ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୧୦.୨୦ ସମୟରେ ଘଟିଥିଲା। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଟେଣ୍ଡର ଘଟଣା ସ୍ଥଳରେ ପହଞ୍ଚିଥିଲା।

ଶୋ’ରୁମ ମଧ୍ୟରେ ବଟଲା ହ୍ୟାଣ୍ଡଲୁମ୍, ସଙ୍ଗମ ସାରୀ ଏବଂ ରେମଣ୍ଡ ରିଟେଲ ଥିବା ସ୍ଥାନକୁ ନିଆଁ ବ୍ୟାପିଥିଲା।

ଅଗ୍ନିକାଣ୍ଡ ପଛର ପ୍ରକୃତ କାରଣ ଏଯାଏ ଜଣାପଡ଼ିନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *