ଫିଲ୍ମ ‘ସଞ୍ଜୁରେ’ ସୁନିଲ୍‌ ଦତ୍ତଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଫିଲ୍ମ ସଞ୍ଜୁରେ ସୁନିଲ୍‌ ଦତ୍ତଙ୍କ ଚରିତ୍ର ପାଇଁ ଅମୀର ଖାନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଥିଲେ। ସୁନିଲ୍‌ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଥିଲେ ଅମୀର। ଏ ନେଇ ୨୦୧୮ରେ ଏକ ସାକ୍ଷାତକାରରେ କହିଥିଲେ ଅମୀର ଖାନ।

ଜୁନ୍ ୨୯, ୨୦୧୮ରେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ସଞ୍ଜୁରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ସଞ୍ଜୟ ଦତ୍ତ ଅଶାନ୍ତ ଜୀବନ କାହାଣୀ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଥିଲା।

ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକା ପରେଶ ରାୱଲଙ୍କୁ ଦେଥିବାକୁ ମିଳିଥିଲା। ତେବେ ଆପଣ ଜାଣନ୍ତି କି ଏଥିପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର ଖାନ।

Leave a Reply

Your email address will not be published. Required fields are marked *