ନୀରଜ ଚୋପ୍ରା ଆହତ: ବଡ ଟୁର୍ନାମେଣ୍ଟ ପୂର୍ବରୁ ପୁଣି ଆହତ ହେଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ କ୍ୟାରିୟରରେ ଏବେ ଆଘାତ ବଡ଼ ପ୍ରତିବନ୍ଧକ ସାଜିଲାଣି। ପୁଣି ଥରେ ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଆହତ ହୋଇପଡିଛନ୍ତି ଯେଉଁଥିପାଇଁ ସେ ଆଗାମୀ FBK ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ନୀରଜ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜୁନ୍ ୪ ରୁ ନେଦରଲ୍ୟାଣ୍ଡର ହେଙ୍ଗେଲୋରେ FBK ଗେମ୍ସ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ […]

Continue Reading

ଏହି ଦେଶରେ ବନ୍ଦ ହେବ କି ଟ୍ୱିଟର ? ଏଲୋନ୍ ମସ୍କ ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ : ୟୁରୋପୀୟ ୟୁନିଅନ୍ ରେ ଏକ ଚୁକ୍ତି କରିବାକୁ ଟ୍ୱିଟର ମାଲିକ ଏଲନ୍ ମସ୍କ ମନା କରି ଦେଇଛନ୍ତି। ଯାହାର ଉର୍ଦ୍ଦେଶ ଥିଲା ଅନଲାଇନରେ ଭୁଲ ତଥ୍ୟକୁ ମୁକାବିଲା କରିବା ବା ପ୍ରସୟ ନ ଦେବା । ଟ୍ୱିଟରର ମାଲିକର ଏହି ନିଷ୍ପତ୍ତିର ଅର୍ଥ ଏହା ମଧ୍ୟ ହୋଇପାରେ ଯେ ଏଲନ୍ ମସ୍କ ୟୁରୋପରେ ଟ୍ୱିଟର ପ୍ଲାଟଫର୍ମ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଏଲନ୍ ମସ୍କଙ୍କୁ ଭାରି ପଡିପାରେ । ଏଥିପାଇଁ […]

Continue Reading

ବୟସ ମାତ୍ର ୮ ବର୍ଷ: ୬୦ କିଲୋଗ୍ରାମ ଓଜନ ଉଠାଇ କଲେ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ପିଲାମାନେ ଖେଳିବା ଓ ବୁଲିବା କଥା ସେହି ବୟସରେ ଜଣେ କୁନି ଝିଅ ଏବେ ତା’ର ଦକ୍ଷତା ହେତୁ ଇଣ୍ଟରନେଟ୍ ସେନ୍‌ସେ୍‌ସ୍ ପାଲଟିଯାଇଛନ୍ତି । ତାଙ୍କ ପାଖକୁ ଏବେ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି । ଆମେ ହରିୟାଣାର ପଞ୍ଚକୁଲାର ୮ ବର୍ଷିୟା ଆରସିୟା ଗୋସ୍ୱାମୀଙ୍କ ବିଷୟରେ କହୁଛୁ । ଯିଏ ତାଙ୍କର ଚମତ୍କାର ଭାରୋତ୍ତୋଳନ କୌଶଳ ଦ୍ୱାରା ପ୍ରଭାବିତ । ଏବେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ […]

Continue Reading

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ସମ୍ଭାବନା:୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାରେ ସମ୍ଭାବନା ନାହିଁ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତ୍‍ସିଂହପୁର, ଅନୁଗୁଳ, କେନ୍ଦ୍ରାପଡା, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ […]

Continue Reading

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ ଜମି ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା […]

Continue Reading

ତାତିରୁ ମିଳିବ ଆଶ୍ୱସ୍ତି, ଲାଗି ରହିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ପ୍ରଭାବରେ ତାତି ମଧ୍ୟ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା […]

Continue Reading

ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ

ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । କର୍ଣ୍ଣାଟକ ସରକାରରେ ୩୪ ମନ୍ତ୍ରୀ ସ୍ଥାନ ପାଇବେ । ଏମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ସହିତ ୧୦ ଜଣ ମନ୍ତ୍ରୀ ୨୦ ମେ’ରେ ଶପଥ ନେଇସାରିଥିଲେ […]

Continue Reading

‘ନୂଆ ସଂସଦରେ ରଖ ରାମଙ୍କ ପାଦୁକା’

ଭୁବନେଶ୍ୱର: ରାତି ପାହିଲେ ଦେଶର ନୂଆ ସଂସଦ ଭବନ ଉଦଘାଟନ ହେବ। ଯାହାକୁ ନେଇ ଦେଶବ୍ୟାପୀ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। ଏପରିକି ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଉତ୍ସବକୁ ବର୍ଜନ ମଧ୍ୟ କରିଛନ୍ତି। ଏଭଳି ସ୍ଥିତିରେ ଆଉ ଏକ ନୂଆ ପ୍ରସଙ୍ଗ ମୁଣ୍ଡ ଟେକିଛି। ନୂଆ ସଂସଦ ଭବନ ପରିସରରେ ରାମରାଜ୍ୟ ସତ୍ତା ହସ୍ତାନ୍ତରଣ ପ୍ରତୀକ ରୂପରେ ରାମ ଚରଣ ପାଦୁକା ବା […]

Continue Reading

‘ରାଜନୀତିର ଏକ ସୀମା ଅଛି …’, ନୂତନ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ଜୟଶଙ୍କର

ନୂଆଦିଲ୍ଲୀ : ବିରୋଧୀ ଦଳଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକକୁ ବଏକଟ୍ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦିନ ବିରୋଧୀ ଦଳଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ରାଜନୀତି କରିବାର ସୀମା ରହିବା ଉଚିତ ଏବଂ ଉଦ୍ଘାଟନୀ ଉତ୍ସବକୁ ବିବାଦୀୟ ପ୍ରସଙ୍ଗ କରାଯିବା ଉଚିତ ନୁହେଁ। ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ ଏସ ଜୟଶଙ୍କର କହିଛନ୍ତି ଯେ କିଛି ଲୋକ ବିବାଦ […]

Continue Reading

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ପରିବର୍ତ୍ତନ; ବାଦ ପଡିବେ ‘ସାରେ ଜହାଁ ସେ ଅଚ୍ଛା’ ଗୀତର ଲେଖକ ମହମ୍ମଦ ଇକବଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ସିଲାବସରେ ବଡ ଧରଣର ପରିବର୍ତ୍ତନ କରାଯିବ । ଏହି ନିଷ୍ପତ୍ତି ଅନୁସାରେ ଭାରତଠାରୁ ପାକିସ୍ତାନକୁ ଅଲଗା କରିବା ପାଇଁ ପ୍ରସ୍ତାବ ଦେଇଥିବା ମହମ୍ମଦ ଇକବାଲଙ୍କ ଲିଖିତ ଏକ ବିଷୟକୁ ହଟାଯିବ । ସେହିପରି ପଲଟିକାଲ ସାଇନ୍ସର ଗ୍ରାଜୁଏସନ କୋର୍ସରେ ମଧ୍ୟ କିଛି କିଛି ପରିବର୍ତ୍ତନ କରାଯିବ । ମିଳିଥିବା ତଥ୍ୟ ଅନୁଯାୟୀ, କବି ତଥା ଦାର୍ଶନିକ ମହମ୍ମଦ ଇକବାଲ ପାକିସ୍ତାନ ଗଠନର ଜଣେ ପ୍ରସ୍ତାବକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗ୍ରାଜୁଏସନ ପଲିଟିକାଲ […]

Continue Reading