ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର

Top Storise ରାଜ୍ୟ

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର ।  ଶିଶୁର ଶରୀରରେ ଥିବା ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାସ ଚନ୍ଦ୍ର ବେହେରାଙ୍କ  ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲମୁନାରୀ ଓ ଲାଇଭ୍ ଷ୍ଟେନୋସିସ୍  ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ ।

ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା । ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ହୃଦରୋଗ ବିଭାଗରେ ଶିଶୁଟିକୁ ଭର୍ତି କରାଇଥିଲେ । ହସ୍ପିଟାଲ କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୋମ୍ୟ ରଂଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ବିଭିନ୍ନ ପରୀକ୍ଷାରୁ ଶିଶୁଟିର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା ।

ହାର୍ଟର ଭାଲ୍ବରେ ଥିବା ତୃଟି ଯୋଗୁଁ ଫୁସଫୁସକୁ ଠିକ୍ ଭାବରେ ଏବଂ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇପାରୁ ନଥିଲା । ମାତ୍ର ୬ ମାସର ଶିଶୁଟିର ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିବା ବେଳେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା । ତେବେ ଏହି ଅସ୍ତ୍ରୋପଚାର ନିମନ୍ତେ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଟିମ୍ ଗଠନ କରାଯାଇଥିଲା ।

ଏହି ଟିମ୍ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ ଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍ସଲ୍ଟାଂଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଆସୋସିଏଟ୍ ପ୍ରଫେସର ଡାକ୍ତର ସୋମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲମୁନାରୀ ଭାଲ୍ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ।

ସୂଚନା ଯୋଗ୍ୟ ଯେ ସମ୍ ହସ୍ପିଟାଲରେ  ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ସୃଷ୍ଟି ହେଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇଘରକୁ ଫେରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *