା ସହ ଥରେ ପ୍ରେମ ହୁଏ ସେ ଦୁନିଆର ସବୁଠାରୁ ସୁନ୍ଦର ଲାଗେ। ଏପରି ଏକ ପ୍ରେମରେ ପଡ଼ିଛନ୍ତି ଆମେରିକାର ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।

Continue Reading

ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମର ରଶ୍ମୀବାଳା ପାହିଲ। ସେ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ […]

Continue Reading

ମାର୍ଚ୍ଚରେ ୟୁ ଟର୍ଣ୍ଣ ମାରି ଆସୁଛି ଥଣ୍ଡା: ନିର୍ଧୁମ ତାତି ପରେ ଫେରିବ ମୌସୂମୀ

ନୂଆଦିଲ୍ଲୀ: ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ବର୍ଷା ପରେ ବଦଳିଯାଇଛି ପାଣିପାଗ । ଏହାବ୍ୟତୀତ ଆଗାମୀ ଦିନମାନଙ୍କ ପାଇଁ ମଧ୍ୟ ପୂର୍ବାନୁମାନ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ମାର୍ଚ୍ଚରେ ଅଚାନକ ଏମିତି ପରିବର୍ତ୍ତନ […]

Continue Reading

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ଚକ୍ରୋକୋଟ ଲେନ୍ କାଜୁ ଜଙ୍ଗଲରେ ୫ ଜଣ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ […]

Continue Reading

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବ । ଏବେ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗିର ଓ ପୁରୀ ଜିଲ୍ଲାରେ କାଳବୈଶାଖୀ […]

Continue Reading