୨୬୨ କଏଦୀ ପଜିଟିଭ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରିବାକୁ ଦାବି

Top Storise ଦେଶ- ବିଦେଶ

ଥିରୁଅନନ୍ତପୁରମ: କେରଳ ରାଜ୍ୟର ପୂଜାପୋରା କେନ୍ଦ୍ରୀୟ ଜେଲରେ କରୋନା ବିସ୍ଫୋରଣ । ଏହି ଜେଲରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କଏଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଖବର ଅନୁସାରେ, ଗତ ୩ଦିନ ପୂବର୍ବରୁ ପୂଜାପୋରା ଜେଲରେ ରହୁଥିବା ୯୩୬ ଜଣ କଏଦୀଙ୍କର ଆଣ୍ଟିଜେନ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ରିପୋର୍ଟରେ ୨୬୨ ଜଣ କଏଦୀଙ୍କ ପଜିଟିଭ ଆସିଥିବା ଜଣାପଡ଼ିଛି ।

ଏତେ ସଂଖ୍ୟକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେଲ ସୁପରିନଟେଣ୍ଡେଣ୍ଟ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରିବାକୁ ଦାବି କରିଛନ୍ତି।

ସେହିପରି ପଜିଟିଭ ଚିହ୍ନଟ ହୋଇଥିବା କଏଦୀଙ୍କୁ ସ୍ୱତନ୍ତ୍ର ସେଲ୍କୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତ ହୋଇଥିବା ସମସ୍ତ କଏଦୀ ସୁସ୍ଥ ଥିବା କୁହାଯାଉଛି।
ଅନ୍ୟପକ୍ଷରେ କନ୍ନୁରରେ ଥିବା କେନ୍ଦ୍ରୀୟ ଜେଲରେ ମଧ୍ୟ ୧୦ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଝିକୋଡ଼ ଓ କାସରାଗଡ଼ରୁ ଆସିଥିବା କଏଦୀମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

Leave a Reply

Your email address will not be published. Required fields are marked *