ଆଜିଠୁ ଯୁକ୍ତ୩ ଆବେଦନ: ୨୫ ପର୍ଯ୍ୟନ୍ତ ଚାଲିବ, ୩୧ରେ ପ୍ରଥମ ମେରିଟ ଲିଷ୍ଟ

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ଆରମ୍ଭ ହେବ। ସାମସ୍ ୱେବ୍‌ସାଇଟ୍‌ www.samsodisha.gov.in ରେ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୧ଟାରୁ ୨୫ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ। ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ସେପ୍ଟେମ୍ବର ୨ରୁ ୫ (ରବିବାର ବ୍ୟତୀତ) ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ।

ସେପ୍ଟେମ୍ବର ୧୧ରେ ଦ୍ଵିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଓ ମନୋନୀତ ଛାତ୍ରୀଛାତ୍ର ୧୨ରୁ ୧୪ ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ ପାସ୍‌ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ସିଟ୍ ସଂଖ୍ୟା କମ୍‌ ରହିଛି।

ରାଜ୍ୟରେ ଏଥର ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ମୋଟ ୨, ୬୬ , ୫୬୮ଜଣ ପାସ୍‌ କରିଛନ୍ତି। ତେବେ ରାଜ୍ୟରେ ଥିବା ଡିଗ୍ରୀ କଲେଜରେ ୨ଲକ୍ଷ ୪୯ହଜାର ୪୫୩ ସିଟ୍ ରହିଛି। ତେଣୁ ସିଟ୍ ସଂଖ୍ୟାଠାରୁ ପାସ୍‌ ହୋଇଥିବା ପିଲାଙ୍କ ସଂଖ୍ୟା ୧୭, ୧୧୫ ଅଧିକ ରହିଛି। ତେଣୁ ନାମଲେଖାରୁ ଯେପରି ଛାତ୍ରୀଛାତ୍ର ବଞ୍ଚିତ ନ ହେବେ, ତାହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *