A woman who brings a girlfriend for her husband

ନିଜ ସ୍ୱାମୀଙ୍କୁ ଖୁସି କରିବା ପାଇଁ ଗାର୍ଲଫ୍ରେଣ୍ଡ ଖୋଜିଲେ ସ୍ତ୍ରୀ, ସ୍ଵାମୀ ଦେଖି ଏମିତି କହିଲେ

Top Storise ଦେଶ- ବିଦେଶ

ବ୍ୟୁରୋ : ନିଜ ପାର୍ଟନରଙ୍କୁ ଅନ୍ୟସହ ଦେଖିଲେ ବହୁତ୍ କଷ୍ଟ ହେଇଥାଏ। କେହି ଏହାକୁ ସମ୍ଭବ କରିବାକୁ ମଧ୍ୟ ଚାହାନ୍ତି ନାହିଁ। ଏହା ଯେଉଁଠାରେ ଲୁଚି ଛପି କରେ ସେଠାରେ ବୈବାହିକ ଜିବନରେ ବିଭ୍ରାନ୍ତ ଦେଖା ଦେଇଥାଏ। ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହତଚକିତ ହେବେ। ଜଣେ ମହିଳା ନିଜ ସ୍ୱାମୀଙ୍କ ପାଇଁ ନୂଆ ଗର୍ଲଫ୍ରେଣ୍ଡ୍ ଖୋଜି ଆଣିଛନ୍ତି। ନିଶ୍ଚୟ କଥାଟି ଆପଣଙ୍କୁ ବିଶ୍ବାସ ଯୋଗ୍ୟ ହେଉନଥିବ କିନ୍ତୁ ପୂରା ଠିକ୍ ଘଟଣା। ସେଇ ଗାର୍ଲ ଫ୍ରେଣ୍ଡ୍ ଙ୍କୁ ନିଜ ସ୍ୱାମୀଙ୍କୁ ସେ ଉପହାର୍ ଦେଇଛନ୍ତି। କାରଣ ଜାଣିବାକୁ ଆମେ ଅନେକ ଚେଷ୍ଟା ପରେ ଜାଣିବାକୁ ପାଇଲୁ ନିଜ ବୈବାହିକ ଜୀବନକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ସମ୍ପୃକ୍ତ ବ୍ୟକ୍ତିଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌ ପୁରା ତାଙ୍କ ସ୍ତ୍ରୀ ଭଳି ଦେଖିବାକୁ।

ସୂଚନା ଅନୁସାରେ, ୫ ବର୍ଷ ପୂର୍ବେ ତେହମୀନା ଓ ବ୍ରାୟନ୍ତଙ୍କ ବିବାହ ହୋଇଥିଲା। ସବୁକିଛି ଠିକ୍‌ଠାକ୍ ଚାଲିଥିଲା, ହେଲେ ହଠାତ୍‌ ହସଖୁସିର ସଂସାରରେ ଝଡ଼ ଆସିଥିଲା। ଆଉ ତେହମୀନାଙ୍କୁ ଲାଗିଥିଲା ସ୍ୱାମୀ ବ୍ରାୟନ୍ତ ତାଙ୍କ ଉପରେ ଆଉ ବିଶ୍ୱାସ କରୁ ନାହାନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା। ତେବେ ନିଜ ବୈବାହିକ ଜୀବନକୁ ବଞ୍ଚାଇବା ସହ ସ୍ୱାମୀଙ୍କୁ ନିଜ ପାଖରେ ରଖିବା ପାଇଁ ତେହମୀନା ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରେଣ୍ଡ୍‌ ଗିଫ୍ଟ ଦେବା ପାଇଁ ସେ ଚିନ୍ତା କରିଥିଲେ।

ଅନ୍‌ଲାଇନ୍‌ରେ ସର୍ଚ୍ଚ କରିବା ପରେ ତେହମୀନା ଶେଷରେ ୨୯ ବର୍ଷୀୟ କିରାହଙ୍କୁ ପାଇଥିଲେ। ଅଷ୍ଟ୍ରେଲିଆରେ ତାଙ୍କ ଘର। ସବୁଠାରୁ ଆଶ୍ଚର୍ଯ୍ୟ କଥା, କିରାହ ପୁରାପୂରି ତେହମୀନାଙ୍କ ଭଳି ଦେଖିବା ପାଇଁ। ଏବେ ତେହମୀନା, ବ୍ରାୟନ୍ତ ଓ କିରାହ ଏକାଠି ରହୁଛନ୍ତି। ଆମର ଏସମ୍ପର୍କକୁ ନେଇ ଲୋକମାନେ କ’ଣ ଭାବୁଛନ୍ତି, କିଛି ଫରକ ପଡ଼ିବ ନାହିଁ ବୋଲି ତେହମୀନା କହିଛନ୍ତି।

Leave a Reply

Your email address will not be published. Required fields are marked *