ରାସ୍ତା ତଳକୁ ଖସି ପଡିଲା ଟ୍ରକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡିଛି। ସେମାନଙ୍କ ଘର କୋଲନରା ବ୍ଲକ୍ ରୋବାଡି ଗ୍ରାମରେ । ସେମାନଖଙ୍କ ନାଁ ସନ୍ତୋଷ କୁମୁରିକ ଓ ଶ୍ୟାମ କୁମୁରିକ ବୋଲି ଜଣାପଡିଛି । ଟ୍ରାକ୍ଟରଟି […]

Continue Reading

ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଶେଷ: ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ଝାରସୁଗୁଡା ବିଧାନସଭା ଆସନ ଉପ-ନିର୍ବାଚନ। ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ ସୁଦ୍ଧା ୪୨.୨୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦିନ ୩ଟା ସୁଦ୍ଧା ୬୨,୪୧୯ ଜଣ ପୁରୁଷ […]

Continue Reading

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ଲଘୁଚାପ ଆଜି ରାତିରେ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । ତେବେ ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବାତ୍ୟା ପ୍ରଭାବରେ ଓଡ଼ିଶାରେ ପବନ କିମ୍ବା ବର୍ଷା ହେବ ନାହିଁ । ଗଭୀର ଅବପାତଟି ଆଜି […]

Continue Reading

୨୦୨୪ ନିର୍ବାଚନରେ ମୁଁ ଓଡ଼ିଶାରୁ ଲଢ଼ିବି: ଧର୍ମେନ୍ଦ୍ର

ଭୁବନେଶ୍ୱର:  ଆସନ୍ତାବର୍ଷ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳମାନେ ଅଧିକ ସିଟ୍ ଅକ୍ତିଆର କରିବା ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏପରିକି ବିଜେଡି, ବିଜେପି ଓ କଂଗ୍ରେସ ନିକଟରେ ନିଜ ସଂଗଠନକୁ ସଜାଡ଼ିବା ସହ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ଇଭିଏମ୍ ମେଶିନ୍ ପହଞ୍ଚିଥିବାର ଦେଖାଯାଉଛି । […]

Continue Reading

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ସେବାର ପ୍ରସାର

ଝାରସୁଗୁଡ଼ା: ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓବେଦାନ୍ତ ଲିମିଟେଡ ଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ, ରକ୍ତଚାପ ପରୀକ୍ଷା ଓ ସାଧାରଣ ରୋଗ ପରିଚାଳନା ଦିଗରେ ଉପଯୁକ୍ତ ପରାମର୍ଶ ଦେଉଛନ୍ତି । ସେବା ଗୁଡ଼ିକ ମାଗଣାରେ ଉପଲବ୍ଧ ହେଉଛି । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜାମଖାଣି, ଗରିସିମା, ଝରପଲମ, ଘୋଗରପଲ୍ଲୀ, ଭୋଗ୍ରାକଚର, ଲତାପାଣି, […]

Continue Reading