ପେଶାୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୫୦ରୁ ଅଧିକ ଆହତ

Top Storise ଦେଶ- ବିଦେଶ

ପେଶାୱାର: ପାକିସ୍ତାନର ପେଶାୱର ଅଂଚଳରେ ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ରବାନୀ ବଜାର ନିକଟରେ ଥିବା ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ୨ଜଣ ଆତଙ୍କୀ ମସଜିଦରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା ।

ମାତ୍ର ପୋଲିସଙ୍କ ଉପରେ ସେମାନେ ଗୁଳି ଚାଳନା କରି ଭିତରେ ପଶିଥିଲେ । ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ପୋଲିସ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *