ଦେଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ 5G: ମୋଦି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଇଣ୍ଟରନେଟ ଫର୍ ଅଲ୍। ଏଣିକି ସମସ୍ତଙ୍କ ପାଇଁ ଇଣ୍ଟରନେଟ। ଫାଇଭ୍-ଜି ର ଶୁଭାରମ୍ଭ ଅବସରରେ ଆଜି ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ପ୍ରଗତି ମୈଦାନରେ ଷଷ୍ଠ ମୋବାଇଲ କଂଗ୍ରେସର ଉଦ୍‌ଘାଟନ ସହିତ ଆଜି ଫାଇଭ୍ ଜି ସର୍ଭିସର ଶୁଭାରମ୍ଭ କରିଛନ୍ତି ମୋଦି।

ଏହି ଅବସରରେ ସେ କହିଛନ୍ତି, ଫାଇଭ୍ ଜି ହେଉଛି ୧୩୦ କୋଟି ଭାରତୀୟଙ୍କୁ ଟେଲିକମ୍ ଶିଳ୍ପର ଉପହାର। ଦେଶରେ ଏହା ନୂଆ ଅଧ୍ୟାୟ ଆରମ୍ଭ କରିବ। ଫାଇଭ୍ ଜି ଲୋକଙ୍କୁ ପ୍ରଦାନ କରିବ ଅସୀମ ସୁଯୋଗ। ଫାଇଭ୍ ଜି ବୈପ୍ଲବିକ ପରିବର୍ତ୍ତନ ଆଣିବ। ଶିକ୍ଷା କ୍ଷେତ୍ରକୁ ନୂଆ ଜ୍ଞାନକୌଶଳ ଦେବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବ୍ୟାଙ୍କିଂ କ୍ଷେତ୍ରରେ ଆଣିବ ପରିବର୍ତ୍ତନ।

ନୂଆ ଭାରତ ଟେକ୍ନୋଲଜିର କେବଳ ଏକ ଖାଉଟି ହୋଇ ରହିବ ନାହିଁ ବରଂ ଏହାର ବିକାଶ ଓ ପ୍ରୟୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟେକ୍ନୋଲଜିର ବିକାଶ ଦିଗରେ ଆମେ ନେତୃତ୍ୱ ନେବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଡିଜିଟାଲ ଭାରତ ୪ଟି ପିଲର୍ ଉପରେ ଆଧାରିତ। ଶସ୍ତା ଡିଭାଇସ୍, ଡିଜିଟାଲ କନେକଟିଭିଟି, ଶସ୍ତା ଡାଟା ଓ ଡିଜିଟାଲ ପ୍ରଥମ ଆଭିମୁଖ୍ୟ। ବିକଶିତ ଭାରତର ସଂକଳ୍ପ ସାକାର ହୋଇଥିବା କହିଛନ୍ତି ମୋଦି।

Leave a Reply

Your email address will not be published. Required fields are marked *