ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ ଜର୍ସି ଲଞ୍ଚ କଲା ଆଡିଡାସ୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଗୁରୁବାର ଭାରତୀୟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି ଆଡିଡାସ୍। ଏବେ ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆରେ ଦୁଇଟି ଜର୍ସିରେ ନଜର ଆସିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କିଟ୍ ପ୍ରୟୋଜକ ହେବା ପରେ ଆଡିଡାସ୍ ନୂଆ କିଟ୍ ଏବଂ ଜର୍ସି ଲଞ୍ଚ କରିଛି।

ପ୍ରଶଂସକମାନଙ୍କ ମଧ୍ୟରେ ଆଡିଡାସ୍‌ର ନୂଆ କିଟ୍ ଦେଖିବାକୁ ବ୍ୟାକୁଳତା ଦେଖିବାକୁ ମିଳିଥିଲା । ଏହି ଅପେକ୍ଷାର ଅନ୍ତ ଘଟାଇ କ୍ରୀଡା ସାମଗ୍ରୀରେ ବିଶ୍ୱର ସୁପରବ୍ରାଣ୍ଡ ଭାରତୀୟ ଜର୍ସି ର ଏକ ନୂଆ ରୁପ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛି । ଯାହାକୁ ଦେଖି ଦେଶର କ୍ରିକେଟ୍‌-ପାଗଳ ଜନତାଙ୍କୁ ଖୁସି ଜାହିର କରିଛନ୍ତି ।

ଭାରତୀୟ ଦଳର ନୂଆ କିଟ୍ ପାର୍ଟନର ‘ଆଡିଡାସ୍‌ କୁ ସ୍ୱାଗତ କରି ଜୟ ଶାହ କହିଥିଲେ ଯେ, ‘ଆଡିଡାସ୍‌ ସହିତ କିଟ୍ ପ୍ରାୟୋଜକ ଭାବରେ ଚୁକ୍ତି ଘୋଷଣା କରିବାରେ ଖୁସି ଲାଗୁଛି। କ୍ରୀଡା, ବିଶ୍ୱ ସ୍ତରୀୟ ଉତ୍ପାଦ ଏବଂ ଶକ୍ତିଶାଳୀ ବିଶ୍ୱସ୍ତରରେ ଏହାର ସମୃଦ୍ଧ ଐତିହାସିକ ପରମ୍ପରା ସହିତ ଆଡିଡାସ୍ ଭାରତୀୟ କ୍ରିକେଟ୍ ର ବିଭିନ୍ନ ବର୍ଗର ପ୍ରଦର୍ଶନ ଏବଂ ଭବିଷ୍ୟତର ସଫଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଥିଲେ।

ଆଡିଡାସ୍ ୱାର୍ଲ୍ଡ ଚାମ୍ପିଅନ୍ସ ଇୠଇ (ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍‌), ଅଲ୍ ବ୍ଲାକ୍‌, ମେଜର ଲିଗ୍ ଫୁଟବଲ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଦଳ ସହିତ ଜଡିତ। ସିନିୟର ପୁରୁଷ ଦଳ ସହିତ ଆଡିଡାସ୍ ମହିଳା ଦଳର କିଟ୍ ମଧ୍ୟ ପ୍ରସ୍ତୁତ କରିବ। ଏହା ସହିତ ଇଣ୍ଡିଆ-ଏ ପୁରୁଷ ଏବଂ ମହିଳା, ଇଣ୍ଡିଆ-ବି ପୁରୁଷ ଏବଂ ମହିଳା, ୧୯ ବର୍ଷରୁ କମ୍ ପୁରୁଷ ଏବଂ ମହିଳା ଏବଂ କୋଚ୍ ମାନଙ୍କର ମଧ୍ୟ କିଟ୍ ଯୋଗାଇବ।

Leave a Reply

Your email address will not be published. Required fields are marked *