ମୁମ୍ବାଇ ଏଲଆଇସି ଅଫିସ ବିଲ୍ଡିଂରେ ଅଗ୍ନିକାଣ୍ଡ

Top Storise ଦେଶ- ବିଦେଶ

ମୁମ୍ବାଇ : ମୁମ୍ବାଇ ଏଲଆଇସି ଅଫିସରେ ନିଆଁ । ନିଆଁର ପ୍ରକୋପ ଅଧିକ ମାତ୍ରାରେ ଥିବା ବେଳେ ନିଆଁକୁ ଆୟତ କରିବା ମୁସ୍କିଲ ହୋଇପଡ଼ିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଦମକଳ ନିଆଁଲିଭାରେ ନିୟୋଜିତ ହୋଇଥିଲେ ବି ନୟାନ୍ତ ହୋଇପଡ଼ିଛନ୍ତି। ଅଫିସ ବିଲ୍ଡିଂରେ ନିଆଁ ଲାଗିବା ସହିତ ତାହା ପାଖ ବିଲ୍ଡିଂ ଗୁଡିକୁ ବି ବ୍ୟାପିଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇଥିବା ଖବର ମିଳିପାରିନି।

ନିଆଁ ଲାଗି ଅଫିସର ସେଭିଙ୍ଗ ସେକ୍ସନ ମଧ୍ୟ ସମ୍ପୁର୍ଣର୍ ଜଳିଯାଇଛି। ତା ସହିତ ଅଫିସର ସମସ୍ତ କାଗଜପତ୍ରରୁ ନେଇ ଫର୍ଣ୍ଣିଚର ପୋଡି ପାଉଁଶ ହୋଇଯାଇଛି।
ବହୁ କଷ୍ଟରେ ନିଆଁକୁ ଆୟତ କରାଯାଇଥିବା ବେଳ ନିଆଁ ଲାଗିବାର କାରଣ ଏବେ ବି ସ୍ପଷ୍ଟ ହୋଇପାରିନି।

Leave a Reply

Your email address will not be published. Required fields are marked *