ବାହା ହେଲେ ଅଭିନେତ୍ରୀ ସାନା ଶାୟାଦ

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ସାନା ସାୟାଦ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା କଲେଜ ବନ୍ଧୁ ଇମାଦ୍ ଶାମସିଙ୍କୁ ବିବାହ କରିଛନ୍ତି। ଗତକାଲି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାନା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନିକାର କିଛି ସୁନ୍ଦର ସ୍ମୃତି ସେୟାର କରିଥିଲେ।

ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସାନା ଅନେକ ଟେଲି ଧାରାବାହିକରେ ଅଭିନୟ କରିଛନ୍ତି। ଲକ୍‌ଡାଉନ୍‌ କୀ ଲଭ୍‌ ଷ୍ଟୋରୀ, ଦିବ୍ୟାଦୃଷ୍ଟି ଭଳି ହିଟ୍‌ ସିରିଏଲ୍‌ ପାଇଁ ସେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *