ବିଗ୍‌ ବସ୍‌ ଓଟିଟିରେ ନଜର ଆସିବେ ଅଭିନେତ୍ରୀ ଶମିତା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟେଲିଭିଜନ ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ ‘ବିଗ୍ ବସ୍ ୧୫’ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ଶୋ ପୂର୍ବପରି ଟିଭିରେ ସିଧାସଳଖ ଷ୍ଟ୍ରିମ୍ ହେବ ନାହିଁ। ଏହା ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।

ସୂଚନାନୁସାରେ, ବିଗ୍ ବସ୍ ପ୍ରଥମ ୧୫ର ସପ୍ତାହ ପାଇଁ ଭୁଟ୍‌ରେ ପ୍ରସାରିତ ହେବ। ଏହା ପରେ ସଲମାନ୍ ଖାନଙ୍କ ଦ୍ୱାରା ଆୟୋଜିତ ଟିଭିରେ ପରବର୍ତ୍ତୀ ଏପିସୋଡ୍ ପ୍ରସାରଣ ହେବ। ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କ ନାମ ମଧ୍ୟ କ୍ରମାଗତ ଭାବେ ବାହାରକୁ ଆସୁଛି।

ଏହା ଭିତରେ ଆଉ ଏକ ଖବର ମିଳିଛି ଯେ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଏବଂ ତଥା ବଲିଉଡ ଅଭିନେତ୍ରୀ ଶମିତା ଶେଟ୍ଟୀଙ୍କୁ ମଧ୍ୟ ‘ବିଗ୍ ବସ୍ ୧୫’ ରେ ଦେଖିବାକୁ ମିଳିବ। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଏ ସମ୍ପର୍କରେ ଘୋଷଣା କରାଯାଇ ନାହିଁ।

କିନ୍ତୁ ସଦ୍ୟ ରିପୋର୍ଟ ଅନୁଯାୟୀ ଶମିତା ମଧ୍ୟ ଏହି ଶୋ’ରେ ଅଂଶଗ୍ରହଣ କରିପାରନ୍ତି। ଯଦି ଶମିତା ବିଗ୍ ବସ୍‌ରେ ଅଂଶଗ୍ରହଣ କରନ୍ତି ତେବେ ଏହା ତାଙ୍କ ପାଇଁ ବେଶ୍‌ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। ତାଙ୍କ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ଏହି କାରଣରୁ ଶେଟ୍ଟୀ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *