ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

Top Storise ରାଜ୍ୟ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରରେ ଟିକିନାଙ୍କ ଘର। ଗତ କିଛି ମାସ ହେଲା ଟିକିନା ଏବଂ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ପାରିବାରିକ ଝଗଡା ଲାଗି ରହିଥିଲା।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଟିକିନା ଗୋପାଳପୁର ଥାନାକୁ ଆସିଥିଲେ । ଥାନା ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିରରେ ବସିଥିଲେ । ତାଙ୍କ ସ୍ବାମୀଙ୍କୁ ଡାକିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ହଠାତ କିଏ କିଛି ବୁଝିବା ପୂର୍ବରୁ ଟିକିନା ନିଜେ ଆଣିଥିବା କୀଟନାଶକ(କ୍ବିକ ଫସ)କୁ ଖାଇ ଦେଇଥିଲେ।

ଏହା ଦେଖି ନିକଟରେ ଥିବା କିଛି ପୁଲିସ କର୍ମଚାରୀ ତୁରନ୍ତ ଟିକିନା ହାତରୁ କୀଟ ନାଶକକୁ ଛଡାଇ ଥିଲେ। ହେଲେ ସେତେବେଳକୁ ଟିକିନା କିଟନାଶକର କିଛି ଅଂଶ ଖାଇ ଦେଇଥିବା ସହ ବାନ୍ତି କରିଥିଲେ ।

ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଏବଂ ଅନ୍ୟ କର୍ମଚାରୀମାନେ ଟିକିନାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ପକ୍ଷରୁ ଘଟଣା ନେଇ ୧୪୫ /୨୨ରେ ଏକ ମାମଲା ରୁଜୁ ସହ କିଟନାଶକ ଡବାକୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *