ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

Top Storise ରାଜ୍ୟ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି ଓ ମିଶନ ବାତ୍ସଲ୍ୟ । ଏହି ତିନୋଟି ଯୋଜନାର ସ୍ୱତନ୍ତ୍ର ରୂପାନ୍ତରଣ ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନା କରିଛନ୍ତି ।

ମିଶନ ପୋଷଣ ୨.୦ ମହିଳା ଓ ଶିଶୁ ମାନଙ୍କର ପୋଷଣ ଆବଶ୍ୟକତା ପୂରଣ କରିବ, ମିଶନ ଶକ୍ତି- ମହିଳାଙ୍କ ସୁରକ୍ଷା, ସଶକ୍ତୀକରଣ ଏବଂ ପୁର୍ନବାସ ଦିଗରେ କାର୍ଯ୍ୟ କରିବ । ମିଶନ ବାତ୍ସଲ୍ୟ ଶିଶୁ ସୁରକ୍ଷା ଓ ବିକାଶକୁ ଗୁରୁତ୍ୱ ଦେଇ ମୂଳ ଲକ୍ଷ୍ୟ ସାକାର କରିବ ।

ଆଣ୍ଡାମାନ ଓ ନିକୋବର, ବିହାର, ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଜୋନାଲ ସ୍ତରୀୟ ବୈଠକରେ ଏହି ଅଭିଯାନ ମାନ ଲଞ୍ଚହୋଇଛି । ବୈଠକରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ, ଓଡ଼ିଶା ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ପଶ୍ଚିମବଙ୍ଗ ମନ୍ତ୍ରୀ ଓ ବିଭାଗୀୟ ସଚିବ ଯୋଗ ଦେଇଥିଲେ ।

ଅଭିଯାନର ଅନ୍ୟ ଅଂଶୀଦାର ମାନେ ହେଲେ ୟୁନିସେଫ, ୟୁଏନଏଫପିଏ, ୟୁଏନଡବ୍ଲୁଏଫପି, ୟୁଏନଡିପି ପ୍ରମୁଖ ପ୍ରତିନିଧିତ୍ୱ ଜାହିର କରିଥିଲେ । ତିନୋଟି ଯାକ ଅଭିଯାନ ଆର୍ଥିକ ବର୍ଷ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *