ଆଜିଠୁ ଜାତିସଂଘ ମୁଖ୍ୟଙ୍କ ୩ ଦିନିଆ ଭାରତ ଗସ୍ତ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ମିଳିତ ଜାତିସଂଘ (ୟୁଏନ) ର ସେକ୍ରେଟେରୀ ଜେନେରାଲ୍ ତଥା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଆଜିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଟେରସ ଭାରତ ଗସ୍ତ କରି ମୁମ୍ବାଇ ତାଜ ହୋଟେଲରେ ୨୬/୧୧ ଆକ୍ରମଣ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।

ଏହାପରେ ଗୁଟେରସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ମନ୍ତ୍ରଣାଳୟ କହିଛି ଯେ ଜାତିସଂଘ ମୁଖ୍ୟ ସେପ୍ଟେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ ଏବଂ ଶେଷ ଦିନରେ ଅର୍ଥାତ ଅକ୍ଟୋବର ୨୦ ତାରିଖରେ ଗୁଜୁରାଟ ଗସ୍ତ କରିବେ। ସେ ଗୁଜୁରାଟର କେବାଡିୟାରେ ଗୁଟେରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଶନ ଲାଇଫ୍ ବୁକଲେଟ, ଲୋଗୋ ଏବଂ ଟ୍ୟାଗଲାଇନର ଉନ୍ମୋଚନ ସମୟରେ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ସହ ରହିବେ। ଉଲ୍ଲେଖନୀୟ କଥା ହେଉଛି, ଗ୍ଲାସଗୋରେ COP26 ସମୟରେ ମୋଦୀଙ୍କ ଦ୍ୱାରା ମିଶନ ଲାଇଫର ସଂକଳ୍ପ ଆରମ୍ଭ କରାଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହା ବ୍ୟତୀତ ସେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ପ୍ରଣାମ କରିପାରିବେ। ଏଠାରେ ସେ ମୋଡେରା ପରିଦର୍ଶନ କରିପାରନ୍ତି। ସୂଚନା ଥାଉକି ଜାନୁଆରୀ ୨୦୨୨ ରେ ଗୁଟେରସ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଏହାପୂର୍ବରୁ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେ ଅକ୍ଟୋବର ୨୦୧୮ ରେ ଚାରି ଦିନିଆ ଭାରତ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *