ଉଦ୍ଧାର ହେଲା ଦାମୀ ଷଣ୍ଢ, ମୂଲ୍ୟ କୋଟିଏ

ନୂଆଦିଲ୍ଲୀ: ଗାଁ ରୁ ନେଇ ସହର ଯାଇ ଅନେକ ଗାଈଗୋରୁ ଓ ଷଣ୍ଢ ବୁଲୁଥିବାର ଆପଣ ଦେଖିଥିବେ ।କିନ୍ତୁ ଏହି ଷଣ୍ଢମାନଙ୍କର କୌଣସି ମୂଲ୍ୟ ନଥାଏ । ମାତ୍ର ଯଦି ଆମେ କହୁ ଗୋଟେ ଷଣ୍ଢର ଦାମ୍ କୋଟିଏ ଟଙ୍କା । ତାଯୁକ୍ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ହେଉଛି ଏକ ବାସ୍ତବ ଘଟଣା । ଏନ୍‌ଡିଆରଏଫ୍‌ ଯବାନମାନେ ନଏଡ଼ା ଅଞ୍ଚଳର ବନ୍ୟା ଜଳରୁ ଦେଶର ସବୁଠୁ ମୂଲ୍ୟବାନ୍‌ ବିରଳ ପ୍ରଜାତିର ଷଣ୍ଢ ଉଦ୍ଧାର କରିଛନ୍ତି। […]

Continue Reading

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ପୃଥିବୀର ୧୪ […]

Continue Reading

ସୃଷ୍ଟି ହେଲା ଲଘୁଚାପ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏକ ଘୂର୍ଣ୍ଣିବଳୟ ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, […]

Continue Reading

୧୧ ବର୍ଷ ପରେ ଦୁଲୀପ ଟ୍ରଫି ଜିତିଲା ଦକ୍ଷିଣାଂଚଳ ଟିମ

ବାଙ୍ଗାଲୋର: ୧୦ ବର୍ଷ ପରେ ଦକ୍ଷିଣାଂଚଳ ଦୁଲୀପ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ଦକ୍ଷିଣାଂଚଳ ୭୫ ରନରେ ପଶ୍ଚିମାଂଚଳକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୨ରେ ଉତରାଂଚଳ ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ଦକ୍ଷିଣାଂଚଳ ଓଭରାଲ ୧୪ ଥର ଏହି ଟାଇଟଲ ହାସଲ କରିଛି । ଦକ୍ଷିଣାଂଚଳ ପ୍ରଥମ ଇନିଂସରେ ୨୧୩ ଓ ଦ୍ୱିତୀୟ ଇନିଂସରେ ୨୩୦ ରନ କରିଥିଲା । ପଶ୍ଚିମାଂଚଳ ପ୍ରଥମ ଇନିଂସରେ ୧୪୬ […]

Continue Reading

‘ଭାରତ ଆପଣଙ୍କୁ ପ୍ରକୃତ ବନ୍ଧୁ ରୂପେ ଦେଖେ’, ପ୍ରିନ୍ସ ଶେଖ ଖାଲିଦଙ୍କୁ ଭେଟିବା ପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨ଦିନିଆ ଫ୍ରାନ୍ସ ଗସ୍ତ ସମାପ୍ତ କରି ୟୁଏଇରେ ଶନିବାର ଦିନ ପହଁଚିଛନ୍ତି । ଏହାରି ମଧ୍ୟରେ ୟୁଏଇର ରାଷ୍ଟ୍ରପତି ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ଶେଖ ଖାଲିଦଙ୍କ ସହ ଦ୍ୱିପାକ୍ଷିକ ବୈଠକର ସମାପ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ଆବୁ ଧାବୀ ଆକର ଏବଂ ରାଷ୍ଟ୍ରପତିଙ୍କ […]

Continue Reading

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ । ୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଆଇଟିଆଇରେ ନାମ ଲେଖାଇ ଥିଲେ । ସିଟିଟିସିରେ ଟ୍ରେନିଂ ନେବା […]

Continue Reading

ବିବାଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର, ଆଉ ଦେଲେ କଡ଼ା ଜବାବ

ଭୁବନେଶ୍ୱର: ବିଶିଷ୍ଟ ବଲିଉଡ, ଓଲିଉଡ ଓ ଟଲିଉଡ ଅଭିନେତା ମନୋଜ ମିଶ୍ର ଏବେ ବିବାଦ ଘେରରେ । ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ମନୋଜ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତାମତ ଦେଇଥିଲେ । ତେବେ ଏହାପରେ ଆରମ୍ଭ ହୋଇଥିଲା ବିବାଦ । ରାଜ୍ୟର କିଛି କଳାକାର ମନୋଜଙ୍କୁ ଏଥିପାଇଁ ନିନ୍ଦା କରିବା ସହିତ ଏଭଳି ବୟାନ ଦେବାରୁ ନିବୃତ୍ତ ରହିବାକୁ କହିଥିଲେ । ମନୋଜ କହିଥିଲେ, ଓଡ଼ିଶା ବାହାରେ ଗୋଟିଏ ଦିନରେ ଯେତିକି […]

Continue Reading

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା ବିନା ୧୦୮ ସ୍ତମ୍ଭ ଉପରେ ନିର୍ମିତ । ଏହି ମନ୍ଦିର ଗୁଜୁରାଟର ସୋମନାଥ ମନ୍ଦିର ସହିତ ସାମଞ୍ଜସ୍ୟ ରହିଛି […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ୟୁଏଇ ସହ ବାଣିଜ୍ୟକୁ ୮୫ ରୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରାଯିବ

ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଶନିବାର ଦିନ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ସହ ଆଲୋଚନା କରିଥିଲେ। ୟୁଏଇର ରାଷ୍ଟ୍ରପତି ଭବନରେ କାସର-ଅଲ-ୱାଟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଏଠାରେ ୟୁଏଇର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ।ୟୁଏଇର ରାଷ୍ଟ୍ରପତି […]

Continue Reading

କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ କଲେଜ ମାଗିଲା ୧୫ ହଜାର ଟଙ୍କା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଲେଜ ପାଠପଢ଼ା ସରିବା ପରେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କଲେଜରୁ ଏହି ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ ଟଙ୍କା ମଗା ଯାଇଛି । ଏଭଳି ଅଭିଯୋଗ କରିଛନ୍ତି କିଛି ଛାତ୍ରଛାତ୍ରୀ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାର ଭାପୁରୁ ବ୍ଲକରୁ ଆସିଛି ଏଭଳି ଏକ ଘଟଣା । ବ୍ଲକର ବାଇଗୁଣିଆ ଗ୍ରାମରେ ଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର […]

Continue Reading