ନୂଆଦିଲ୍ଲୀ: ୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା। ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଭିସା ପ୍ରଦାନ ପ୍ରକ୍ରିୟା ପୁନ ଆରମ୍ଭ ହେବା ପରେ ସରକାର ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା ପ୍ରଦାନ କରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ମହାମାରୀ ଯୋଗୁ କ୍ଷତିଗୟସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରଗୁଡ଼ିକ ଲାଗି ୮ଟି ରିଲିଫ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ତେବେ ପର୍ଯ୍ୟଟକଙ୍କ ପାଇଁ ଥରେ ଏହି ସୁବିଧା ଉପଲବ୍ଧ ହେବ ଏବଂ ଏହି ଯୋଜନା ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ କିମ୍ବା ୫,୦୦,୦୦୦ ଭିସା ଜାରି ନହେବା ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମୋଟ ଆର୍ଥିକ ପ୍ରଭାବ ୧୦୦ କୋଟି ଟଙ୍କା ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ରେ ୧.୯୩ ନିୟୁତ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିଛନ୍ତି। ଛୁଟି କଟାଇବା ଏବଂ ବ୍ୟବସାୟ ପାଇଁ ୩୦.୦୯୮ ବିଲିୟନ ଡ଼ଲାର ଖର୍ଚ୍ଚ କରିଛନ୍ତି।