ବାତ୍ୟା ପାଇଁ ବ୍ଳକ୍ ଏବଂ ପୌର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ

Top Storise ରାଜ୍ୟ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଆସାନି’କୁ ନେଇ ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବାତ୍ୟା ବେଳେ ଗଛ ଭାଙ୍ଗିବାର ଏବଂ ବିଜୁଳି ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରି ଆଶ୍ରୟ ସ୍ଥଳୀରେ ରଖାଯିବ ସେ ନେଇ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ବାତ୍ୟାରେ ୧୮ଟି ଜିଲ୍ଳା ୨୦୯ ବ୍ଳକର  ୭୭ ପୌରଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ବ୍ଳକ୍ ଏବଂ ପୌର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦେବା ସହିତ ବର୍ଷାର ପରିମାଣ ମାପିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଠାରେ ବିଦ୍ୟୁତ, ପିଇବା ପାଣି, ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି ହୋଇଛି। ତଳିଆ ଅଞ୍ଚଳରେ ପାଣି କିଭଳି ଜମି ହୋଇ ନରହିବ ସେଥିପ୍ରତି ଗୁରୁତ୍ୱ ଦେବା ସହିତ ପମ୍ପସେଟ ଲଗାଇ ଜମି ହୋଇ ରହିଥିବା ପାଣି ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ପାଞ୍ଚ ହଜାର ପମ୍ପସେଟର ବ୍ୟବସ୍ଥା କରିଛନ୍ତି। ବିଜୁଳି ସେବା ପ୍ରଭାବିତ ହେବାର ସମ୍ଭାବନାକୁ ଆଖି ଆଗରେ ରଖି କେମିତି ପିଇବା ପାଣି ଲୋକଙ୍କୁ ସୁବିଧାରେ ଯୋଗାଇ ହେବ ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *