ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ ବରଗଡ ଥାନାରେ ଏତଲା ଦିଆଯାଇଛି । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି ଜଣ ଭଦ୍ରକର ବୋଲି ଜଣାପଡିଛି ।ଏନେଇ ବିଜେବି କଲେଜ ପ୍ରିନ୍ସପାଲ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହି ଫେକ ସାର୍ଟିଫିକେଟ ଗୁଡିକ ଭଦ୍ରକରେ ତିଆରି ହୋଇଥିବା ଜଣାପଡିଛି ।
