୫ କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର, ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାମଲା

Top Storise ରାଜ୍ୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାବୁସାନ୍‌-ତୃପ୍ତୀ ଏବଂ ପ୍ରକୃତି ମାମଲା ପୁଣି ଥରେ ମୁଣ୍ଡ ଟେକିଛି। କିଛି ଦିନ ଶାନ୍ତ ରହିବା ପରେ ଗତକାଲି ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ପ୍ରକୃତି ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ନାନା ପ୍ରକାର ଖବର ପ୍ରସାରଣକୁ ନେଇ ସେ ୟୁଟ୍ୟୁବ ବିରୁଦ୍ଧରେ ମଧ୍ୟ ମାନହାନୀ ମକଦ୍ଦମା କରିଛନ୍ତି।

ଗତମାସରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେ ହାଇକୋର୍ଟ ଯାଇଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି। ଏ ମାମଲାରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟଙ୍କୁ ସେ ଜଣାଇଛନ୍ତି । ତୃପ୍ତି ଓ ତାଙ୍କ ବାପା ତାଙ୍କ ଉପରେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଥିଲେ ପ୍ରକୃତି ମିଶ୍ର। ଏସମ୍ପର୍କରେ ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି। ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା।

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା। ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି। ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନି। ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଥିଲେ।

Leave a Reply

Your email address will not be published. Required fields are marked *