ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବେ ଅଭିନେତା ଖେସାରୀ ଲାଲ!

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଭୋଜପୁରୀ ସିନେମା ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଖେସାରି ଲାଲ ଯାଦବ ତାଙ୍କ ଫିଲ୍ମ ଏବଂ ନୂତନ ଗୀତ ପାଇଁ ସର୍ବଦା ହେଡଲାଇନରେ ରହିଥା’ନ୍ତି। ସେ ଗତ ଦୁଇ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାସନ କରିଆସୁଛନ୍ତି। ଅଭିନୟ ସହିତ ଖେସାରୀଙ୍କ ବିବାଦ ସହିତ ମଧ୍ୟ ଗଭୀର ସମ୍ପର୍କ ରହିଛି। ତାଙ୍କର ଗୀତ କିମ୍ବା ବିବାଦ ହେତୁ ସେ ପ୍ରତିଦିନ ଖବରରେ ରୁହନ୍ତି। କିନ୍ତୁ ଏଥର ବିବାଦର କାରଣ ଖେସାରୀ ଲାଲ ନୁହନ୍ତି ବରଂ ତାଙ୍କ ଝିଅ। ତାଙ୍କ ଝିଅର ଫଟୋ ଆଉ ଭିଡିଓକୁ ଗୀତରେ ଅଶ୍ଳୀଳ ଭାବେ ବ୍ୟବହାର କରିବାକୁ ନେଇ ବିବାଦ ଉପୁଜିଛି। ଏଥିଯୋଗୁ ଅଭିନେତା ଖେସାରୀ ଆଘାତ ପାଇଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଖେସାରୀ ଏକ ଭିଡିଓ ଜରିଆରେ ତାଙ୍କ ଝିଅକୁ ବିବାଦ ଭିତରକୁ ନ ଟାଣିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଏଥିସହ ସୋଶାଲ ମିଡିଆରେ ଲାଇଭ୍ ଆସି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଥିଲେ।

ସୂଚନା ମୁତାବକ, ଖେସାରୀ ଲାଲଙ୍କ ଝିଅର ଫଟୋ ଓ ନାଁକୁ ଅଶ୍ଳୀଳ ଗୀତ ସହ ଯୋଡିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ରାଗିଯାଇଛନ୍ତି ଏହି ଭୋଜପୁରୀ ଅଭିନେତା। ଲାଇଭ୍ ଭିଡିଓରେ ଆସି ସେ କାନ୍ଦି ମଧ୍ୟ ପକାଇଛନ୍ତି। ଏଥିସହ ହାତ ଯୋଡି ତାଙ୍କ ଝିଅର ନାଁକୁ ବଦନାମ ନ କରିବାକୁ ସେ ନିବେଦନ କରିଛନ୍ତି।

ଏକ ଲାଇଭ ଇଭେଣ୍ଟ ସମୟରେ ଖେସାରୀ ଲାଲ ଯାଦବଙ୍କ ଜଣେ ନିକଟ ସମ୍ପର୍କୀୟ ଜଣେ ଯୁବକଙ୍କୁ ଚାପୁଡା ମାରିଦେଇଥିଲେ। ଏହି ଘଟଣା ପରେ ରାଜପୁତ ସମାଜ ଅତ୍ୟନ୍ତ ରାଗି ଯାଇଥିଲା। ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ। ଏହାପରେ ସେମାନେ ଅଭିନେତାଙ୍କ ଝିଅକୁ ଟାର୍ଗେଟ୍ କରି ଖେସାରୀଙ୍କ ଘନିଷ୍ଠ ବନ୍ଧୁଙ୍କ କାର୍ଯ୍ୟ ପାଇଁ ପ୍ରତିଶୋଧ ନେଇଥିଲେ। ଖେସାରୀଙ୍କ ଝିଅର ଫଟୋକୁ ଯୋଡି ଏକ ଅଶ୍ଳୀଳ ଗୀତ ତିଆରି କରିଥିଲେ।

https://www.instagram.com/p/Clj3kpPoVUX/embed/captioned/?cr=1&v=12

Leave a Reply

Your email address will not be published. Required fields are marked *